ETV Bharat / state

ମଦ ନିଶାରେ ସାଙ୍ଗକୁ ଟାଙ୍ଗିଆରେ ହାଣିଲା ସାଙ୍ଗ

author img

By

Published : Sep 8, 2022, 1:05 PM IST

ମଦ ନିଶାରେ ସାଙ୍ଗକୁ ଟାଙ୍ଗିଆରେ ହାଣିଲା ସାଙ୍ଗ, ଅଭିଯୁକ୍ତ ଗିରଫ
ମଦ ନିଶାରେ ସାଙ୍ଗକୁ ଟାଙ୍ଗିଆରେ ହାଣିଲା ସାଙ୍ଗ, ଅଭିଯୁକ୍ତ ଗିରଫ

ଦେବଗଡ଼ ଜିଲ୍ଲାକୁଣ୍ଢେଇଗୋଲା ଥାନାରେ ଅଭାବନୀୟ ଘଟଣା । ସୈତାନ ସାଜିଲା ବନ୍ଧୁ । ମଦ ନିଶାରେ ନିଜ ପୁରୁଣା ବନ୍ଧୁକୁ ହାଣିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଦେବଗଡ଼: ଜିଲ୍ଲାର କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ଗୋହିଡା ଗ୍ରାମରେ ସୈତାନ ସାଜିଲା ବନ୍ଧୁ । ମଦ ନିଶାରେ ମସଗୁଲ ହୋଇ ସାମାନ୍ୟ କଲହରୁ ଟାଙ୍ଗିଆରେ ସାଙ୍ଗକୁ ହାଣିଲା ମଦ୍ୟପ ସାଙ୍ଗ । ଘଟଣାସ୍ଥଳରେ ଯୁବକ ଜଣକ ପ୍ରାଣ ହରାଇଥିବା ବେଲେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ଗୋହିଡ଼ା ଗ୍ରାମର ରଞ୍ଜିତ ନାୟକ (୨୧) ।

ମିଳିଥିବା ସୂଚନା ଅନୁସାରେ ଗତକାଲି (ବୁଧବାର ) ରାତିରେ ଗୋହିଡା ଗାଁରେ ନିଜଘରେ ରଞ୍ଜିତ ଶୋଇଥିବାବେଳେ, ସେଠାରେ ତାଙ୍କ ସାଙ୍ଗ ପ୍ରଭାତ କୁମୁରା (୨୨) ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ପହଞ୍ଚିଥିଲା । କୌଣସି ପୂର୍ବ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ମଦ୍ୟପ ସାଙ୍ଗ ଭୁଲିଗଲା ବହୁଦିନର ପୁରୁଣା ସମ୍ପର୍କ । ଆଉ ନିଜ ସାଙ୍ଗ ଉପରେ ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ- ଶୁଣିଲାନି ଶିକ୍ଷା ବିଭାଗ, ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ସେହି ସମୟରେ ପ୍ରଭାତ ହଠାତ ଉତ୍ତେଜିତ ହୋଇ ଏକ ଟାଙ୍ଗିଆ ସାହାଯ୍ୟରେ ରଞ୍ଜିତକୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ରଞ୍ଜିତ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀଙ୍କ ସୂତ୍ରରୁ ଖବର ପାଇ କୁଣ୍ଢେଇଗୋଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତକଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲା ପୋଲିସ ।

ଏହାପରେ ଉକ୍ତ ମୃତ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରଭାତକୁ ଗିରଫ କରିଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ । ଏହି ଘଟଣା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ସହିତ ଗ୍ରାମବାସୀ ମୃତ ଯୁବକୁ ନ୍ୟାୟ ପ୍ରଦାନ କରିବା ଲାଗି ଦାବି କରିବା ସହ ନିଶାସକ୍ତ ବନ୍ଧୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.