DSP ଅଭିନବ ଡାଳୁଆଙ୍କ ଜାମିନ ଆବେଦନ ଖାରଜ

author img

By

Published : Sep 15, 2022, 10:17 AM IST

ଡିଏସପି ଅଭିନବ ଡାଳୁଆଙ୍କ ଜାମିନ ଖାରଜ

କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସରେ ଧରାପଡ଼ିଥିବା ଡିଏସପି ଅଭିନବ ଡାଳୁଆଙ୍କ ଜାମିନ ଆବେଜନ ଖାରଜ ହୋଇଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସରେ ଧରାପଡ଼ିଥିବା ଡିଏସପି ଅଭିନବ ଡାଳୁଆଙ୍କ ଜାମିନ ଖାରଜ ହୋଇଛି । ଅଭିନବ ଡାଳୁଆଙ୍କ ପାଇଁ ତାଙ୍କ ଓକିଲ ଆବେଦନ କରିଥିବା ଜାମିନ ସମ୍ପର୍କରେ ବୁଧବାର ଶୁଣାଣି କରି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନକୁ ଖାରଜ କରିଛନ୍ତି ।

ସୂଚନା ଥାଉକି, ଗତ ଅଗଷ୍ଟ ୩୦ତାରିଖରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗିରଫ କରି ଡିଏସପି ଅଭିନବ ଡାଳୁଆଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲା । ତେବେ କୋର୍ଟରେ ଏହି ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଳୁଆଙ୍କ ଜାମିନ ଆବେଦନ ଶୁଣାଣିକୁ ଗତ ୯ ତାରିଖକୁ ରଖିଥିଲେ । ମାତ୍ର ୯ତାରିଖରେ କୋର୍ଟ ପକ୍ଷରୁ ପୁଣି ଶୁଣାଣିକୁ ୧୪ ତାରିଖକୁ ରଖାଯାଇଥିଲା । ବୁଧବାର ଏହି ଆବେଦନର ଶୁଣାଣି କରି ଜାମିନ ଖାରଜ କରିଛନ୍ତି କୋର୍ଟ ।

ସୂଚନାନୁସାରେ ଗିରଫ ଲାଞ୍ଚୁଆ ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳରେ ଇନ୍ସପେକ୍ଟରରୁ ଡିଏସପି ପଦୋନ୍ନତି ପାଇ ରାଉଲକେଲାକୁ ବଦଳି ହୋଇଥିଲେ । ତଥାପି ସଦର ଥାନା ଅଧିକାରୀ ଭାବେ ଦାୟିତ୍ୱରେ ରହି ଅନେକ କେଳେଙ୍କାରୀ ଚଳାଇଥିଲେ । ଢେଙ୍କାନାଳ ଟାଉନ ଥାନା, କାମାକ୍ଷାନଗର ଓ ସଦର ଥାନା ଅଧିକାରୀ ଭାବେ ରହି ଲାଞ୍ଚ କାରବାର ସାଙ୍ଗକୁ ଚୋର କୋଇଲା ଚାଲାଣ, ଗୋରୁ ଚାଲାଣ, ବ୍ରାଉନ ସୁଗାର, ପଥର ଓ ବାଲି ଆଦି ମାଫିଆଙ୍କ ସହ ସଲସୁତରାରେ କୋଟି କୋଟି ଟଙ୍କା ବେଆଇନ ସମ୍ପତି ଠୁଳ କରିଥିଲେ ।

ଫଳରେ ପୂର୍ବରୁ ଭିଜିଲାନ୍ସ ସ୍କାନରରେ ଥିବା ଏହି ଲାଞ୍ଚୁଆ ଡ଼ିଏସପି ଭିଜିଲାନ୍ସ ଟ୍ରାପ ହେବା କ୍ଷଣି ଭିଜିଲାନ୍ସର ୮ଟି ଟିମ ବାଲେଶ୍ୱର, ଯାଜପୁର, କେନ୍ଦୁଝର, ଜଟଣୀ ଓ ଖୋର୍ଦ୍ଧା ଓ ଢେଙ୍କାନାଲ ଆଦି ବିଭିନ୍ନ ଜାଗାରେ ତବକ ସମ୍ପର୍କୀୟ ଓ ସହଯୋଗୀ ମାନଙ୍କ ଘର ଉପରେ ଚଢ଼ଉ କରି ଅନେକ ସ୍ଥାବର ଓ ଅସ୍ଥାବର ବେଆଇନ ସମ୍ପତ୍ତି ଠାବ କରିଛି । ସେଠି ମଧ୍ୟରେ ବିଭିନ୍ନ ସ୍ଥାନରେ ତାଙ୍କର ଠାବ ହୋଇଥିବା ୧୪ଟି ପ୍ଲଟର ସରକାରୀ ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଟ୍ରାପ ଓ ବେଆଇନ ସମ୍ପତ୍ତି ଠୁଳ ଏପରି ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଅପରପକ୍ଷରେ ଏହି ଯାଞ୍ଚ ବେଳେ ବିଭିନ୍ନ ବ୍ୟାଙ୍କ, ସେୟାର ମାର୍କେଟ, ବିଭିନ୍ନ ବୀମା ବଣ୍ଡ, ବିଭିନ୍ନ ଯାଗାରେ ବିଶାଳ ବିଶାଳ କୋଠା ଘର, ଦାମୀ ଗାଡି, ସୁନା ଅଳଙ୍କାର ରସିଦ ଆଦି କୋଟି କୋଟି ଟଙ୍କାର ସମ୍ପତି ତାଙ୍କ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ନାମରେ ବେଆଇନ ଭାବେ ଠୁଳ କରିଥିବା ଭିଜିଲାନ୍ସ ହାତରେ ଲାଗିଥିଲା ।

ଯାହାକି ଭିଜିଲାନ୍ସ ଆକଳନ କରୁଥିବାରୁ ସଠିକ କେତେ କୋଟିର ସମ୍ପତ୍ତି ତାହା ପ୍ରକାଶ କରିପାରିନଥିବା ଜଣାପଡିଛି । ଏହି ଲାଞ୍ଚୁଆ ଡିଏସପି ଅଭିନବ ଡାଳୁଆ ଏବେ ରାଜ୍ୟ ପୋଲିସରେ ବେଶ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିବା ବେଳେ ଏପଟେ ତାଙ୍କୁ ସହଯୋଗ କରୁଥିବା ତାଙ୍କ ପତ୍ନୀ ତଥା ଢେଙ୍କାନାଳ ପୋଲିସ ବିଭାଗରେ ଅବସ୍ଥାପିତ ଥିବା ଡିଏସପି ସସ୍ମିତା ବାରିକଙ୍କୁ ଢେଙ୍କାନାଳରୁ ରାଜ୍ୟ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲାକୁ ବଦଳି ନିର୍ଦ୍ଦେଶ ଦେଇଥବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.