ETV Bharat / state

Vigilance Trap : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ

author img

By

Published : Oct 20, 2022, 7:57 PM IST

Vigilance Trap : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ
Vigilance Trap : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅଧିକ ପଢନ୍ତୁ

ଦେବଗଡ଼ : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୌର ପରିଷଦ ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ । ଏକ ଡ୍ରେନ କାମର ବିଲ୍‌ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଏହାସହ ଅନେକ ଖୋଳାତାଡ଼ ମଧ୍ୟ କରୁଛି ।

Vigilance Trap : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ

ସୂଚନାନୁସାରେ ଦେବଗଡ଼ ପୌର ପରିଷଦର ଏକ ଡ୍ରେନ କାମର ୪ ଲକ୍ଷ ଟଙ୍କା ବିଲ୍ କରାଇବାକୁ ପୌରାଞ୍ଚଳର ଠିକାଦାର କଳିତ କୁମାର କର ଯାଇଥିଲେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ପାଖକୁ । ସେଠାରେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଠିକାଦାର କଳିତ କୁମାରଙ୍କୁ ବିଲି ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥଲେ ।

  • Today , Sri Bijayananda Sahu, Jr. Engineer, Tileibani Block, Dist-Deogarh has been apprehended by #Odisha #Vigilance while demanding & accepting #bribe of Rs.8000/- from a Contractor for facilitating release of the final bill of the work executed by him.

    — Odisha Vigilance (@OdishaVigilance) October 20, 2022 " class="align-text-top noRightClick twitterSection" data=" ">

ଏପରିକି ଲାଞ୍ଚ ନଦେଲେ ବିଲ ହେବନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ତେବେ ଏ ନେଇ ଠିକାଦାର କଳିତ କୁମାର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗଟି ଭିଜିଲାନ୍ସ ବିଭାଗ ଗ୍ରହଣ କରିଥିଲେ । ଆଜି ଠିକାଦାର କଳିତ କୁମାର କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ତାଙ୍କ ଦେବଗଡ଼ ସ୍ଥିତ ଭଡା ଘରକୁ ଯାଇଥିଲେ ।ସେଠାରେ ବିଜୟାନନ୍ଦ ସାହୁଙ୍କୁ ବିଲ୍ ପାଇଁ ୮୦୦୦ ଟଙ୍କା ପ୍ରଦାନ କରୁଥିଲେ । ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଥିଲେ । ଏହା ସହ ତାଙ୍କ ପାଖରୁ କେମିକାଲ ବୋଳା ଯାଇଥିବା 8000 ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ ।

ଏହାମଧ୍ୟ ପଢ଼ନ୍ତୁ. ଲାଞ୍ଚ ନେଇ ବନ୍ଧା ହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ

ଦେବଗଡ଼ ଓ ଝାରସୁଗୁଡ଼ାର ମିଳିତ ୬ ଜଣିଆ ଭିଜିଲାନ୍ସ ଟିମ୍ ବିଜୟାନନ୍ଦଙ୍କୁ କାବୁ କରିବା ପରେ ଅନେକ ଖୋଲତାଡ଼ ଆରମ୍ଭ କରିଛନ୍ତି । ଏପରିକି ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲ ଓ ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ବିଜୟାନନ୍ଦଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲି ସ୍ଥିତ ବାସ ଭବନରେ ଏକକାଳୀନ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଆୟ ବହିର୍ଭୁତ ବିପୁଳ ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍ । ଏନେଇ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦଙ୍କ ବିରୋଧରେ PS Case No 24, u/s 7 pc Act 2018 ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.