ETV Bharat / state

ଢେଙ୍କାନାଳରୁ ୬ଲକ୍ଷର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

author img

By

Published : Dec 7, 2022, 10:08 AM IST

ବ୍ରାଉନ ସୁଗାର
ବ୍ରାଉନ ସୁଗାର

ଢେଙ୍କାନାଳ ସହରରୁ ୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ମହିଳା ଗିରଫ । ସେପଟେ ୫ କିଲୋଗ୍ରାମ ଗଞ୍ଜେଇ ନେଇ ଯାଉଥିବାବେଳେ ଯୁବକଙ୍କୁ କାବୁ କଲା ଅବକାରୀ ସ୍କ୍ୱାର୍ଡ । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗାର । ୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣେ ମହିଳା ଓ ୨ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାର୍ଡ । ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ସହ ଗଞ୍ଜେଇ ଜବତ କରିଛି । ସେହିପରି ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି ବ୍ରାଉନ ସୁଗାର ଜବତ କରିଛି ।

ବ୍ରାଉନ ସୁଗାର

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସହରର ଲକ୍ଷ୍ମୀ ବଜାର ଅଞ୍ଚଳରେ ବ୍ରାଉନ ସୁଗାରର ବେପାର କରୁଥିବା ଶାନ୍ତିଲତା ସ୍ୱାଇଁ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ସେପଟେ ମହିଷାପାଟ ଅଞ୍ଚଳରୁ ୫କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଜଣେ ଯୁବକ ଏକ ସ୍କୁଟିରେ ଏହି ଗଞ୍ଜେଇକୁ ନେଇ ଢେଙ୍କାନାଳ ସହରର ଆଡ଼କୁ ଯାଉଥିବାବେଳେ ଅବକାରୀ ସ୍କ୍ୱାର୍ଡ ତାଙ୍କୁ କାବୁ କରିଛି । ଏ ସଂକ୍ରାନ୍ତରେ ଅବକାରୀ ସ୍କ୍ୱାର୍ଡ ଦିଲୀପ ସେନାପତି ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସଙ୍କରପୁର ଅଞ୍ଚଳର ବୋଲି ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: ABORTION: ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ୩୩ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ଅନୁମତି

ଏନେଇ ଢେଙ୍କାନାଳ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି," ଢେଙ୍କାନାଳ ସହରରେ ହେଉଥିବା ବ୍ରାଉନସୁଗାର ବେପାର ଉପରେ ଆମେ ଆଗରୁ ନଜର ରଖିଥିଲୁ । ଆମେ ମଙ୍ଗଳବାର ଚଢାଉ କରି ଶାନ୍ତିଲତା ସ୍ୱାଇଁ ନାମକ ଜଣେ ମହିଳା ନିକଟରୁ ୬୮ଗ୍ରାମର ବ୍ରାଉନ ସୁଗାର ଜବତ କରିଲୁ । ତାଙ୍କ ପୁଅ ମଧ୍ୟ ଏହି କାରବାରରେ ଜେଲରେ ଅଛନ୍ତି । ଏହାସହ ମହିଷାପାଟ ଅଞ୍ଚଳରୁ ୫କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଦିଲୀପ ସେନାପତି ନାମକ ଯୁବକ ଏକ ସ୍କୁଟିରେ ଏହି ଗଞ୍ଜେଇକୁ ନେଇ ଢେଙ୍କାନାଳ ସହରର ଆଡ଼କୁ ଯାଉଥିବାବେଳେ ଅବକାରୀ ସ୍କ୍ୱାର୍ଡ ତାଙ୍କୁ କାବୁ କରିଛି । "

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.