ETV Bharat / state

ପାଖଉଛି ଐତିହାସିକ କଟକ ବାଲିଯାତ୍ରା, କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି

author img

By

Published : Nov 6, 2022, 11:07 AM IST

ମଙ୍ଗଳବାର ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଅଧିକ ପଢନ୍ତୁ

ଆସନ୍ତା ୮ରୁ ଐତିହାସିକ ବାଲିଯାତ୍ରା
ଆସନ୍ତା ୮ରୁ ଐତିହାସିକ ବାଲିଯାତ୍ରା

କଟକ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମଙ୍ଗଳବାର ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଅସାମାଜିକ ତତ୍ତ୍ୱ ତଥା ରୋଡ଼ ରୋମିଓଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ କରିଛି ପୋଲିସ । ଇଭ ଟିଜିଙ୍ଗ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଟକ କମିଶନରେଟ ପୋଲିସ । ଚଳିତ ବାଲିଯାତ୍ରାରେ ପୋଲିସ ଏଡ଼ ପୋଷ୍ଟ ଗୁଡିକୁ ଅପଗ୍ରେଡ଼ ବା ନବୀକରଣ କରାଯିବା ସହିତ ପ୍ରଥମ ଥର ପାଇଁ ପାଞ୍ଚଟି ପୋଲିସ ସପୋର୍ଟ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

ଆସନ୍ତା ୮ରୁ ଐତିହାସିକ ବାଲିଯାତ୍ରା

ଏହା ମଧ୍ୟ ପଢନ୍ତୁ: ୧୫ ମିନିଟରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଗିନିଜ ୱାର୍ଲ୍ଡ ରେକର୍ଡ କରିବ କଟକ

ଏହି ସପୋର୍ଟ ସେଣ୍ଟରଗୁଡିକରେ ମୁଖ୍ୟତଃ ଚାରୋଟି ବିଷୟକୁ ଗୁରୁତ୍ୱ ଦିଆଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ହଜି ଯାଇଥିବା ସାମଗ୍ରୀ ସମ୍ପର୍କିତ ଅଭିଯୋଗ ପାଇଁ ଏକ ସପୋର୍ଟ ସେଣ୍ଟର କରାଯିବ, ଏଥିପାଇଁ ପୂର୍ବ ବର୍ଷଭଳି କ୍ୟାଣ୍ଟନମେଣ୍ଟ ଥାନା ଯିବାକୁ ପଡ଼ିବ ନାହିଁ । ବରଂ ଉକ୍ତ ବାଲିଯାତ୍ରା ପଡ଼ିଆରେ ମାମଲା ଗ୍ରହଣ ପାଇଁ ବ୍ୟବସ୍ଥା କରିଛି ପୋଲିସ । ସେହିପରି ମେଳାରେ ହଜିଯାଉଥିବା ଶିଶୁ ବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ବା ଚିଲଡ୍ରେନ ସପୋର୍ଟ ସେଣ୍ଟର ଖୋଲାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ଗସ୍ତରେ ମୋଦି, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ

ଏନେଇ ଡିସିପି କହିଛନ୍ତି, "ଏଥର ବାଲିଯାତ୍ରା ପାିଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଡ଼ ପୋଷ୍ଟ ଗୁଡିକ ଉପରେ ଅଧିକ ଫୋକସ କରାଯିବ । ଏହାସହ ୫ରୁ ୬ଟି ପୋଲିସ ସହାୟତା କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛୁ । ହଜି ଯାଇଥିବା ସାମଗ୍ରୀ ସମ୍ପର୍କିତ ଅଭିଯୋଗ ପାଇଁ ଏକ ସପୋର୍ଟ ସେଣ୍ଟର କରାଯିବ, ଏଥିପାଇଁ ପୂର୍ବ ବର୍ଷଭଳି କ୍ୟାଣ୍ଟନମେଣ୍ଟ ଥାନା ଯିବାକୁ ପଡ଼ିବ ନାହିଁ । ବରଂ ଉକ୍ତ ବାଲିଯାତ୍ରା ପଡ଼ିଆରେ ମାମଲା ଗ୍ରହଣ ପାଇଁ ବ୍ୟବସ୍ଥା କରାଯିବ । ମେଳାରେ ହଜିଯାଉଥିବା ଶିଶୁ ବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ବା ଚିଲଡ୍ରେନ ସପୋର୍ଟ ସେଣ୍ଟର ଖୋଲାଯିବ । ଏହାସହ ମହିଳାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଡେସ୍କ କରାଯିବ । ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ହ୍ବିଲ ଚେୟାର ସହ ସ୍ବତନ୍ତ୍ର ପୋଲିସ ରହିବେ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.