ETV Bharat / state

ସୂଚାରୁ ରୂପେ ଗଣେଶ ପୂଜା ସମ୍ପନ୍ନ ଲକ୍ଷ୍ୟ, ପୋଲିସର ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Sep 3, 2023, 7:41 PM IST

Updated : Sep 3, 2023, 8:21 PM IST

ଗଣେଶ ପୂଜା ପୂର୍ବରୁ କମିଶନରେଟର ପୋଲିସର ପ୍ରସ୍ତୁତି ବୈଠକ
ଗଣେଶ ପୂଜା ପୂର୍ବରୁ କମିଶନରେଟର ପୋଲିସର ପ୍ରସ୍ତୁତି ବୈଠକ

ଆଗକୁ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିବ ଗାଁରୁ ସହର । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏନେଇ କଟକରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଗଣେଶ ପୂଜା ପୂର୍ବରୁ କମିଶନରେଟର ପୋଲିସର ପ୍ରସ୍ତୁତି ବୈଠକ

ନିଆଳି: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚଳଚଞ୍ଚଳ ହୋଇ ଉଠିବ ଗାଁରୁ ସହର । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଲୋକମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଏବଂ ପୂଜା କିମିଟିଗୁଡିକ ଦ୍ବାରା କିଭଳି ସୂଚାରୁ ରୂପେ କାର୍ଯ୍ଯ କରାଯିବ, ସେନେଇ ଆଜି(ରବିବାର) କଟକ ସଦରଠାରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି ।

ଆଜି କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ମା' ଧାକୁଲେଇ ପୀଠରେ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଗଣେଶ ପୂଜା ପାଇଁ କଟକ ସଦର ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ବୈଠକ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଯୋଗ ଦେଇଥିଲେ । ଏଥିରେ ୧୦୨ ଗଣେଶ ପୂଜା କମିଟିର ଯୋଗ ଦେଇଥିଲେ । କଟକ ଅତିରିକ୍ତ ଡିସିପି ଉକ୍ତ ପୂଜା କମିଟି ସଦସ୍ୟମାନଙ୍କୁ ଚଳିତ ବର୍ଷର ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ପୂଜା ଆରମ୍ଭଠାରୁ ଭଷାଣି ପର୍ଯ୍ୟନ୍ତ ୨୪ ଗୋଟି ନିୟମକୁ ଅବଲମ୍ବନ କରିବାକୁ ପଡ଼ିବ ବୋଲି ଜଣାଇଥିଲେ ।

ସେଥି ମଧ୍ୟରୁ ମୁଖ୍ୟତଃ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କୁ କଟକ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ଆଣିବାକୁ ପଡିବ । ଏଥିପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକ ଦାଖଲ କରିବାକୁ ପଡ଼ିବ । ସକାଳ 7ଟାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇ ରାତି 10ଟାରେ ସରିବ । ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତଗୁଡିକୁ ବିକୃତ କରି ଗଢ଼ି ପାରିବେ ନାହିଁ । ଭଷାଣୀ କାର୍ଯ୍ୟ ତିନୋଟି ରବିବାରରେ ସମାପନ ହେବ । ଅର୍ଥାତ ଚଳିତ ମାସ 24 ତାରିଖ, ଅକ୍ଟୋବର ମାସ 1 ତାରିଖ ଓ 8 ତାରିଖରେ ଭଷାଣୀ କାର୍ଯ୍ୟ ଶେଷ ହେବ । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ କେବଳ ୬ ଗୋଟି ସାଉଣ୍ଡ ବକ୍ସ ଲଗାଇ ୬୫ ଡେସିବିଲ ସାଉଣ୍ଡ୍‌ରେ ମାଇକ ବଜାଇ ପାରିବେ । ବେଆଇନ୍ ଚାନ୍ଦା, ମାଦକ ଦ୍ରବ୍ୟ, ଆତସବାଜି ପ୍ରଭୁତିକୁ ରୋକ୍‌ ଲଗାଯାଇଛି । ଏହାସହ ପୂର୍ବ ନିର୍ଦ୍ଧାରିତ ପଥ ଦେଇ ଭଷାଣୀ ଶୋଭାଯାତ୍ରା ଆୟୋଜନ କରିବାକୁ ହେବ । ଏହି ସମୟରେ ଭଷାଣୀ ଶୋଭାଯାତ୍ରା 100 ମିଟର ଲମ୍ବା ମଧ୍ୟରେ ସୀମିତ ରହିବ ।

ଏହା ମଧ୍ୟ ପଢନ୍ତୁ....ଆସୁଛନ୍ତି ପାର୍ବତୀ ନନ୍ଦନ, ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର

ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଜୋନ୍ 4 ଏସିପି ଚନ୍ଦନ ଘଡାଇ, ଜାତୀୟ ରାଜପଥ ଟ୍ରାଫିକ୍‌ ଥାନା ଆଇଆଇସି ମନୋଜ ବିଲୁଙ୍ଗ, ସଦର ଥାନା ଅତିରିକ୍ତ ଆଇଆଇସି ରୀନା ମିଶ୍ର ଯୋଗଦେଇଥିଲେ । ଏହାସହ ଅନେକ କର୍ପୋରେଟର ଏହି ବୈଠକରେ ଯୋଗ ଦେଇଥିଲେ ।

ଈଟିଭି ଭାରତ, ନିଆଳି

Last Updated :Sep 3, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.