ETV Bharat / state

ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ

author img

By

Published : Aug 21, 2021, 2:46 PM IST

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ମହିଳାଙ୍କୁ ଟେକି କଚାଡି ମାରିଲା ହାତୀ । ଅଧିକ ପଢନ୍ତୁ...

ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ

ଢେଙ୍କାନାଳ: ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଜଣେ ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ହାତୀ । ହିନ୍ଦୋଳ ଏନଏସି ଅନ୍ତର୍ଗତ 13 ନଂ ୱାର୍ଡ ତଣ୍ଟିଚିରା ଗ୍ରାମରେ ଆଜି(ଶନିବାର) ଭୋର ସମୟରେ ଏପରି ଏକ ଅଘଟଣ ଘଟିଛି ।

ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ

ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ଜଣକ ଉକ୍ତ ଗ୍ରାମର ପୁନି ସାହୁ ବୋଲି ଜଣାପଡିଛି । ପୁନି ଭୋର ସମୟରେ ଘର ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦେଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ହିନ୍ଦୋଳ ବନାଞ୍ଚଳ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି । ଏହି ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ମୃତ ମହିଳାଙ୍କ ପରିବାରକୁ ପ୍ରାଥମିକ ଭାବେ କ୍ଷତି ପୂରଣ ବାବଦକୁ 40 ହଜାର ଟଙ୍କା ଏବଂ ପରେ 3 ଲକ୍ଷ 60 ହଜାର ଦେବାକୁ ବିଭାଗ ପକ୍ଷରୁ ପ୍ରତିଶୃତି ଦେବା ପରେ ଉତ୍ତେଜନା ଥମିଛି । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.