ETV Bharat / state

ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ଖାଦ୍ୟର ମାନ ଯାଞ୍ଚ କଲା ଖାଦ୍ୟ ନିରାପତ୍ତା ବିଭାଗ

author img

By

Published : Oct 15, 2022, 10:26 AM IST

Etv Bharat
Etv Bharat

ଢେଙ୍କାନାଳ ସହରରେ ଖୁବ ଜୋରସୋରରେ ଚାଲିଛି ଲକ୍ଷ୍ମୀପୂଜା ପୂଜା । ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପଲ୍ଲିଶ୍ରୀ ମେଳାରେ ଖାଦ୍ୟର ମାନ ଯାଞ୍ଚ କଲା ଖାଦ୍ୟ ନିରାପତ୍ତା ବିଭାଗ । ଅଧିକ ପଢନ୍ତୁ

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର । ବିଭିନ୍ନ ମଣ୍ଡପରେ ଧନଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଦୀର୍ଘ ଦୁଇ ବର୍ଷ ପରେ ବେଶ ଧୁମଧାମରେ ପୂଜାର ମଜା ନେଉଛନ୍ତି ଢେଙ୍କାନାଳବାସୀ । ପୂଜା ପାର୍ବଣକୁ ନେଇ ଜିଲ୍ଲାରେ ମେଲିଛି ମିନା ବଜାର ସହ ଅନେକ ଗୁଡିଏ ଖାଦ୍ୟ ଷ୍ଟଲ । ତେବେ ପୂଜା ସମୟରେ ଲୋକଙ୍କ ଅଧିକ ସମାଗମ ହେଉଥିବାରୁ ଖାଦ୍ୟର ମାନକୁ ନେଇ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଯାଞ୍ଚ କରାଯାଇଛି । ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତକାଲି (ଶୁକ୍ରବାର) ପଲ୍ଲିଶ୍ରୀ ମେଳାରେ ଖାଦ୍ୟର ମାନ ଯାଞ୍ଚ କରିଥିଲା ଖାଦ୍ୟ ନିରାପତ୍ତା ବିଭାଗ ।

ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ସୂଚନା ଅନୁସାରେ ଢେଙ୍କାନାଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ଖୁବ ଜୋରସୋରରେ ଚାଲିଛି । ଏନେଇ ବିଭିନ୍ନ ଅଞ୍ଚଳରେ ହୋଟେଲ ତଥା ବାହାରେ ବିଭିନ୍ନ ପ୍ରକାର ଖାଦ୍ୟର ପସରା ମେଲିଛି । ସହରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ବୁଲି ଆସୁଥିବା ଲେକେ ଏହି ଖାଦ୍ୟ ଖାଉଛନ୍ତି । ତେବେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ଦେଇ ଶୁକ୍ରବାର ପଲ୍ଲିଶ୍ରୀ ମେଳାରେ ଖାଦ୍ୟ ନିରାପତ୍ତା ପକ୍ଷରୁ ଯାଞ୍ଚ କରାଯାଇଥିଲା । ମେଳାରେ ପଡିଥିବା ସମସ୍ତ ଖାଦ୍ୟ ଦୋକାନରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବାସି ଖାଦ୍ୟ, ତେଲ, ଫୁଡ଼ ଲାଇସେନ୍ସ ଓ ଖାଦ୍ୟରେ ରଙ୍ଗ ମିଶାଯାଉଛି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

ତେବେ ମେଳାରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ୩୩ଟି ଖାଦ୍ୟ ଷ୍ଟଲ ଚେକିଂ କରାଯାଇଥିଲା । ଯାଞ୍ଚ ବେଳେ ୫୦କେଜିର ରଙ୍ଗ ମିଶା ଖାଦ୍ୟ ସବୁକୁ ନଷ୍ଟ କରିଛି ଖାଦ୍ୟ ନିରାପତ୍ତା ବିଭାଗ । ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ତେବେ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଏପରି ଯାଞ୍ଚ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.