ETV Bharat / state

ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ

author img

By

Published : Sep 28, 2020, 10:38 AM IST

ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ
ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ

ବିଲରେ ଚାଷୀଙ୍କୁ ଟେକି କଚାଡି ମାରିଦେଲା ହାତୀ । ଅଳ୍ପକେ ବର୍ତ୍ତିଲେ ଆଉ ଜଣେ ଚାଷୀ । ହିନ୍ଦୋଳ ବେଡାପଡ଼ା ଗ୍ରାମର ଘଟଣା । ଅଧିକ ପଢନ୍ତୁ...

ଢେଙ୍କାନାଳ: ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର ବେଡାପଡା ଗାଁ ନିକଟରେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି । ବେଡାପଡ଼ା ବିଲମାଲରେ ଜଣେ ଚାଷୀଙ୍କୁ ଏକ ଦନ୍ତା ହାତୀ କଚାଡି ପାଦରେ ଚାପି ଦେଇଛି । ଫଳରେ ଉକ୍ତ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣଙ୍କ ବେଡାପଡା ଗାଁର ଭୋଳେଶ୍ବର ଦେହୁରୀ ବୋଲି ଜଣାପଡିଛି ।

ରବିବାର ରାତିରେ ଭୋଳେଶ୍ବର ଓ ଅନ୍ୟଜଣେ ଚାଷୀ ବିଲକୁ ପାଣି ଦେଖିବାକୁ ଯାଇଥିବା ବେଳେ ଏହି ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ତେବେ ଅନ୍ୟ ଜଣଙ୍କ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ଖବରପାଇ ଆଜି (ସୋମବାର) ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.