ETV Bharat / state

ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା, 12 ଘଣ୍ଟା ପରେ ମିଳିଲା ମୃତଦେହ

author img

By ETV Bharat Odisha Team

Published : Oct 2, 2023, 4:57 PM IST

12ଘଣ୍ଟା ପରେ ମିଳିଲା ମୃତଦେହ
12ଘଣ୍ଟା ପରେ ମିଳିଲା ମୃତଦେହ

କଟକ ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା । 12 ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ । ଅଧିକ ପଢନ୍ତୁ

12ଘଣ୍ଟା ପରେ ମିଳିଲା ମୃତଦେହ

କଟକ: ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା । 12 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ମିଳିଲା ନିଖୋଜ MBA ଛାତ୍ରଙ୍କ ମୃତଦେହ । ଗଭୀର ଜଳରୁ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ମୃତକଙ୍କ ନାମ ଅଂଶୁମାନ ନାୟକ ବୋଲି ଜଣାପଡ଼ିଛି । ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ବର୍ତ୍ତମାନ ମିଳିଛି ଛାତ୍ରଙ୍କ ମୃତଦେହ । ତେବେ ଗତକାଲି ଚୌଦ୍ବାର ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ ଘଟିଥିଲା ଅଘଟଣ l

କଟକ ସିଡିଏ ଓ ବିଡାନାସୀ ଅଞ୍ଚଳର ୬ଜଣ ସାଙ୍ଗ ଏକାଠି ହୋଇ ଡମଣି ଡ୍ୟାମ ଅଞ୍ଚଳକୁ ବୁଲିବାକୁ ଆସିଥିଲେ । ଭୋଜି ଭାତ ସାରି ଡ୍ୟାମରେ ଗାଧୋଇ ଥିବା ବେଳେ ୪ ଜଣ ସାଙ୍ଗ ଏକା ସାଙ୍ଗରେ ବୁଡ଼ି ଯାଇଥିଲେ । ୩ ଜଣ ସାଙ୍ଗ କୌଶଳ କ୍ରମେ ପାଣିରୁ ଉପରକୁ ଉଠି ଆସିଥିବା ବେଳେ ଜଣେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ମୃତ ଯୁବକ ଜଣକ ହେଲେ କଟକ ସିଡିଏ ଅଞ୍ଚଳର ଅଂଶୁମାନ ନାୟକ ।

ଏହା ବି ପଢନ୍ତୁ- ଡ଼ମଣୀ ଡ୍ୟାମରେ ବୁଡିଲେ ଯୁବକ, ମିଳୁନି ପତ୍ତା

ଖବର ପାଇ ଘଟଣା ସ୍ଥଳରେ ଚୌଦ୍ବାର ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ଅନେକ ଘଣ୍ଟା ବିତିଯାଇଥିଲେ ମଧ୍ୟ ଯୁବକଙ୍କର ପତ୍ତା ମିଳିପାରିନଥିଲା । ତେବେ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ବର୍ତ୍ତମାନ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତିରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ତେବେ ଏହି ଘଟଣା ଘଟିବା ପରେ ପରିବାରରେ ଖେଳିଯାଇଛି ଦୁଃଖର ଲହରି ।

ଏହା ବି ପଢନ୍ତୁ- ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି 2 ଛାତ୍ରଙ୍କ ସଲିଳ ସମାଧି

ଗତ ସେପ୍ଟେମ୍ବର 24 ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ପୋଖରୀରେ ବୁଡି ଜୀବନ ହରାଇଥିଲେ 2 ଛାତ୍ର । ଏୟାରଫିଲ୍ଡ ପୋଖରୀପୁଟ ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ମୃତ ଛାତ୍ର ହେଲେ ଗଣ୍ଡମୁଣ୍ଡା ହାଇସ୍କୁଲର 2 ଛାତ୍ର ଶୁଭମ ଜେନା ଓ ପ୍ରକାଶ ମହାରଣା । ପୋଖରୀକୁ ଗାଧୋଇବାକୁ ମୋଟ 4 ଜଣ ଛାତ୍ର ଯାଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ଘଟିଥିଲା । ପଙ୍କରେ ମୁଣ୍ଡ ପୋତି ହୋଇଯିବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ଏହା ପରେ କ୍ୟାପିଟାଲ ହସ୍ପିଟାଲ ପରିସର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.