ETV Bharat / state

କୃଷି ବିଲକୁ ବିରୋଧ କରି ରାଜ୍ୟ କଂଗ୍ରେସର ଟ୍ରାକ୍ଟର ରାଲି

author img

By

Published : Nov 9, 2020, 11:02 PM IST

କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଭୁବନେଶ୍ବରରୁ ବାହାରିଥିବା ଟ୍ରାକ୍ଟର ରାଲି କଟକରେ ଶେଷ ହୋଇଛି । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାବାହୀନି ପତି ଓ ସୁର ରାଉତରାୟଙ୍କ ସମେତ କଂଗ୍ରେସର ଅନେକ ତୁଙ୍ଗ ନେତା ବିରାଟ ପଟୁଆରରେ ଆସି କଟକରେ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ।

କୃଷି ବିଲକୁ ବିରୋଧ କରି  ରାଜ୍ୟ କଂଗ୍ରେସର  ଟ୍ରାକ୍ଟର ରାଲି
କୃଷି ବିଲକୁ ବିରୋଧ କରି ରାଜ୍ୟ କଂଗ୍ରେସର ଟ୍ରାକ୍ଟର ରାଲି

କଟକ: କୃଷି ବିଲ ବିରୋଧରେ ଆଜି(ସୋମବାର) ରାଜ୍ୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଭୁବନେଶ୍ବରରୁ ବାହାରିଥିବା ଟ୍ରାକ୍ଟର ରାଲି କଟକରେ ଶେଷ ହୋଇଛି । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାବାହୀନି ପତି ଓ ସୁର ରାଉତରାୟଙ୍କ ସମେତ କଂଗ୍ରେସର ଅନେକ ତୁଙ୍ଗ ନେତା ବିରାଟ ପଟୁଆରରେ ଆସି କଟକରେ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ।

କୃଷି ବିଲକୁ ବିରୋଧ କରି ରାଜ୍ୟ କଂଗ୍ରେସର ଟ୍ରାକ୍ଟର ରାଲି

ଏହି ସାମ୍ବାଦିକ ସମ୍ମୀଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଖୁବ ବର୍ଷିଛନ୍ତି କଂଗ୍ରେସ ନେତା । କେନ୍ଦ୍ରର ଚାଷୀ ମରଣା ନିତିକୁ ରାଜ୍ୟ ସରକାର ସମର୍ଥନ ଦେଇ ବିଜେପି ଓ ବିଜେଡି ଏକ ବୋଲି ପ୍ରମାଣିତ କରିଛନ୍ତି । ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଖୁସି କରିବା ପାଇଁ ଏହି ବିଲ କେନ୍ଦ୍ର ସରକାର କରିଥିବା ବେଳେ ରାଜ୍ୟ ସରକାର ଏହାକୁ ସମର୍ଥନ କରି ଚାଷୀ ଓ କୃଷକ ମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଧୁଛନ୍ତି କହିଛନ୍ତି କଂଗ୍ରେସ ପ୍ରଭାରୀ ।

କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ଓଡିଶାରୁ ହୀରାକୁଦ ଡ୍ୟାମ ସମେତ ଏକାଧିକ ଡ୍ୟାମ ତିଆରି କରାଯାଇଛି । ଏଥିସହ କଟକରେ ଧାନ ଗବେଷଣା ପାଇଁ କେନ୍ଦ୍ର ଖୋଲାଯାଇଛି । କେବଳ ସେତିକି ନୁହେଁ ଜଳସେଚନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ ହୋଇଥିଲା କଂଗ୍ରେସ ସରକାର ସମୟରେ ବୋଲି ଯୁକ୍ତି ରଖିଛନ୍ତି ଚେଲ୍ଲା କୁମାର । ତେବେ ବିଜେଡି ସରକାର ଗତ ୨୧ ବର୍ଷ ମଧ୍ୟରେ ଚାଷ, ଏବଂ କୃଷକ ମାନଙ୍କ ପାଇଁ କିଛି ନକରି ଚାଷୀମାନଙ୍କ ବିରୋଧରେ କେନ୍ଦ୍ର ସରକାର କରିଥିବା ବିଲକୁ ସମର୍ଥନ ଜଣାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.