ETV Bharat / state

ଆଖୁ କିଆରୀରେ ବଣୁଆ ହାତୀଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ

author img

By

Published : Sep 30, 2022, 11:08 PM IST

ଆଖୁ କିଆରୀରେ ଆଠ ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ
ଆଖୁ କିଆରୀରେ ଆଠ ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ

ଢେଙ୍କାନାଳ ଜିଲ୍ଲାରେ ତିନି ବର୍ଷ ପରେ ହାତୀ ଉପଦ୍ରବ ଦେଖାଦେଇଛି । ଭୁବନ ପାଟକୁରା ଅଞ୍ଚଳରେ ବଣୁଆ ହତୀପଲଙ୍କ ଉପଦ୍ରବ ଦେଖାଦେଇଛି । ଆଖୁ କିଆରୀରେ ଆଠ ଟିକିଆ ବଣୁଆ ହାତୀ ପଶି ଏକର ଏକର ଆଖୁ ଚାଷ ନଷ୍ଟ କରିଛନ୍ତି । ଫଳରେ ଚିନ୍ତାରେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲାରେ ହାତୀ ଆତଙ୍କ । ଭୁବନ ପାଟକୁରା ଅଞ୍ଚଳରେ ବଣୁଆ ହତୀପଲଙ୍କ ଉପଦ୍ରବ ଦେଖାଦେଇଛି । ଆଖୁ କିଆରିରେ ଆଠ ଟିକିଆ ବଣୁଆ ହାତୀ ପଶି ଏକର ଏକର ଆଖୁ ଚାଷ ନଷ୍ଟ କରିଛନ୍ତି । ଫଳରେ ଚିନ୍ତାରେ ଅଞ୍ଚଳବାସୀ ।

ଆଖୁ କିଆରୀରେ ଆଠ ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ

ତିନି ବର୍ଷ ପରେ ଏହି ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଭୁବନ ଥାନା ଅନ୍ତର୍ଗତ ପାଟପୁରା ଗ୍ରାମ ଆଖୁ କିଆରୀରେ ପଶି ଉପଦ୍ରବ କରୁଛନ୍ତି ବଣୁଆ ହାତୀ । ଏହି ଆଠ ଟିକିଆ ବଣୁଆ ହାତୀପଲ ମଧ୍ୟରେ ଛଅଟି ଛୁଆ ହାତୀ ଗୋଟିଏ ମାଆ ହାତୀ ଥିବାବେଳେ ଗୋଟିଏ ଦନ୍ତା ହାତୀ ରହିଛି । ଏହି ହାତୀପଲ ଆଠଗଡ ଅଞ୍ଚଳରୁ ଭୁବନ ଚାଲି ଆସିଥିବା ଜଣ ପଡିଛି ।

ଏହା ମଧ୍ୟ ପଢନ୍ତୁ: ଗାଁ ଛାଡୁ ନାହାନ୍ତି ହାତୀପଲ, ଫସଲ ଚିନ୍ତାରେ ଚାଷୀ

ତେବେ ଖବର ପାଇ ଘଟଣାସ୍ଥଳରେ ଭୁବନ ବନବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସନ୍ଧ୍ୟା ପୂର୍ବରୁ ହାତୀମାନେ ଅଞ୍ଚଳ ଛାଡି ଯିବେନି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ହାତୀପଲ ଗ୍ରାମର ଶତୃଘ୍ନ ଦଳେଇଙ୍କ ଧାନ ବିଲରେ ପଶି ଧାନ ଫସଲ ନଷ୍ଟ କରିବା ପରେ ଗ୍ରାମ ଶିଶିର ରାଉତଙ୍କ ପାଞ୍ଚ ଏକର ଆଖୁ କିଆରୀରେ ପଶିଥିଲେ । ଆଠ ଟିକିଆ ବଣୁଆ ହାତୀ ଦଳି ଚକଟି ବ୍ୟାପକ ଆଖୁ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏକର ଏକର ଚାଷ ନଷ୍ଟ ହେବାରୁ ଚାଷୀ କିପରି ଋଣ ଶୁଝିବୁ ତାହାକୁ ସେନେଇ ଚିନ୍ତାରେ । ତେବେ ଆଜକୁ ତିନି ବର୍ଷ ପରେ ବଣୁଆ ହାତୀପଲର ଉପଦ୍ରବ ଦେଖିବାକୁ ମିଳିଛି ।

ଏନେଇ ସ୍ଥାନୀୟ ଆଖୁଚାଷୀ କହିଛନ୍ତି, " ମୁଁ ସକାଳୁ ଆସି ଦେଖିଲି ହାତୀପଲ ଆଖୁ କିଆରୀରେ ପଶିଛନ୍ତି । ଆଠଗଡ ହାତୀ ଆସି ସବୁ ଫସଲ ନଷ୍ଟ କରିଦେଲେଣି । ଋଣକରି ଏହି ଫସଲ କରିଥିଲୁ । ଏବେ ଆମର ସବୁ ଫସଲ ନଷ୍ଟ ହୋଇଯାଇଛି । କେମିତି ଋଣ ଶୁଝିବୁ ସେନେଇ ଚିନ୍ତାରେ । ବନ ବିଭାଗ ସଜାଗ ରହିଛି । ସନ୍ଧ୍ୟା ନହେଲେ ହାତୀପଲ ଯିବେ ନାହିଁ । ଯଦି ସରକାର ସାହାଯ୍ୟ ନକରନ୍ତି ତେବେ ଆତ୍ମହତ୍ୟା କରିବୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.