ETV Bharat / state

ଆସନ୍ତାକାଲି ମହିମା ଗାଦି ଗସ୍ତ କରିବେ 5T ସଚିବ, ଭବ୍ୟ ଆୟୋଜନକୁ ବିଜେପିର ନିନ୍ଦା

author img

By

Published : May 28, 2023, 9:06 PM IST

ସୋମବାର ଢେଙ୍କାନାଳ ଜୋରନ୍ଦାସ୍ଥିତ ମହିମା ଗାଦି ଗସ୍ତ କରିବେ 5T ସଚିବ ଭିକେ ପଣ୍ଡିଆନ । ଏଥିପାଇଁ ହେଉଛି ଭବ୍ୟ ଆୟୋଜନ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାପାଳ, ବିଧାୟକ ସୁଧୀର ସାମଲ ଓ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆୟୋଜନର ତଦାରଖ କରୁଛନ୍ତି । ତେବେ ଜଣେ ସଚିବଙ୍କ ଗସ୍ତ ପାଇଁ ଏପରି ଭବ୍ୟ ପ୍ରସ୍ତୁତିକୁ ନିନ୍ଦା କରିଛି ବିଜେପି । ଅଧିକ ପଢ଼ନ୍ତୁ

5T ସଚିବଙ୍କ ଜୋରନ୍ଦା ଗସ୍ତ ପାଇଁ ଭବ୍ୟ ଆୟୋଜନକୁ ନିନ୍ଦା କଲା ବିଜେପି
5T ସଚିବଙ୍କ ଜୋରନ୍ଦା ଗସ୍ତ ପାଇଁ ଭବ୍ୟ ଆୟୋଜନକୁ ନିନ୍ଦା କଲା ବିଜେପି

5T ସଚିବଙ୍କ ଜୋରନ୍ଦା ଗସ୍ତ ପାଇଁ ଭବ୍ୟ ଆୟୋଜନକୁ ନିନ୍ଦା କଲା ବିଜେପି

ଢେଙ୍କାନାଳ: ଆସନ୍ତାକାଲି ଅର୍ଥାତ ସୋମବାର 5T ସଚିବ ଭିକେ ପଣ୍ଡିଆନଙ୍କ ଜୋରନ୍ଦାସ୍ଥିତ ମହିମା ଗାଦି ଗସ୍ତ କାର୍ଯ୍ୟକ୍ରମ ପାଇଁ ମହିମା ଗାଦିରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ମାତ୍ର ଜଣେ ସଚିବଙ୍କ ପାଇଁ ଏପରି ଭବ୍ୟ ବ୍ୟୟ ବହୁଳ ଆୟୋଜନକୁ ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ଜନ ସାଧାରଣଙ୍କ ସମ୍ମାନ ତଥା ସ୍ବାଭିମାନର ପ୍ରତୀକ ଗଣତନ୍ତ୍ରର ଲୋକ ପ୍ରତିନିଧି ମାନେ ଜଣେ ସଚିବଙ୍କ ଆଗମନ ପାଇଁ ଏପରି ଭବ୍ୟ ପ୍ରସ୍ତୁତି କରିବା ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏନେଇ ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଗଣତନ୍ତ୍ରରେ ଲୋକ ପ୍ରତିନିଧିଙ୍କ ଏପରି କାର୍ଯ୍ୟଧାରା ଗଣତନ୍ତ୍ର ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗଣତନ୍ତ୍ରରେ ଲୋକ ପ୍ରତିନିଧି (ବିଧାୟକ)ମାନେ ସମ୍ମାନ ଓ ସ୍ଵାଭିମାନର ପ୍ରତୀକ ହୋଇଥିଲେ ମଧ୍ୟ ସଚିବଙ୍କ ଗସ୍ତ ପାଇଁ ଲୋକ ଏମାନେ ଭବ୍ୟ ଆୟୋଜନ କରି ପ୍ରସ୍ତୁତି ତଦାରଖ କରିବା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ଅଭିଯୋଗ କରିଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ବିଜେପି ନେତା ସୁନୀଲ ଶର୍ମା, ବିଭୁତି ଭୂଷଣ ପ୍ରଧାନ, ନବ କିଶୋର ଗୁରୁ ଓ ଶତ୍ରୁଘ୍ନ ଜେନାଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ସୂଚନା ଥାଉ କି, ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିମା ଗାଦିର ବିକାଶ ତଥା ଉନ୍ନତୀକରଣ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ତେବେ ଏହି ଉନ୍ନୟନ କାର୍ଯ୍ୟର ତଦାରଖ ଓ ପରିଦର୍ଶନ ପାଇଁ ଆସନ୍ତାକାଲି ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ରାଜ୍ୟ 5T ସଚିବ ଭିକେ ପାଣ୍ଡିଆନଙ୍କର ଜୋରନ୍ଦା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଢେଙ୍କାନାଳ ଜିଲ୍ଲାପାଳ, ବିଧାୟକ ସୁଧୀର ସାମଲ ଓ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଜୋରନ୍ଦା ଗସ୍ତ କରି ଆସନ୍ତାକାଲି ପାଇଁ ହେବାକୁ ଥିବା ଆୟୋଜନର ତଦାରଖ କରୁଛନ୍ତି । ଯାହାକୁ ନେଇ ଜିଲ୍ଲା ବିଜେପି ପ୍ରତିକ୍ରିୟାଶୀଳ ହୋଇଛି । ଜଣେ ସଚିବଙ୍କ ଆଗମନ ପାଇଁ ଏପରି ଭବ୍ୟ ଆୟୋଜନ କରିବା ଓ 5T ସଚିବଙ୍କ ପାଇଁ ଲୋକ ପ୍ରତିନିଧିଙ୍କ ତତ୍ପରତା ଅତି ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର ଓ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରକାଶ କରିଛନ୍ତି । ଗଣତନ୍ତ୍ରରେ ଜନପ୍ରତିନିଧିକୁ ସଚିବ ସମ୍ମାନ ଦେବା ବଦଳରେ ଏଠାରେ ଓଲଟା ଜଣେ ସଚିବଙ୍କ ପାଇଁ ଲୋକ ପ୍ରତିନିଧି ତଥା ବିଧାୟକ ମାନେ କାର୍ଯ୍ୟ ତଦାରଖ କରିବା ଗଣତନ୍ତ୍ରରେ କଳଙ୍କ ବୋଲି ବିଜେପି ନେତୃବୃନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.