ETV Bharat / state

ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ

author img

By

Published : Aug 16, 2022, 11:38 AM IST

ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଜଗନ୍ନାଥ ବସକୁ ଧକ୍କା ଦେଇଛି ଟ୍ରଲର । ବସରେ ଥିବା ୬0 ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ
ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ

ଢେଙ୍କାନାଳ: ଜିଲ୍ଲା ଏନଏଚ-୫୫ର ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଦୁର୍ଘଟଣା । ଜଗନ୍ନାଥନାମକ ବସ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ପ୍ରାୟ ୬୦ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ୱର ଯାଉଥିଲା ଜଗନ୍ନାଥ ବସ୍‌ ।

ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ

କଟକ ଆଡୁ ଯାଉଥିବା ଏକ ଟ୍ରଲର ସହ ଜଗନ୍ନାଥ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସଟି ରାସ୍ତା ପାର୍ଶ୍ଵ ଏକ ଖାଲରେ ପଶିଯାଇଥିଲା । ବସରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରିଛନ୍ତି । ଆହତ ଯାତ୍ରୀମାନେ କଟକ ଭୁବନେଶ୍ୱର ଓ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି । ଡ୍ରାଇଭର ଜଣକ ମଦ୍ୟପାନ କରିଥିବାକୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.