ETV Bharat / state

5T School: ଦୟନୀୟ ଅବସ୍ଥାରେ ସ୍ମାର୍ଟ ସ୍କୁଲ, ରୂପାନ୍ତରଣର ୨ ବର୍ଷ ପୂରୁଣୁ କାନ୍ଥ ଫାଟି ଆଁ

author img

By ETV Bharat Odisha Team

Published : Nov 1, 2023, 4:38 PM IST

5t school: ଦୟନୀୟ ସ୍ଥିତିରେ ସ୍କୁଲ , ଅସୁରକ୍ଷିତ ଭାବେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ପ୍ରଶାସନ ନିରବଦ୍ରଷ୍ଟା
5t school: ଦୟନୀୟ ସ୍ଥିତିରେ ସ୍କୁଲ , ଅସୁରକ୍ଷିତ ଭାବେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ପ୍ରଶାସନ ନିରବଦ୍ରଷ୍ଟା

କୋଟି କୋଟି ଟଙ୍କା ବ୍ୟୟରେ 5t ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍ମାର୍ଟ ସ୍କୁଲର ଦୟନୀୟ ସ୍ଥିତି । ଅସୁରକ୍ଷିତ ଅବସ୍ଥାରେ ପାଠ ପଢୁଛନ୍ତି 65 ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

5t school: ଦୟନୀୟ ସ୍ଥିତିରେ ସ୍କୁଲ , ଅସୁରକ୍ଷିତ ଭାବେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ପ୍ରଶାସନ ନିରବଦ୍ରଷ୍ଟା

ଦେବଗଡ଼: ୨ ବର୍ଷ ନପୂରୁଣୁ ସରକାରଙ୍କ ୫ଟି ସ୍ମାର୍ଟ ସ୍କୁଲ କାନ୍ଥ ଫାଟି ଆଁ କଲାଣି । କେଉଁ ମୁହୂର୍ତ୍ତରେ ଯେ ନବନିର୍ମିତ ସ୍କୁଲ କୋଠାଟି ଭୁଶୁଡି ପଡିବ ତାହା କହିବା ମୁସ୍କିଲ । ତଥାପି ଏଭଳି ଅସୁରକ୍ଷିତ ଅବସ୍ଥାରେ ଜୀବନକୁ ପାଣି ଛଡ଼ାଇ ଏଠାରେ ପାଠ ପଢୁଛନ୍ତି ୬୫ ଜଣ ଛାତ୍ରଛାତ୍ରୀ । କୋଟି କୋଟି ଟଙ୍କା ବ୍ୟୟରେ ୫ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍ମାର୍ଟ ସ୍କୁଲର ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର କଳାମାଟି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ।


ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ଗ୍ରାମରେ ୧୯୮୯ ମସିହାରେ ସ୍ଥାପିତ ହୋଇଛି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି ୬୫ ଜଣ ଛାତ୍ରଛାତ୍ରୀ । ଗତ ୨୦୨୧ ମସିହାରେ ଏହି ବିଦ୍ୟାଳୟଟି ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସ୍ମାର୍ଟସ୍କୁଲରେ ରୂପାନ୍ତରିତ ହୋଇଥିଲା । ଶିକ୍ଷା ଭିତ୍ତିଭୂମିର ବିକାଶ ତଥା ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବା ଲକ୍ଷ୍ୟରେ ସରକାର ପ୍ରାୟ ୧ କୋଟି ଟଙ୍କା ବ୍ୟୟକରି ଏହି ବିଦ୍ୟାଳୟଟି ୫ଟି ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଥିଲେ । ବିଦ୍ୟାଳୟର ରୂପରେଖ ପରିବର୍ତ୍ତିତ ହେବା ସଙ୍ଗେସଙ୍ଗେ ଏଠାରେ ସ୍ମାର୍ଟ କ୍ଳାସରୁମ, ସ୍ମାର୍ଟ ଲାଇବ୍ରେରୀ ପାଇଁ ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ ଦିଆଯାଇଥିଲା ।


ମାତ୍ର ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ ,ଏହି ସ୍ମାର୍ଟସ୍କୁଲ କୋଠାଟି ନିର୍ମାଣ ହେବାର ଏକବର୍ଷ ନପୂରୁଣୁ ଏହାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । କୋଠାଟି ନିର୍ମାଣ କରିଥିବା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଅତି ନିମ୍ନ ଭାବେ ନିର୍ମାଣ କରାଯାଇଛି । ଫଳରେ ଏହା ଏକ ବର୍ଷ ପରେ ସମ୍ପୂର୍ଣ୍ଣ ରୂପେ ଫାଟିଯାଇ ବିପଦ ସଂକୁଳ ଅବସ୍ଥାରେ ରହିଛି । ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ବିଦ୍ୟାଳୟର ସମସ୍ତ କୋଠରୀର କାନ୍ଥ ଓ ପ୍ଲାଷ୍ଟର ଫାଟି ଯାଇଥିବା ବେଳେ ସେଠାରୁ ସିମେଣ୍ଟ ଓ ମେଟାଲ ଖସିପଡୁଛି । ଛାତ ଅବସ୍ଥା ନକହିବା ଭଲ । ବର୍ଷାରେ ଛାତରୁ ପାଣି ଗଳୁଥିବାରୁ ଶିକ୍ଷା ଉପକରଣ ଗୁଡିକ ନଷ୍ଟ ହେବାରେ ଲାଗିଛି । କୋଠାର ସମସ୍ତ କାନ୍ଥ ଓ ଛାତ ଫାଟି ଯାଇଥିବାରୁ ଏହା ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଝରକା ଗୁଡିକ ମଧ୍ୟ କାନ୍ଥରୁ ଖସିଗଲାଣି ।

ଏହା ମଧ୍ୟ ପଢନ୍ତୁ...Watch: ପ୍ରଶାସନ ଶୁଣିଲାନି, ଭୁଶୁଡିଲା ପଡିଲା ବିଦ୍ୟାଳୟ

କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠାର ଅବସ୍ଥା ଦେଖିଲେ ଏଠାରେ କିଭଳି ସରକାରୀ ଅର୍ଥ ବାଟମାରଣା ହୋଇଛି ତାହା ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି । ତଥାପି ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଯାହା ପ୍ରଶାସନିକ କଳର ସ୍ଵଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି । ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏଠାରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଦାଫାସ ହେବା ସହ ଦୁର୍ନୀତିରେ ସଂପୃକ୍ତ ଥିବା ବହୁ ଅଧିକାରୀଙ୍କ ଅସଲ ସ୍ୱରୂପ ଧରା ପଡିବ ବୋଲି ସାଧାରଣରେ ଦାବି ହୋଇଛି । ପ୍ରଶାସନ ଜାଣିଶୁଣି ଏ ଦିଗରେ ନୀରବତା ଅବଲମ୍ବନ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।


ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆସିଥିଲେ ସୁଦ୍ଧା, କୌଣସି ସୁଫଳ ମିଳିପାରିନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ଯଥା ଶୀଘ୍ର ମରାମତି କରିବା ପାଇଁ ଦାବି ହୋଇଛି । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାନଗଲେ ଆଗାମୀ ଦିନରେ କୌଣସି ଅଘଟଣ ଘଟି ଧନଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.