ETV Bharat / state

ବିୟୁଟି ପାର୍ଲର କର୍ମଚାରୀଙ୍କୁୁ ଛୁରାମାଡ଼ ଘଟଣା, ବୟାନ ରେକର୍ଡ କଲା ପୋଲିସ

author img

By ETV Bharat Odisha Team

Published : Sep 13, 2023, 1:54 PM IST

ଯୁବତୀଙ୍କୁ ଛୁରାମାଡ ଘଟଣା,
ଯୁବତୀଙ୍କୁ ଛୁରାମାଡ ଘଟଣା,

କଟକ ଦୋଳମୁଣ୍ଡାଇରେ ବିୟୁଟି ପାର୍ଲର କର୍ମଚାରୀଙ୍କୁୁ ଛୁରାମାଡ଼ ଘଟଣା । ମହିଳାଙ୍କ ବୟାନ ରେକର୍ଡ କରିବା ସିସିଟିଭି ଫୁଟେଜ ଅନୁଧ୍ୟାନ କରୁଛି ପୋଲିସ । ଖୁବ ଶୀଘ୍ର ଜଣାପଡିବ ଆକ୍ରମଣର କାରଣ: କଟକ ଡିସିପି

ଯୁବତୀଙ୍କୁ ଛୁରାମାଡ ଘଟଣା,

କଟକ: ଦୋଳମୁଣ୍ଡାଇ ଅଞ୍ଚଳରେ ବିୟୁଟି ପାର୍ଲର କର୍ମଚାରୀଙ୍କୁୁ ଛୁରାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ । ଆହତ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ମହିଳାଙ୍କ ବୟାନରୁ ଅଭିଯୁକ୍ତ ବାବଦରେ ଅଧିକ କିଛି ତଥ୍ୟ ମିଳିବବୋଲି ଆଶା କରି କମିଶନରେଟ ପୋଲିସ । ଅପରପକ୍ଷେ ଏନେଇ ପୁରୀଘାଟ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପୋଲିସ ଉଦ୍ୟମ କରୁଥିବା କହିଛନ୍ତି କଟକ ଡିସିପି ।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ସମୟରେ କଟକ ଦୋଳମୁଣ୍ଡାଇରେ ଏକ ଜନଗହଳି ସ୍ଥାନରେ ଜଣେ ମହିଳାଙ୍କୁ ଛୁରାମାଡ ହୋଇଥିଲା । ଜଣେ ମାସ୍କ ପିନ୍ଧା ଯୁବକ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ସୂଚନା ଦେବା ପରେ ପୁରୀଘାଟ ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ କଟକ ବଡ ମେଡିକାଲ (ଏସସିବି)ରେ ଭର୍ତ୍ତି କରିଥିଲା ।

ଏହାମଧ୍ୟ ପଢନ୍ତୁ.. ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାର୍ଲରରେ ପସି ଯୁବତୀଙ୍କୁ ଛୁରାମାଡ଼

ଏହାମଧ୍ୟ ପଢନ୍ତୁ.. Balasore Firing Case: ଗ୍ୟାଙ୍ଗରେ ପତିଆରା ପାଇଁ ଗୁଳିମାଡ, 10 ଗିରଫ

ତେବେ ମହିଳା ଜଣକ କଟକ ତେଲେଙ୍ଗା ବଜାରର ସୁଚିତ୍ରା ଖୁଣ୍ଟିଆ ହୋଇଥିବା ବେଳେ ସେ କେନ୍ଦ୍ରାପଡାରେ ବିବାହ କରିଥିଲେ । ଦୀର୍ଘ 8 ବର୍ଷ ହେଲା ଦୋଳମୁଣ୍ଡାଇର ଏକ ବିୟୁଟି ପାର୍ଲରରେ ସୁଚିତ୍ରା ଖୁଣ୍ଟିଆ କାମ କରୁଥିଲେ । ତେବେ କେଉଁ କାରଣରୁ ତାଙ୍କୁ ଯୁବକ ଜଣକ ଆକ୍ରମଣ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ମହିଳାଙ୍କ ସାନ ଭାଇଙ୍କ କହିବାନୁଯାୟୀ, ତାଙ୍କ ଭଉଣୀଙ୍କ ପୂର୍ବରୁ କାହା ସହ ଶତ୍ରୁତା ନଥିଲା । ଅନ୍ୟପଟେ ଦୋଳମୁଣ୍ଡାଇ ଭଳି ଏକ ଜନଗହଳି ସ୍ଥାନରେ ଦିନ ଦ୍ୱିପହରରେ ଯୁବତୀଙ୍କୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କଟକରେ ଏଭଳି ଖୁଲମଖୁଲା ଆକ୍ରମଣ ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଯୁବକକୁ ନିର୍ମମ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଅନ୍ୟପଟେ ମାମଲାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଜି(ବୁଧବାର) ଆହତ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସଂଗ୍ରହ କରାଯାଉଛି । ଖୁବ ଶୀଘ୍ର ଛୁରାମାଡ ଘଟଣାର କାରଣ ଜଣାପଡିବ ଓ ଅଭିଯୁକ୍ତ ଧରାପଡିବ ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.