ETV Bharat / state

ନିର୍ବାଚନରେ କଳାଧନ ବ୍ୟବହାର ଉପରେ ନଜର ରଖିବ SIT, ୩ ମାସରେ ପରବର୍ତ୍ତୀ ରିପୋର୍ଟ

author img

By ETV Bharat Odisha Team

Published : Nov 28, 2023, 5:32 PM IST

ନିର୍ବାଚନରେ କଳାଧନ ବ୍ୟବହାର ଉପରେ ନଜର ରଖିବ SIT, ୩ ମାସରେ ପରବର୍ତ୍ତୀ ରିପୋର୍ଟ
ନିର୍ବାଚନରେ କଳାଧନ ବ୍ୟବହାର ଉପରେ ନଜର ରଖିବ SIT, ୩ ମାସରେ ପରବର୍ତ୍ତୀ ରିପୋର୍ଟ

ବର୍ତ୍ତମାନ ସମଗ୍ର ଦେଶରେ ନାର୍କୋଟିକ୍ସ ମାମଲା ଚିନ୍ତାର ବିଷୟ ପାଲଟିଛି । ଆଶାଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହୋଇଛି । ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହିରୋଇନ ମଧ୍ୟ ଜବତ ହେଉଛି । ନାର୍କୋଟିକ୍ସ, ରିଅଲ ଇଷ୍ଟେଟ୍‌ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି । ଅଧିକ ପଢ଼ନ୍ତୁ

ନିର୍ବାଚନରେ କଳାଧନ ବ୍ୟବହାର ଉପରେ ନଜର ରଖିବ SIT, ୩ ମାସରେ ପରବର୍ତ୍ତୀ ରିପୋର୍ଟ

କଟକ: ଶେଷ ହେଲା SITର ଦଶମ ବୈଠକ । ଜଷ୍ଟିସ ଅର୍ଜିତ ପଶାୟତଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବିଶେଷକରି କଳାଧନ, ଇଡି, ଇନ୍‌କମ୍‌ ଟ୍ୟାକ୍ସ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଆଗାମୀ ନିର୍ବାଚନରେ କଳାଧନ ବ୍ୟବହାର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ଉପରେ ବିଭାଗ ନଜର ରଖିବ ବୋଲି ଉପାଧ୍ୟକ୍ଷ କହିଛନ୍ତି । ୮ଟି ରିପୋର୍ଟ ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ଆସନ୍ତା ୩ ମାସ ମଧ୍ୟରେ ନବମ ରିପୋର୍ଟ ଦାଖଲ କରାଯିବ ବୋଲି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତ କହିଛନ୍ତି ।

ସେହିପରି GST ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷକରି GST ଫାଙ୍କିବା ନେଇ କେତେ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଏହି ବୈଠକରେ ସ୍ଥାନ ପାଇଥିଲା । ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ୍‌ ଓ କଷ୍ଟମ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସ୍‌ଟି, କ୍ରାଇମବ୍ରାଞ୍ଚ୍‌, ଭିଜିଲାନ୍ସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ- କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅର୍ଚ୍ଚନା ନାଗ ମାମଲାରେ ହୋଇପାରେ ଆଲୋଚନା

ବର୍ତ୍ତମାନ ସମଗ୍ର ଦେଶରେ ନାର୍କୋଟିକ୍ସ ମାମଲା ଚିନ୍ତାର ବିଷୟ ପାଲଟିଛି । ଆଶାଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହେଇଥିବା ଉପାଧକ୍ଷ ସୂଚନା ଦେଇଛନ୍ତି । ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ୍‌ ସୁଗାର ଆଉ ହେରୋଇନ ମଧ୍ୟ ଜବତ ହେଉଛି । ନାର୍କୋଟିକ୍ସ, ରିୟଲ ଇଷ୍ଟେଟ୍‌ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି । ଏହା ଉପରେ ରୋକ୍‌ ଲଗାଇବା ପାଇଁ ହେଲେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ହେବା ଉଚିତ୍ ବୋଲି ଉପାଧକ୍ଷ କହିଛନ୍ତି । ଏଥିସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆ ଦିଆଯିବା ଉପାଧକ୍ଷ କହିଛନ୍ତି । ଆସନ୍ତା ୩ ମାସରେ କଳାଧନ ସମ୍ପର୍କିତ SITର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ।

ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଏହି SITକୁ ଗଠନ କରିଛନ୍ତି । ଏହି ବୈଠକରେ କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା କରାଯାଇଛି । ବିଷେଶ କରି ଦେଶରେ ନିର୍ବାଚନ ସମୟରେ ହୋଇଥିବା କଳାଧନ କାରବାର ଓ ଜବତ ହୋଇଥିବା ଟଙ୍କା ବାବଦରେ ମଧ୍ୟ ଆଲୋଚନା କରାଯାଇଥାଏ । ଅର୍ଚ୍ଚନା ନାଗ୍‌ଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର କଳାଧନର ମୂଳ ସୁତ୍ରକୁ ଠାବ କରିବା ପାଇଁ SITଙ୍କ ନିର୍ଦ୍ଦେଶ କ୍ରମେ ED ଏହି ମାମଲାର ତଦନ୍ତ କରୁଛି ।

ପୂର୍ବରୁ କଟକରେ ବସିଥିବା ଏହି ବୈଠକ ଅବସରରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୂଳୋତ୍ପାଟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣା ପଡ଼ିବା ପରେ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବାରୁ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏଣିକି ଇଡି ଓ ଆୟକର ବିଭାଗକୁ ମଧ୍ୟ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଦେଶରେ ଦୃତ ଗତିରେ ବଢ଼ି ଚାଲିଛି ନିଶା କାରବାର । ବିଶେଷ କରି ଓଡ଼ିଶାରେ ଏହି କାରବାର ବିପଦ ଜନକ ସ୍ଥିତିରେ ପହଞ୍ଚିଛି । ଯାହାକି କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି । ପୂର୍ବରୁ କଟକରେ ବସିଥିବା ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନାର୍କୋଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ତଥା ନାର୍କୋଟିକ୍ସ ବିଭାଗ ଡେପୁଟି ଡାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତ୍ତିତ କରି ଦେଇଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏହା ସହିତ ଦୁର୍ନୀତି ଖୋର ସରକାରୀ ଅଧିକାରୀମାନେ କଳାଧନର ବ୍ୟାପକ କାରବାର କରୁଥିବାରୁ ଏଣିକି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହିତ କରାଯାଉଛି । ଗତ ୨ ବର୍ଷ ଭିତରେ ଦେଶ ରେ ୨୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SITଙ୍କୁ ଅବଗତ କରାଯାଇଥିଲା । କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପାଣ୍ଡେରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗଗତି ହୋଇଥିବା ବିଭାଗୀୟ ଅଧିକାରୀମାନେ SIT ଙ୍କୁ ଅବଗତ କରାଇଥିଲେ। ପାନାମା ପେପରସ କ୍ଷେତ୍ରରେ ୪୦୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ଏହା ଭିତରୁ ପ୍ରାୟ ୩୦୦ ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ପାଣ୍ଡେରା ପେପର୍ସ ମାମଲାରେ ମାସକ ଭିତରେ ୭୦ଟି ମାମଲା ରୁଜୁ ହୋଇଥିବା କହିଥିଲେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.