ETV Bharat / state

ସୋନପୁରରେ ନିମ୍ନମାନର ସରକାରୀ ହଷ୍ଟେଲ ନିର୍ମାଣ ମାମଲା, ୨ ଯନ୍ତ୍ରୀ ଗିରଫ

author img

By ETV Bharat Odisha Team

Published : Sep 4, 2023, 8:20 PM IST

Etv Bharat
Etv Bharat

ସୋନପୁରରେ ନିମ୍ନମାନର ସରକାରୀ ହଷ୍ଟେଲ ନିର୍ମାଣ ମାମଲା । ୨ ଯନ୍ତ୍ରୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ । ଅଧିକ ପଢନ୍ତୁ

ସୋନପୁରରେ ନିମ୍ନମାନର ସରକାରୀ ହଷ୍ଟେଲ ନିର୍ମାଣ ମାମଲା, ୨ ଯନ୍ତ୍ରୀ ଗିରଫ

କଟକ: ସୋନପୁର ଜିଲ୍ଲାରେ ସରକାରୀ ହଷ୍ଟେଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ମାମଲା । ଗିରଫ ହେଲେ ଦୁଇ ଜଣ ଯନ୍ତ୍ରୀ । ଦୁଇ ଯନ୍ତ୍ରୀ ସୌରଭ ଦେ ଓ ସପ୍ତଶ୍ରୀ ଗୋସ୍ୱାମୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ । ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ବିନା ଯାଞ୍ଚରେ ଏହି ଦୁଇ ଜଣ ଯନ୍ତ୍ରୀ ଠିକାଦାରଙ୍କୁ ବିଲ ପାସ କରାଇଥିବା ନେଇ ତଦନ୍ତରେ ଜଣାପଡ଼ିଛି । ତେବେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ ।

ପୂର୍ବରୁ ଏହି ମାମଲାରେ ଠିକା ସଂସ୍ଥା HSCLର ଠିକାଦାର ବାପା ପୁଅ ବିଜୟ କୁମାର ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା । ସୋନପୁର ଜିଲ୍ଲାରେ ସରକାରୀ ଏସସି ଏସଟି ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୧୦୦ ବେଡ ହଷ୍ଟେଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରି ପାଖାପାଖି ୩୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ସୋନପୁର, ରାୟଗଡ଼ା, ବଲାଙ୍ଗୀର ଜିଲ୍ଲାରେ ହଷ୍ଟେଲ ନିର୍ମାଣ ପାଇଁ ଏଚଏସସିଏଲ ଠିକା ସଂସ୍ଥା ସହଏସସି ଏସଟି ବିଭାଗ ସମୁଦାୟ ୪୩ କୋଟି ୯୪ ଲକ୍ଷ ଟଙ୍କାର ଏମଓୟୁ କରିଥିଲା ।

ଏହା ବି ପଢନ୍ତୁ- ଠିକାଦାର ବାପପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ, ଏସ୍‌ସି ଏସ୍‌ଟି ବିଭାଗ ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି

କେବଳ ସୋନପୁର ଜିଲ୍ଲା ପାଇଁ ୨ କୋଟି ୭୧ ଲକ୍ଷ ୨୪ ହଜାର ୨୦୭ ଟଙ୍କାର ଚୁକ୍ତି ହୋଇଥିଲା । ପୂର୍ବରୁ ଠିକାଦାର ବାପା ପୁଅ ଗିରଫ ହୋଇ ଜେଲରେ ଥିବା ବେଳେ ଏବେ ଏହି ୨ ଜଣ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ମାମଲାରେ ଅନ୍ୟ ବ୍ୟକ୍ତିଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି। ଏହା ସହ ଏହି ସଂସ୍ଥାର ଅନ୍ୟ କାର୍ଯ୍ୟକୁ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ ।

ଏନେଇ ଭିଜିଲାନ୍ସ କଟକ ସେଲର ଏସପି ରାଧାକୃଷ୍ଣ କହିଛନ୍ତି, "ସୋନପୁର ଜିଲ୍ଲାରେ ଏସସି ଏସଟି ହଷ୍ଟେଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭିଜିଲାନ୍ସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ବିଜୟ ଅଗ୍ରୱାଲ ଓ ତାଙ୍କ ପୁଅ ଦୀପକ ଅଗ୍ରୱାଲ । ବର୍ତ୍ତମାନ ସୁଦ୍ଧା ୩୪ ଲକ୍ଷରୁ ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ତେବେ ଗିରଫ ପରେ ଆଜି ୨ ଅଭିଯୁକ୍ତଙ୍କୁ ବଲାଙ୍ଗୀର ସ୍ପେଶାଲ ଜଜ୍ କୋର୍ଟରେ ହାଜର କରାଯିବ । କାନ୍ଥ, ଛାତ, କବାଟ ଝରକା ବନ୍ଧ ଆଦି ଅତି ନିମ୍ନମାନର କରାଯାଇଛି । ଇଲେକ୍ଟ୍ରିକାଲ ଏବଂ ସାନିଟାରୀ କାମ ମଧ୍ୟ ଅତି ନିମ୍ନମାନର କରାଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.