ETV Bharat / state

Baliyatra 2022: ଏଥର କଟକରେ ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା

author img

By

Published : Nov 6, 2022, 12:55 PM IST

ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା
ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା

କଟକରେ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

କଟକ: ଆସନ୍ତା ୮ତାରିଖ ମଙ୍ଗଳବାର ଦିନ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ କଟକ ସହର । ତେବେ ଚଳିତ ବର୍ଷ ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା । ପରିବେଶକୁ ସୁସ୍ଥ ଓ ସ୍ବଚ୍ଛଳ ରଖିବା ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରସାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ବାଲିଯାତ୍ରାରେ ଡିଜିଟାଲ ଡିପୋଜିଟ ରିଫଣ୍ଡ ସିଷ୍ଟମ କାର୍ଯ୍ୟକାରୀ ହେବ ।

ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା

ଏହା ମଧ୍ୟ ପଢନ୍ତୁ: ରାତି ଅଧିଆ ଛାତ୍ରୀଙ୍କୁ ମେସେଜ କରୁଛନ୍ତି କଲେଜ ଅଧ୍ୟାପକ

ଯାହାଦ୍ୱାରା ପ୍ଲାଷ୍ଟିକ ଜନିତ ପ୍ରଦୂଷଣକୁ ରୋକାଯାଇ ପାରିବ । ଏହି ସିଷ୍ଟମ ଅନୁସାରେ ବାଲିଯାତ୍ରା ପଡିଆରୁ ପ୍ଲାଷ୍ଟିକ ମୃଦୁ ପାନୀୟ ବୋତଲ, ଖାଦ୍ୟ ପ୍ୟାକେଟ ଜରି ଇତ୍ୟାଦିରେ କ୍ୟୁଆର କୋଡ଼ ରହିବ । ଆଉ ସେହି ପ୍ଲାଷ୍ଟିକକୁ ବ୍ୟବହାର କରିବା ପରେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନର ଲାଗିଥିବା କଲେକ୍ସନ ଷ୍ଟଲ ନିକଟରେ ଦାଖଲ କଲେ 5 ଟଙ୍କା ଫେରସ୍ତ ପାଇବେ ଗ୍ରାହକ । ଯାହାଦ୍ୱାରା ଉକ୍ତ ପ୍ଲାଷ୍ଟିକ ଗୁଡିକ ଏଣେତେଣେ ପଡିବନି । ଆଉ ପରିବେଶ ବି ସୁସ୍ଥ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ:ପାଖଉଛି ଐତିହାସିକ କଟକ ବାଲିଯାତ୍ରା, କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି

ଏନେଇ ଭବାନୀ ଶଙ୍କର ଚୟିନୀ କହିଛନ୍ତି, "ଯେଉଁମାନେ ବୋତଲରେ ପାଣି ପିଉଛନ୍ତି ସେମାନଙ୍କ ଦାୟିତ୍ବ ଯେ ସେମାନେ ବୋତଲକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବେ । ବହୁତ ସମୟରେ ଲୋକମାନେ ନିର୍ଦ୍ଧାରିତ ସ୍ଥାନରେ ପକାନ୍ତି ନାହିଁ । ସେଥିପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ସିଏମସି କିମ୍ବା ଜିଲ୍ଲା ପ୍ରଶାସନର ଲାଗିଥିବା କଲେକ୍ସନ ଷ୍ଟଲ ନିକଟରେ ଦାଖଲ କଲେ 5 ଟଙ୍କା ଫେରସ୍ତ ପାଇବେ । କିଣିବା ସମୟରେ ବୋତଲର ଦର ଠାରୁ ୫ଟଙ୍କା ଚଢାରେ କିଣିବେ । ଆଉ ପରେ ୫ଟଙ୍କା ଫେରସ୍ତ ପାଇବେ । ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏହା ଏକ ବଡ ପଦକ୍ଷେପ । ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.