ETV Bharat / state

ଭଦ୍ରକରେ ଲଗାଣ ବର୍ଷା, ମୁଖ୍ୟ ଚିକିତ୍ସାଳୟରେ ପଶିଲା ପାଣି

author img

By

Published : Jul 16, 2023, 12:23 PM IST

ଲଗାଣ ବର୍ଷାରେ ବେହାଲ ଭଦ୍ରକ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଉଟ ଡୋରରେ ଜମିଛି ପାଣି । ଅଧିକ ପଢନ୍ତୁ

water logging in medical
water logging in medical

water logging in medical

ଭଦ୍ରକ: ଲଗାଣ ବର୍ଷାରେ ବେହାଲ ଭଦ୍ରକ । ଜିଲ୍ଲାରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଛି । ବିଜୁଳି ଘଡ଼ ଘଡି ସାଙ୍ଗକୁ ହେଉଛି ବର୍ଷା । ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହେଲାଣି । ଡ୍ରେନେଜ ସୁବିଧା ନ ଥବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ବର୍ଷା ପାଇଁ ସହରର ଅନେକ ଦୋକାନ ବଜାର ବନ୍ଦ ରହିଛି । ରାସ୍ତାଘାଟ ବି ଶୁନ୍‌ଶାନ୍‌ ରହିଛି । ଲୋକେ ବାହାରକୁ ବାହାରିବା ବି ମୁସ୍କିଲ ହୋଇଯାଇଛି। ଏପିରିକି ଲଗାଣ ବର୍ଷା ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଉଟ ଡୋରରେ ଜମିଛି ପାଣି । ଏନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବିଲରେ ପାଣି ମାଡିବା ଫଳରେ ଚାଷୀକୂଳ ଚାଷ କରିବା ପାଇଁ ଆଶ୍ୱସ୍ତ ହେବେ ବୋଲି ଅନୁମାନ କରାଯାଉଛି । ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ମାସ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଯାହାକି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଏହିପରି ବର୍ଷା ହେଉଥିବା ଜଣାପଡ଼ିଛି । ତେବେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟ ସ୍ଥିର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ସୂଚନା ମିଳିଛି । ତେଣୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ । ପରବର୍ତ୍ତୀ ସମୟରେ 19 ତାରିଖ ଦିନ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଲଗାଣ ବର୍ଷା ଯୋଗୁ ରାଜଧାନୀରେ କୃତ୍ରିମ ବନ୍ୟା, 20 ଯାଏଁ ପ୍ରବଳ ଛେଚିବ

ସେହିପରି 21 ତାରିଖରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଥିବା ସୂଚନା ମିଳିଛି। ତେବେ 19 ତାରିଖ ଦିନ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟଟି ପରବର୍ତ୍ତୀ ସମୟରେ ଅବପାତର ରୂପ ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି ବୋଲି ଜଣାପଡିଛି । ଫଳରେ ଚଳିତ ମାସ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ । ତେବେ ଗତକାଲି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ହୋଇଥିବା ଲଗାଣ ବର୍ଷା ପରିମାଣର ରେକର୍ଡ଼ କରାଯାଇଥିବା ବେଳେ ଭଦ୍ରକ ବ୍ଲକରେ 165 ମିଲି ମିଟର, ଚାନ୍ଦବାଲି ବ୍ଲକରେ 80.4 ମିଲି ମିଟର, ବନ୍ତ ବ୍ଲକରେ 29 ମିଲି ମିଟର, ବାସୁଦେବପୁର ବ୍ଲକ ରେ 69 ମିଲି ମିଟର, ଧାମନଗର ବ୍ଳକରେ 149 ମିଲି ମିଟର, ଭଣ୍ଡାରୀପୋଖରୀ ବ୍ଲକ ରେ 138 ମିଲି ମିଟର ଏବଂ ତିହିଡ଼ି ବ୍ଳକ ରେ 82 ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.