ETV Bharat / state

କାମରେ ଆସୁନି ଗୋହିରା ଜଳସେଚନ ପ୍ରକଳ୍ପ: ପୋତି ହେଲାଣି କେନାଲ, ଚିନ୍ତାରେ ଚାଷୀ

author img

By

Published : Jul 14, 2023, 8:35 PM IST

ମରାମତି ଅଭାବରୁ ପୋତି ହୋଇ ଯାଇଥିବା ଜଳସେଚନ ପ୍ରକଳ୍ପ
ମରାମତି ଅଭାବରୁ ପୋତି ହୋଇ ଯାଇଥିବା ଜଳସେଚନ ପ୍ରକଳ୍ପ

କାମରେ ଆସୁନି ଗୋହିରା ଜଳସେଚନ ପ୍ରକଳ୍ପ । କେନାଲ ସବୁ ମରାମତି ଅଭାବରୁ ପୋତି ହୋଇ ଯାଇଥିବା ବେଳେ ଚାଷଜମିକୁ ପହଞ୍ଚି ପାରୁନି ପାଣି । ଫଳରେ ଚାଷକାର୍ଯ୍ୟ ବ୍ୟାହତ । ଅଧିକ ପଢ଼ନ୍ତୁ

ମରାମତି ଅଭାବରୁ ପୋତି ହୋଇ ଯାଇଥିବା ଜଳସେଚନ ପ୍ରକଳ୍ପ

ଦେବଗଡ଼: ପାଣି ବିନା ହନ୍ତସନ୍ତ ଚାଷୀ । ଜଳସେଚନ ପାଇଁ ଡ୍ୟାମ ନିର୍ମାଣ ସତ୍ତ୍ବେ ଚାଷ ଜମି ଫାଟି ଆଁ । ମରାମତି ଅଭାରୁ କାମରେ ଆସୁନି ଗୋହିରା ଜଳସେଚନ ପ୍ରକଳ୍ପ । ଦେବଗଡ଼ ଆମ୍ବଘାଟ ଗାଁ ନିକଟସ୍ଥ ଗୋହିରା ନଦୀରେ 5ଟି ଗେଟ୍‌ ବିଶିଷ୍ଟ ଏହି ଡ୍ୟାମ୍‌ କାର୍ଯ୍ୟ 1985 ମସିହାରେ ସମାପ୍ତ ହୋଇଥିଲା । ଏହି ପ୍ରକଳ୍ପ ଦ୍ବାରା ଖରିଫ ଚାଷରେ 8120 ହେକ୍ଟର ଜମି ଓ ରବି ଚାଷରେ 5700 ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରହିଥିଲା । ପ୍ରକଳ୍ପ ସମାପ୍ତ ହେବା ପରେ ଲୋକେ ଚାଷକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଜଳ ପାଇ ଆସୁଥିଲେ ।

ମାତ୍ର ବିଗତ କିଛିବର୍ଷ ହେଲା ଏହି ପ୍ରକଳ୍ପର ମରାମତି ଓ ପୁନରୁଦ୍ଧାର ଦିଗରେ ସରକାରଙ୍କ ଜଳସେଚନ ବିଭାଗ ଆଦୌ ଦୃଷ୍ଟି ଦେଇନାହିଁ । ମରାମତି ନାମରେ କେବଳ ମୁଖ୍ୟ କେନାଲର କିଛି ଅଂଶ କାର୍ଯ୍ୟ କରି ବିଭାଗୀୟ କତ୍ତୃପକ୍ଷ ଦାୟିତ୍ୱ ସମ୍ପାଦନ କରି ଦେଉଛନ୍ତି । ହେଲେ ମୁଖ୍ୟ କେନାଲ ତଥା ସବ-ମାଇନର ଓ ମାଇନର କେନାଲରୁ ସିଧାସଳଖ ଚାଷଜମିକୁ ଯାଇଥିବା ୱାଟରକୋଷ ଓ କରନାଳି କେନାଲଗୁଡିକ ମରାମତି ହୋଇପାରୁନାହିଁ । ୱାଟରକୋଷ ଓ କରନାଳି କେନାଲଗୁଡିକ ଭାଙ୍ଗିରୁଜି ମାଟିରେ ପୋତି ହୋଇ ଗଲାଣି । ଫଳରେ ଚାଷଜମିକୁ ସୁଚାରୁରୂପେ ଜଳ ପହଞ୍ଚି ପାରୁନାହିଁ ।

ଅଧିକ ପଢ଼ନ୍ତୁ: ପୋତି ହୋଇ ପଡ଼ିଛି ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ କେନାଲ, ଚାଷକୁ ନେଇ ଚିନ୍ତାରେ ଚାଷୀ

ଗୋହିରା ପ୍ରକଳ୍ପରୁ ଆସୁଥିବା ଜଳ କେବଳ ସବ-ମାଇନର ଓ ମାଇନର କେନାଲରେ ପ୍ରବାହିତ ହେଉଛି ସିନା, ହେଲେ ଏହା ଚାଷଜମିକୁ ପହଞ୍ଚି ପାରୁ ନାହିଁ । ଚାଷୀ ପ୍ରତିବର୍ଷ ଜଳକର ଦେଇ ଆସୁଛନ୍ତି । ହେଲେ ଜମିକୁ ଜଳ ପାଇପାରୁନଥିବାରୁ ଏନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଏହି କେନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଣି ପଞ୍ଚାୟତ ଅଧୀନରେ ଥିବାରୁ ଓ ଏଥିପାଇଁ ଆବଶ୍ୟକ ଅନୁଦାନ ସରକାର ଯୋଗାଇ ଦେଉନଥିବା କାରଣରୁ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରିବା ସମ୍ଭବ ହେଉନଥିବା ପାଣିପାଞ୍ଚାୟତ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । 19ଟି ପାଣିପାଞ୍ଚାୟତ କର୍ମକର୍ତ୍ତା ଦେବଗଡ଼ ଜିଲ୍ଲାପାଳ ଓ ଜଳସେଚନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.