ETV Bharat / state

ଲଗାଣ ବର୍ଷାରେ ବେହାଲ କଟକ, ଶୁଣନ୍ତୁ କଣ କହିଲେ ଜିଲ୍ଲାପାଳ

author img

By

Published : Jul 16, 2023, 1:16 PM IST

water logging in cuttack
water logging in cuttack

ମୌସୁମୀ ଜନିତ ଲଘୁଚାପ ବର୍ଷାରେ ବେହାଲ କଟକ । ଅଳ୍ପ ସମୟରେ ଗତକାଲି ଭାସିଲା ସିଲଭରସିଟି ।

water logging in cuttack

କଟକ: ମୌସୁମୀ ଜନିତ ଲଘୁଚାପ ବର୍ଷାରେ ବେହାଲ କଟକ । ବର୍ଷା ଲାଗି ରହିଥିବା ବେଳେ ଅଳ୍ପ କିଛି ସମୟରେ ଭାସିଲା କଟକ ସହର । ସହରର ବାଦାମବାଡ଼ି, ରକସି ଲେନ, ରୋଭର ଷ୍ଟିଟ, ମେରିଆ ବଜାର, ସୁତାହାଟ ଅଞ୍ଚଳରେ ଘରେ ପଶିଛି ପାଣି । ଏପରିକି ରାସ୍ତା ଉପରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ । ତା’ ସାଙ୍ଗକୁ ଡ୍ରେନ ପାଣି ମଧ୍ୟ ରାସ୍ତା ଉପରେ ଲହଡି ମାରୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଟକ ସହରବାସୀ ।

କଟକର ଅନେକ ତଳିଆ ଅଞ୍ଚଳ ରହିଥିବା ବେଳେ ଡ୍ରେନ ଓ ରାସ୍ତା ଉଚ୍ଚତା ମଧ୍ୟରେ ବେଶୀ ପାର୍ଥକ୍ୟ ନାହିଁ । ତେଣୁ ଡ୍ରେନ ପାଣି ଓ ବର୍ଷା ଜଳ ମିଶିଲା ପରେ ଜଳବନ୍ଦୀ ସମସ୍ୟା ଦୃଷ୍ଟିଗୋଚର ହୋଇଥିଲା । ଯାହାକୁ ସିଏମସି ସହ ଆଲୋଚନା ହୋଇଛି । ଆଗକୁ ଆହୁରି ବର୍ଷା ହେବାକୁ ଥିବା ବେଳେ ଯେଉଁ ତଳିଆ ଅଞ୍ଚଳ ରହିଛି ସେଠି ଯେପରି ଜଳବନ୍ଦୀ ସମସ୍ୟା ନ ହେବ ସେନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

କଟକରେ ଗତକାଲି ଦିନ ତମାମ ବର୍ଷା ଲାଗି ରହିବା ଫଳରେ କଟକର ଅନେକ ଅଞ୍ଚଳ ଜଳବନ୍ଦୀ ରହିଥିଲା । ଏମିତିକି ଘରେ ମଧ୍ୟ ପାଣି ପଶିବାର ଦୃଶ୍ୟ ସମ୍ନାକୁ ଆସିଥିଲା । ଜଳବନ୍ଦୀକୁ ହଟେଇବା ପାଇଁ ନିର୍ମାଣ ହୋଇଥିବା ବନ୍ଧକୁ ସିଏମସି ପକ୍ଷରୁ ଭଙ୍ଗା ଯାଇଥିବା ବେଳେ କିଛି ମାତ୍ରାରେ ଜଳସ୍ତର ହ୍ରାସ ପାଇଥିଲା । ତେବେ ଆଗାମୀ 3 ଦିନ ଏପରି ବର୍ଷା ଆକଳନ ରହିଥିବାରୁ ପ୍ରଶାସନ ପକ୍ଷରୁ ସବୁ ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ କଟକରେ ଜାଇକା ଯୋଗୁଁ ଏପରି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ କରିଥିଲେ ଲୋକ । ତେବେ ଚଳିତ ବର୍ଷ ଉଭୟ ଜାଇକା ଓ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ସରିବା ମାତ୍ରେ କଟକରେ ଏପରି ଅବସ୍ଥା ଆଉ ଦେଖିବାକୁ ପଡିବନି ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଭଦ୍ରକରେ ଲଗାଣ ବର୍ଷା, ମୁଖ୍ୟ ଚିକିତ୍ସାଳୟରେ ପଶିଲା ପାଣି

ଅନ୍ୟପଟେ ଗତକାଲି କଟକ ଆସିଥିବା କିଛି ଅନ୍ୟ ରାଜ୍ୟର ଅତିଥି ମଧ୍ୟ ଏଥିପାଇଁ କଟକକୁ କରିଥିଲେ ନିନ୍ଦା । ତାଙ୍କ ମତରେ ବିହାର ଠୁ କଟକର ସ୍ଵଚ୍ଛତା ସବୁଠୁ ଜରାଜୀର୍ଣ୍ଣ । ସ୍ୱଚ୍ଛ ଅଭିଯାନର ବିପରିତ ଚିତ୍ର କଟକ । ତେବେ ଏହି ଦିଗରେ ମେୟର ଓ କମିଶନର କେବେ ପଦକ୍ଷେପ ଗ୍ରହଣ କରିବେ ସେନେଇ ସାଧାରଣରେ ଦାବି ହୋଇଛି । କଟକ ମହାନଗର ନିଗମ ବର୍ଷାକୁ ନଜରରେ ରଖି ସମସ୍ତ କାର୍ଯ୍ୟ ଆରମ୍ଭ କରିଥିବାବେଳେ ସଜାଗ ରହିଛି । ଏହାସହ କଟକ ସହର ଚଳିତବର୍ଷ ଜଳମୟ ହେବନି ବୋଲି ବହୁବାର ମେୟର ମତ ରଖିଥିବ‌ା ବେଳେ ଏବେ ତାହାର ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଏମିତିକି ସହରବାସୀଙ୍କ ଘରେ ମଧ୍ୟ ପାଣି ପଶିବା ଆରମ୍ଭ ହୋଇଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.