ETV Bharat / state

ବାରବାଟୀରେ ବିସି ମେମୋରିଆଲ ଟି20 ଟୁର୍ଣ୍ଣାମେଣ୍ଟ ଆରମ୍ଭ

author img

By ETV Bharat Odisha Team

Published : Sep 16, 2023, 7:20 AM IST

ବିସି ମେମୋରିଆଲ ଟି20 ଟୁର୍ଣ୍ଣାମେଣ୍ଟ
ବିସି ମେମୋରିଆଲ ଟି20 ଟୁର୍ଣ୍ଣାମେଣ୍ଟ

ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମୋଟ 8ଟି ଟିମ ଏହି ପ୍ରତିଯୋଗିତାରେ ଭାଗନେବେ । ଅଧିକ ପଢ଼ନ୍ତୁ

ବିସି ମେମୋରିଆଲ ଟି20 ଟୁର୍ଣ୍ଣାମେଣ୍ଟ

କଟକ: ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଭୈରବ ଚନ୍ଦ୍ର ମହାନ୍ତି, ଖାରବେଳ ମହାନ୍ତି ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ ଖେଳା ଯାଉଛି ଏହି ମେଗା ପ୍ରତିଯୋଗିତା । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମୋଟ 8ଟି ଟିମ ଏହି ପ୍ରତିଯୋଗିତାରେ ଭାଗନେଉଥିବା ବେଳେ 2ଟି ଗ୍ରୁପରେ 4ଟି ଲେଖାଏଁ ଟିମକୁ ଭାଗ କରାଯାଇଛି ।

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଆସାମ, ହିମାଚଳ ପ୍ରଦେଶ, କେରଳ, ହାଇଦ୍ରାବାଦ, ଝାଡଖଣ୍ଡ, ଛତିଶଗଡ଼ ଓଡିଶା A ଓ ଓଡିଶା B ଟିମ ଭାଗ ନେଉଛନ୍ତି । ଆଇପିଏଲ ଖେଳାଳିମାନେ ମଧ୍ୟ ଏହି ମେଗା କ୍ରିକେଟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ରିୟାନ ପରାଗ, ସାହାବାଜ ନଦୀମ, ବାସୀଲ ଥାମ୍ପି, ଅନୁକୂଲ ରଏ, ଶୁଭ୍ରାଂଶୁ ସେନାପତି, ଋଷି ଧାବନ, ମୟଙ୍କ ଡ଼ଗର, ଭିରାଟ ସିଂ, ସୌରଭ ତିବାରୀ, ଭଳି ଅନେକ ଖେଳାଳି ଏହି ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଓସିଏ ସ୍ପିନ ଦିଗ ମଜବୁତ କରିବେ ଭେଙ୍କଟପତି ରାଜୁ, ଆରମ୍ଭ ହେଲା ପ୍ରଶିକ୍ଷଣ

ତେବେ ଚମ୍ପିୟାନ ଟିମ ପାଇଁ 10 ,ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ବେଳେ ରନର୍ସ ଅପ ପାଇଁ 5 ଲକ୍ଷ ଟଙ୍କା ସ୍ଥିର କରିଛି ଆୟୋଜକ ଓଡିଶା କ୍ରିକେଟ ସଂଘ । ରାଜ୍ୟରେ ନୂଆ ପ୍ରତିଭାଙ୍କୁ ସାମ୍ନାକୁ ଆଣିବା ଓଡିଶା କ୍ରିକେଟ ସଂଘର ମୂଳ ଲକ୍ଷ୍ୟ ରହିଛି । ସେପଟେ ବିଗତ ଦିନମାନଙ୍କରେ ଅନ୍ୟ ରାଜ୍ୟମାନଙ୍କ ସହ ଅଭ୍ୟାସ ମ୍ୟାଚ ଖେଳିବା ଓଡିଶା କ୍ରିକେଟରଙ୍କ କଷ୍ଟ ସାଧ୍ୟ ହେଉଥିଲା । କିନ୍ତୁ ବର୍ତ୍ତମାନ ତାହା ଅତି ସହଜ ହୋଇଛି ।

ତେବେ ଅନ୍ୟ 6 ରାଜ୍ୟର ଖେଳାଳିମାନଙ୍କ ସହ ଓଡ଼ିଶାର ଯୁବ ଖେଳାଳିମାନେ ମ୍ୟାଚ ଖେଳିବା ଦ୍ୱାରା ଅନେକ ଅଭିଜ୍ଞତା ସାଉଁଟିବେ । ତେଣୁ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଓଡିଶା କ୍ରିକେଟରଙ୍କୁ ତୃଣମୂଳ ସ୍ତରରୁ ବେଶ ମଜଭୁତ କରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ଏହି ଉଦ୍ଘାଟନୀ ଉତ୍ସବରେ ଓସିଏ ସମ୍ପାଦକଙ୍କ ସହ ଆଥଲେଟିକ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟାନ୍ୟ ଅତିଥି ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.