ETV Bharat / state

କୋଇଲା ଟ୍ରକ ଧକ୍କାରେ ଚାଲିଗଲା 5 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 28, 2022, 7:57 AM IST

Updated : Aug 28, 2022, 10:32 AM IST

ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ
ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ

ମହୁଲ ପେଶାଇବାକୁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଢେଙ୍କାନାଳ: କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ୫୩ନମ୍ବର ଜାତୀୟ ରାଜପଥରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ମୃତକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗାଁର । ସେମାନେ ହେଲେ ଆଦିକନ୍ଦ ସାମଲ,ବଣ୍ଟି ସାମଲ,ପହଲି ସାମଲ,ଅକୁର ସାମଲ ଓ ଅଙ୍କୁରଙ୍କ ୧୦ବର୍ଷର ପୁଅ କାଳିଆ ସାମଲ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ

ଆଜି ସକାଳ ସମୟରେ ମୁକ୍ତାପଶି ଗ୍ରାମକୁ ମହୁଲ ପେଶାଇବାକୁ ଏକ ଅଟୋ ଯୋଗେ ସମସ୍ତେ ବାହାରିଥିଲେ । ତେବେ NH ୫୩ ମୁକ୍ତାପଶି ଗ୍ରାମ ନିକଟରେ ତାଳଚେରରୁ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲା । ହେଲେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର । ସେପଟେ ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଜୀବନ ଚାଲିଯାଇଥିବାରୁ ବାଙ୍ଗୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ

ଏହି ଦୁଃଖଦ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ୫ ମୃତକଙ୍କ ପରିବାକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ସୂଚନା ଥାଉକି, କିଛିଦିନ ପୂର୍ବେ ଏନଏଚ-୫୫ର ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଏକ ବସ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତାଳଚେରରୁ ଭୁବନେଶ୍ୱର ଯାଉଥିବା ଜଗନ୍ନାଥ ନାମ ବସ୍‌ ଟ୍ରଲର ସହ ଧକ୍କା ହୋଇଥିଲା । ପରେ ବସଟି ରାସ୍ତା ପାର୍ଶ୍ଵ ଏକ ଖାଲରେ ପଶିଯାଇଥିଲା । ଫଳରେ ବସରେ ଥିବା ପ୍ରାୟ ୬୦ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଜଣ ଆହତ ହୋଇଥିଲେ । ଡ୍ରାଇଭର ଜଣକ ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Aug 28, 2022, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.