ETV Bharat / state

ଆସୁଛନ୍ତି ପାର୍ବତୀ ନନ୍ଦନ, ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର

author img

By ETV Bharat Odisha Team

Published : Aug 31, 2023, 4:22 PM IST

ପାଖେଇ ଆସୁଛି ଗଣେଶ ପୂଜା । ଏବେ ଠାରୁ ରାଉରକେଲାରେ ଚାଲିଛି ମୂର୍ତ୍ତି ନିର୍ମାଣ । ପଶ୍ଚମବଙ୍ଗରୁ କାରିଗର ଆସି କରୁଛନ୍ତି ମୂର୍ତ୍ତି ତିଆରି । ଅଧିକ ପଢନ୍ତୁ

ganesh puja preparation in sundargarh
ganesh puja preparation in sundargarh

ଆସୁଛନ୍ତି ପାର୍ବତୀ ନନ୍ଦନ

ରାଉରକେଲା: ପାଖେଇ ଆସୁଛି ପାର୍ବଣ ଋତୁ। ଚଳଚଞ୍ଚଳ ହେବ ପୂଜା ବଜାର । ଚିକ୍‌ମିକ୍‌ ଆଲୁଅରେ ଝଲସି ଉଠିବ ଗାଁଠୁ ସହର । ଆଉ ଦିନ କେଇଟା ପରେ ଧରାବତରଣ କରିବେ ପାର୍ବତୀ ନନ୍ଦନ, ବିଘ୍ନ ବିନାଶକ ଶ୍ରୀ ଗଣେଶ । ତେଣୁ ଏବେଠାରୁ ମୂର୍ତ୍ତି ତିଆରିରେ ଲାଗି ପଡିଲେଣି କାରିଗର । କେଉଁଠି ନଡ଼ା ବନ୍ଧା ଚାଲିଛି ତ ପୁଣି ମାଟିରେ ମୂର୍ତ୍ତି ତିଆରି ଚାଲିଛି...ତ ପୁଣି କେଉଁଠି ରଙ୍ଗ ଦିଆଯାଉଛି । ଛୋଟଠାରୁ ଆରମ୍ଭ କରି ବଡ଼ ମୂର୍ତ୍ତି ତିଆରି କରିବାରେ ନିମଗ୍ନ କାରିଗର । ରାଉରକେଲା ସହର ଗଣେଶ ପୂଜା ପାଇଁ ଏବେଠାରୁ ଚଞ୍ଚଳ ହୋଇ ଉଠିଛି । ଏଠାରେ 6 ମାସ ହେଲାଣି ଜାରି ରହିଛି ମୂର୍ତ୍ତି କାମ ।

ରାଉରକେଲା ସହରରେ ଉଦିତନଗରଠାରେ ବିଘ୍ନନାଶକଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି ଚାଲିଛି । ପଶ୍ଚିମବଙ୍ଗରୁ କାରିଗରମାନେ ଆସି ଏଠାରେ ମୂର୍ତ୍ତି ତିଆରି କରୁଛନ୍ତି । ଗୋଟିଏ ଫୁଟଠାରୁ ଆରମ୍ଭ କରି ୨୫ ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ଚାଲିଛି । ଏହିଠାରୁ ବୀରମିତ୍ରପୁର, ରାଜଗାଙ୍ଗପୁର, ଏବଂ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମୂର୍ତ୍ତି ପଠାଯିବ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ ନୁହଁ ବରଂ ମାଟିରେ ତିଆରି ହେଉଛି ମୂର୍ତ୍ତି। ହାତରେ ମାତ୍ର ଆଉ 18 ଦିନ ଥିବାରୁ କାରିଗରମାନେ ଦିନ ରାତି ଏକ କରି ମୂର୍ତ୍ତି ତିଆରି କରୁଛନ୍ତି । ଚଳିତ ଥର ଭଲ ରୋଜଗାର ହେବା ନେଇ ଆଶା ରଖିଛନ୍ତି କାରିଗର ।

ଏହା ମଧ୍ୟ ପଢନ୍ତୁ-ଗଣେଶ ପୂଜା ପ୍ରସ୍ତୁତି ବୈଠକ, ବେଆଇନ ଚାନ୍ଦା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଚଳିତ ଥର ମହାବିନାୟକଙ୍କୁ ସ୍ୱାଗତ ପାଇଁ ଜୋରଶୋରରେ ଚାଲିଛି ମୂର୍ତ୍ତି ନିର୍ମାଣ । ଛୋଟଠାରୁ ଆରମ୍ଭ କରି ବଡ଼ ମୂର୍ତ୍ତି ତିଆରି ଚାଲିଛି । ବର୍ତ୍ତମାନ କିଛି କିଛି ମୂର୍ତ୍ତିରେ ରଙ୍ଗ କାମ ମଧ୍ୟ ଆରମ୍ଭ ହୋଇଗଲାଣି । କିଛି ମୂର୍ତ୍ତିରେ କାରିଗର ମାନେ ଶେଷ ସ୍ପର୍ଶ ମଧ୍ୟ ଦେଉଛନ୍ତି । ପ୍ରାୟ ୨୦୦ରୁ ଅଧିକ ବଡ଼ ଗଣେଶ ମୂର୍ତ୍ତି ସହ ଛୋଟ ମୂର୍ତ୍ତି ମଧ୍ୟ ତିଆରି ହୋଇଛି । କେମିକାଲ ରଙ୍ଗ ବ୍ୟବହାର କରାଯାଉ ନାହିଁ । କୋଭିଡ୍‌ ସମୟରେ ବହୁ କ୍ଷତି ସହିଥିଲେ ମୂର୍ତ୍ତି କାରିଗର। କିନ୍ତୁ ଚଳିତ ଥର ଭଲ ରୋଜଗାର ଆଶା ରଖିଛନ୍ତି ।

ଜଣେ ମୂର୍ତ୍ତିକାରିଗର କହିଛନ୍ତି, ''ଗଣେଶ ମୂର୍ତ୍ତି ତିଆରି କରିବା କାର୍ଯ୍ୟ 6 ମାସ ହେଲା ଆରମ୍ଭ ହୋଇଯାଇଛି । ପଶ୍ଚମବଙ୍ଗର କାରିଗର ମାନେ ଏଠାରେ ମୂର୍ତ୍ତି ତିଆରି କରୁଛନ୍ତି । ଓଡ଼ିଶାର କାରିଗର ମଧ୍ୟ କାମ କରୁଛନ୍ତି । କୋଭିଡ ସମୟରେ ହଇରାଣ ହେଉଥିଲୁ । କିନ୍ତୁ ଚଳିତ ଥର ଭଲ ରୋଜଗାର ହେବ ବୋଲି ଆଶା । ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ବି ମୂର୍ତ୍ତି ଅର୍ଡର ଆସୁଛି ।"

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.