ଜଳାଶ୍ରୟର ବେଆଇନ କିସମ ପରିବର୍ତ୍ତନକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

author img

By

Published : Oct 11, 2021, 7:24 PM IST

ଜଳାଶ୍ରୟର ବେଆଇନ କିସମ ପରିବର୍ତ୍ତନକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ

କିସମ ପରିବର୍ତ୍ତନ କରି ଜମି ବିକ୍ରିକୁ ତୀବ୍ର ବିରୋଧ କରିଛନ୍ତି ଢେଙ୍କାନଳ ସହରର ଜଗନ୍ନାଥ ରୋଡ ବାସିନ୍ଦା । ଜନସାଧାରଣ ବ୍ୟବହାର କରୁଥିବା ଗୋଡି ପୋଖରୀକୁ କିସମ ପରିବର୍ତ୍ତନ କରି ଜମି ମାଫିଆମାନେ ତା ଉପରେ ଘର ତିଆରି କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: କିସମ ପରିବର୍ତ୍ତନ କରି ଜମି ବିକ୍ରିକୁ ତୀବ୍ର ବିରୋଧ କରିଛନ୍ତି ଢେଙ୍କାନଳ ସହରର ଜଗନ୍ନାଥ ରୋଡ ବାସିନ୍ଦା । ଜନସାଧାରଣ ବ୍ୟବହାର କରୁଥିବା ଗୋଡି ପୋଖରୀକୁ କିସମ ପରିବର୍ତ୍ତନ କରି ଜମି ମାଫିଆମାନେ ତା ଉପରେ ଘର ତିଆରି କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।

ଜଳାଶ୍ରୟର ବେଆଇନ କିସମ ପରିବର୍ତ୍ତନକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ
ଏହାକୁ ନେଇ ସ୍ଥାନୀୟ ମୀନା ବଜାର ଓ ଜଗନ୍ନାଥ ରୋଡବାସିନ୍ଦା ଶହଶହ ସଂଖ୍ୟାରେ ରାସ୍ତାରୋକ କରିଥିଲେ । ଜଗନ୍ନାଥ ରୋଡ଼ ଅବରୋଧ କରି ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସହରର ଗୋଡ଼ି ପୋଖରୀ ଦେବୋତ୍ତର ବିଭାଗ ଅଧୀନରେ ରହିଥିଲା । କିନ୍ତୁ ଏହାକୁ ଦେବୋତ୍ତର ବିଭାଗ ନିଲାମ କରିଦେଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ପୋଖରୀକୁ ଜଳାଶ୍ରୟରୁ ବେଆଇନ ଭାବେ ଘରବାଡ଼ିକୁ କିସମ ପରିବର୍ତ୍ତନ କରାଯାଇ ବିକ୍ରି କରାଯାଉଛି ।

ପୋଖରୀ ପୋତିବା ଯୋଗୁଁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି । ଉକ୍ତ ପୋଖରୀର ପୁନଃରୁଦ୍ଧାର କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏପରି ବେଆଇନ କାର୍ଯ୍ୟ କରିଥିବା ସରକାରୀ ଅଧିକାରୀ ଓ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି । ଉତ୍ତେଜନା ବଢି଼ବାରୁ ଟାଉନ ଥାନା ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଲୋକଙ୍କୁ ବୁଝାସୁଝା କରିଥିଲେ ।

ଏ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନକାରୀ । ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଦୀର୍ଘ ସମୟ ଧରି ଅଟକି ରହିଥଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.