ETV Bharat / state

ହାତୀ ଆତଙ୍କ: ଚାଷୀକୁ କଚାଡି ମାରିଲା ଦନ୍ତା

author img

By

Published : Dec 20, 2019, 1:33 PM IST

ହାତୀ ଆତଙ୍କ: ଚାଷୀକୁ କଚାଡି ମାରିଲା ଦନ୍ତା
ହାତୀ ଆତଙ୍କ: ଚାଷୀକୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ବନଖଣ୍ଡର ମହବିରୋଡ଼ ରେଞ୍ଜ ଅଧିନସ୍ଥ ଡିହଡୋଳ ସେକ୍ସନ ଅଞ୍ଚଳରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ଜଣେ ଚାଷୀ ମୃତ। ଅଧିକ ପଢନ୍ତୁ...

ଢେଙ୍କାନାଳ: ପୁଣି ଦନ୍ତା ନେଲା ଜୀବନ। ଧାନ କାଟିବାକୁ ଯାଇଥିବା ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଢେଙ୍କାନାଳ ବନଖଣ୍ଡର ମହବିରୋଡ଼ ରେଞ୍ଜ ଅଧିନସ୍ଥ ଡିହଡୋଳ ସେକ୍ସନ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ଚାଷୀ ହେଲେ ପରଜଙ୍ଗ ଥାନା ରୋଡ଼ ଗାଁର ଶ୍ରୀକାନ୍ତ ମୁଦୁଲି l


ଏହି ଗାଁରେ ଜଣଙ୍କ ପରେ ଜଣଙ୍କ ଜୀବନ ନେଲାଣି ଦନ୍ତା। ତଥାପି ଏହି ଦନ୍ତାକୁ କାବୁ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ମଙ୍ଗଳବାର ପୁଣି ଜଣେ ଚାଷୀକୁ ଧାନ ବିଲରେ ତାଣ୍ଡବ ମଚାଇଥିବା ଏହି ଦନ୍ତା କଚାଡି ମାରିସାରିଛି। ମୃତକ ଶ୍ରୀକାନ୍ତ ଶୁକ୍ରବାର ଭୋର ସମୟରୁ ଧାନ କାଟିବା ପାଇଁ ଗୁଡ଼ିଆନାଳୀ ସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ। ଘନ କୁହୁଡି ଯୋଗୁଁ ଧାନ କାଟୁଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ସେ।

ହାତୀ ଆତଙ୍କ: ଚାଷୀକୁ କଚାଡି ମାରିଲା ଦନ୍ତା


ଧାନ ବିଲରେ ଏହି ଦନ୍ତା ହାତୀ ଶ୍ରୀକାନ୍ତଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିଲା। ଏନେଇ ଜାଣିବା ପରେ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଏ ଘଟଣାର ତଦନ୍ତ ଜାରି ରଖିଛି। ସପ୍ତାହେ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି। ତାଣ୍ଡବ ଖେଳାଇଥିବା ଏହି ଦନ୍ତାକୁ ନେଇ ଆତଙ୍କ ଖେଳିଯାଇଛି।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:-ପୁଣି ଦନ୍ତା ନେଲା ଜୀବନ/ ଢେଙ୍କାନାଳ ଚାଷୀଙ୍କୁ କଚାଡି ମାରିଦେଲା ଦନ୍ତା ଗ୍ରାମରେ ଧାନ କାଟିବାକୁ ଯାଇଥିବା ଜଣେ ଚାଷୀଙ୍କୁ କଚାଡି ମାରିଦେଲା ଦନ୍ତା

ଆଙ୍କର-ଢେଙ୍କାନାଳ ବନଖଣ୍ଡ ମହବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅଞ୍ଚଳରେ ଏକ ଦନ୍ତା ହାତୀ ଜଣଙ୍କ ପରେ ଜଣଙ୍କର ଜୀବନ ନେଲାଣି। ତଥାପି ଏହି ଦନ୍ତା କୁ ଆକଟ କରିବାରେ ବନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି।ଫଳରେ ମଙ୍ଗଳବାର ପୁଣି ଜଣେ ଚାଷୀକୁ ଧାନ ବିଲରେ ଏହି ଦନ୍ତା କଚାଡି ମାରିଦେଇଛି।
Body:ମୃତକ ଚାଷୀ ହେଲେ ପରଜଙ୍ଗ ଥାନା ରୋଡ଼ ଗାଁର ଶ୍ରୀକାନ୍ତ ମୁଦୁଲି l ଶ୍ରୀକାନ୍ତ ଆଜି ଭୋର ସମୟରେ ଧାନ କାଟିବା ପାଇଁ ଗୁଡ଼ିଆନାଳୀ ସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ । ଘନ କୁହୁଡି ଯୋଗୁଁ ଧାନ କାଟୁଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଧାନ ବିଲରେ ଦନ୍ତା ହାତୀଟି ଶ୍ରୀକାନ୍ତଙ୍କୁ ଶୁଣ୍ଢରେ କଚାଡି ମାରିଥିଲା । ଖବର ପାଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Conclusion:ତେବେ ଏକ ସପ୍ତାହ ମଧ୍ୟରେ ଅଂଚଳରେ ୨ ଜଣଙ୍କ ପ୍ରାଣହାନୀ ହୋଇସାରିଥିବା ବେଳେ ହାତୀ ଉପଦ୍ରବରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହେଉଥିବାରୁ ଅଞ୍ଚଳରେ ଏହି ଦନ୍ତାକୁ ନେଇ ଆତଙ୍କ ଖେଳିଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.