ETV Bharat / state

ଦେବଗଡ଼ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ପଲିଥିନ ଯାଞ୍ଚ

author img

By

Published : Feb 4, 2021, 10:41 PM IST

ଦେବଗଡ଼ ପୌର ପରିଷଦ ପକ୍ଷରୁ ପୋୖରାଞ୍ଚଳରେ ପଲିଥିନ ଯାଞ୍ଚ
ଦେବଗଡ଼ ପୌର ପରିଷଦ ପକ୍ଷରୁ ପୋୖରାଞ୍ଚଳରେ ପଲିଥିନ ଯାଞ୍ଚ

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପୌର ପରିଷଦ ପକ୍ଷରୁ ପୌରାଞ୍ଚଳର ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପଲିଥିନ ଯାଞ୍ଚ ଓ ରାସ୍ତା ଅବରୋଧ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ଦେବଗଡ଼: ଦେବଗଡ଼ ପୌର ପରିଷଦ ପକ୍ଷରୁ ପୌରାଞ୍ଚଳରେ ପଲିଥିନ ଯାଞ୍ଚ । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପୌର ପରିଷଦ ପକ୍ଷରୁ ପୌରାଞ୍ଚଳର ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପଲିଥିନ ଯାଞ୍ଚ ଓ ରାସ୍ତା ଅବରୋଧ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଗୁରୁବାର ପୂର୍ବାହ୍ନରେ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡା , ସିଏମଏମ ଅଭିଷେକ ମିଶ୍ର, ଗୋଷ୍ଠୀ ସଙ୍ଗଠିକା ମୋନାଲିସା ପଣ୍ଡାଙ୍କ ସହିତ ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ପୌରାଞ୍ଚଳର ଦୈନିକ ବଜାର ଓ ବିଭିନ୍ନ ୱାର୍ଡରେ ପଲିଥିନ ଯାଞ୍ଚ କରାଯିବା ସହିତ ରାସ୍ତା ଜବର ଦଖଲ ଉଚ୍ଛେଦ କରାଯାଇଥିଲା ।

ଦେବଗଡ଼ ପୌରାଞ୍ଚଳକୁ ପଲିଥିନ ମୁକ୍ତ କରିବା ଉଦ୍ଦେଶ୍ୟରେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ଏଥିସହିତ ପୌରାଞ୍ଚଳରେ କେତେକ ବ୍ୟବସାୟୀ ରାସ୍ତା ଉପରକୁ ମାଡ଼ି ଆସି ଓ ରାସ୍ତା ଅବରୋଧ କରି ବ୍ୟବସାୟ କରି ଆସୁଥିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦେବଗଡ଼ ପୌରାଞ୍ଚଳରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ସହର ପରିବେଶ ପ୍ରଦୂଷିତ ହେବା ସଙ୍ଗେ ସଙ୍ଗେ ପଲିଥିନ ଖାଇ ବହୁ ସଂଖ୍ୟାରେ ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ସେହିପରି କେତେକ ଅସାଧୁ ବ୍ୟବସାୟୀ ରାସ୍ତା ଓ ଡ୍ରେନ ଉପରେ ନିଜ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ କରି ଆସୁଥିବାରୁ ରାସ୍ତା ସଙ୍କୁଚିତ ହେବା ସଙ୍ଗେସଙ୍ଗେ ଦୁର୍ଘଟଣା ବୃଦ୍ଧି ପାଉଛି । ତେବେ ଦେବଗଡ଼ ସହରରେ ପଲିଥିନ ଯାଞ୍ଚ ଓ ରାସ୍ତା ଅବରୋଧ ଉଛେଦ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀମତି ପରିଡା ପ୍ରକାଶ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.