ETV Bharat / state

Humane Sagar Lands In Controversy: ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ, ହ୍ୟୁମାନ କହିଲେ ଜାଣିନି

author img

By

Published : Jan 19, 2023, 1:13 PM IST

Updated : Jan 19, 2023, 7:17 PM IST

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ । ମହିଳା ଥାନାରେ ହାଜର ହେଲେ ଉଭୟ ପତି ପତ୍ନୀ । ଅଧିକ ପଢନ୍ତୁ

ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ

କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ । କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ । ଆଜି ହ୍ୟୁମାନ ସାଗର ନିଜର ଓକିଲଙ୍କ ସହ ଥାନାରେ ହାଜର ହୋଇଛନ୍ତି । ତେବେ ସେ ପତ୍ନୀଙ୍କ ଅଭିଯୋଗ ସମ୍ପର୍କରେ ଜାଣିନଥିବା କହିଛନ୍ତି । ଥାନାଧିକାରୀଙ୍କ ସହ ଆଲୋଚନା କରିବାପରେ ପ୍ରତିକ୍ରିୟା ରଖିବେ ବୋଲି ଜଣାଇଛନ୍ତି । ସେପଟେ ତାଙ୍କ ପତ୍ନୀ ମଧ୍ୟ ଥାନାରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କଣ୍ଠଶିଳ୍ପୀଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ଏନେଇ ପତ୍ନୀ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ କୁହାଯାଇଥିଲା । ଉଭୟ ପତିପତ୍ନୀ ଥାନାରେ ହାଜର ହେବା ପରେ କାଉନସେଲିଂ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଥିଲେ । ଏହାରି ଭିତରେ ଆଜି କଣ୍ଠଶିଳ୍ପୀ ଓ ତାଙ୍କର ପତ୍ନୀ ଥାନାରେ ହାଜର ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଗତ କିଛି ଦିନ ହେବ ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ପତ୍ନୀ ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପତିପତ୍ନୀଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ଦୁହିଁଙ୍କୁ କାଉନସେଲିଂ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଅଡୁଆରେ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଗାୟକ । ସେ ଅନେକ ସୁପରହିଟ୍ ଓଡିଆ ଗୀତ ଗାଇ ଲୋକଙ୍କ ମନ ଜିଣିଛନ୍ତି । କେହି କେହି ତାଙ୍କୁ ଓଡ଼ିଶାର ଅରଜିତ ସିଂ ବୋଲି ମଧ୍ୟ କୁହନ୍ତି । ତାଙ୍କ ଚମତ୍କାର ସଙ୍ଗୀତ ପାଇଁ ଆଜି ସେ ଘରେ ଘରେ ପରିଚିତ । ହ୍ୟୁମାନ ସାଗରଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ । ବର୍ତ୍ତମାନ ସେ କଟକର ସେକ୍ଟର ୬ରେ ରହୁଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧିବୀ ଶ୍ରେୟାଙ୍କୁ ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ହ୍ୟୁମାନ ସାଗର ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି । ପତ୍ନୀ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ନେଇ କଣ୍ଠଶିଳ୍ପୀ ଅଡୁଆରେ ପଡିଛନ୍ତି ।

ଇଟିଭି ଭାରତ, କଟକ

Last Updated :Jan 19, 2023, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.