ETV Bharat / state

ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ , ବିଜେପିର ତୀବ୍ର ବିରୋଧ

author img

By ETV Bharat Odisha Team

Published : Sep 22, 2023, 2:12 PM IST

deogarh municipality
deogarh municipality

ଚାକିରି ବୈଧତା ନଥାଇ ମଧ୍ୟ ଦେବଗଡ ପୌର ପରିଷଦରେ ଠିକା କର୍ମଚାରୀଙ୍କୁ ମିଳିଛି ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ । ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି । ଅଧିକ ପଢନ୍ତୁ

deogarh municipality

ଦେବଗଡ: ଦେବଗଡ ପୌର ପରିଷଦର ଅଜବ ନୀତି । ଚାକିରି ବୈଧତା ନଥାଇ ମଧ୍ୟ ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଠିକା କର୍ମଚାରୀଙ୍କୁ ମିଳିଛି ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ । ଯାହାକୁ ବିରୋଧ କରିଛି ବିଜେପି । ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ପୌର ଉପାଧ୍ୟକ୍ଷ ଓ କାଉନସିଲର ।

ପୌର ନିର୍ବାହୀ ଅଧିକାରୀ ହେଉଛନ୍ତି ସରସ୍ୱତୀ ମହାନନ୍ଦ । ଜିଲ୍ଲାପାଳ ପତ୍ର ସଂଖ୍ୟା 7440 ଚଳିତ ମାସ 15 ତାରିଖରେ ତାଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି । ଗତ 2013 ଫେବୃଆରୀ 4 ତାରିଖରେ ବିଆରଜିଏଫ ଯୋଜନା ପାଇଁ ତାଙ୍କୁ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଯୋଜନାର ଅବଧି ସମାପ୍ତ ପରେ ତାଙ୍କୁ ନିଯୁକ୍ତି ବୈଧତା ବାତିଲ ହୋଇଯିବ ବୋଲି ନିଯୁକ୍ତି ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ଯୋଜନା ଆଜକୁ ଦୀର୍ଘବର୍ଷ ହେଲା ସମାପ୍ତ ହୋଇ ସାରିଥିଲେ ସୁଦ୍ଧା, ଏହି କର୍ମଚାରୀଙ୍କ ନିଯୁକ୍ତି ଏଯାଏ ବାତିଲ କରାଯାଇନାହିଁ । ସରକାରୀ ନିୟମ ଉଲ୍ଲଘଂନ କରି ବେଆଇନ ଭାବେ ପୂର୍ବଭଳି ପୌର କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ତେଜୁଛି ଭଦ୍ରକ ପୌରପାଳିକା ବିବାଦ, ବିକାଶ କାର୍ଯ୍ୟ ଠପ

ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ଏନେଇ ପୁନର୍ବିଚାର କରାନଗଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ନିଯୁକ୍ତିର ବୈଧତା ନଥିବା ସତ୍ତ୍ୱେ ସରସ୍ୱତୀ ମହାନନ୍ଦଙ୍କୁ ଜିଲ୍ଲାପାଳ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପୁଣି ଥରେ ପୌର ନିର୍ବାହୀ ଅଧିକାରୀ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ସେନେଇ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଓ ଟ୍ରେଜେରୀ ଅଫିସରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ସମ୍ପୃକ୍ତ ଠିକା କର୍ମଚାରୀଙ୍କୁ ପୌର କାର୍ଯ୍ୟାଳୟରୁ ବାହାର କରି ସ୍ଥାୟୀ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି ହୋଇଛି ।

ରାଜ୍ୟ ସରକାର ଦେବଗଡ଼ ପୌର କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କ ସ୍ଥାନରେ ଅନ୍ୟ ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ । ମାତ୍ର ସମ୍ପୃକ୍ତ ଅଧିକାରୀ ଜଣକ କାର୍ଯ୍ୟରେ ଯୋଗ ନଦେବାରୁ ତପନ କୁମାର ମହାପାତ୍ର ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇ ଆସୁଥିଲେ । ମାତ୍ର ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କିଛିଦିନ ପୂର୍ବରୁ ନିର୍ବାହୀ ଅଧିକାରୀ ତପନଙ୍କୁ ପୌର କାର୍ଯ୍ୟାଳୟରୁ ଅପସାରଣ କରି ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାପିତ କରିବା ସହ ନିର୍ବାଚନ ଦାୟିତ୍ୱ ପ୍ରଦାନ କରିଥିଲେ । ଯାହା ଫଳରେ ପୌର ପାଳିକାରେ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଥିଲା। ଏହାପରେ ଜିଲ୍ଲାପାଳ ସରସ୍ୱତୀ ମହାନନ୍ଦଙ୍କୁ ଏହି ଦାୟିତ୍ବ ଦେଇଥିଲେ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.