ETV Bharat / state

ଓସିଏ ଆଗାମୀ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ: ସଞ୍ଜୟ ବେହେରା

author img

By

Published : Dec 26, 2020, 9:14 PM IST

ଓସିଏ ଆଗାମୀ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ: ଓସିଏ ସମ୍ପାଦକ
ଓସିଏ ଆଗାମୀ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ: ଓସିଏ ସମ୍ପାଦକ

ଦେବାଶିଷ ମହାନ୍ତି ଓ ପ୍ରଜ୍ଞାନ ଓଝା ବିସିସିଆଇ ସ୍ତରରେ ପଦବୀ ହାସଲ ପରେ ଓସିଏ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ ବୋଲି ଆଶାବାଦୀ ଓସିଏ ସମ୍ପାଦକ । ଅଧିକ ପଢନ୍ତୁ...

କଟକ: ଓଡିଶା କ୍ରିକେଟ ସଙ୍ଘ ଆଗମୀ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ । କାରଣ 2 ଓଡ଼ିଆ ଦେବାଶିଷ ମହାନ୍ତି ଜାତୀୟ ଚୟନ କମିଟିରେ ଓ ପ୍ରଜ୍ଞାନ ଓଝା ଆଇପିଏଲ ଗଭରନିଂ ବଡୀରେ ସ୍ଥାନ ପାଇଛନ୍ତି । ଯେଉଁଥିରୁ ସ୍ପଷ୍ଟ ହେଉଛି ଆଗାମୀ ଦିନରେ ଓସିଏରୁ ନିଶ୍ଚୟ ଖେଳାଳି ଏଇ ଦୁଇ ବଡ଼ ପ୍ଲାଟଫର୍ମରେ ନଜର ଆସିବେ । ଏହାଛଡା ଦକ୍ଷ ଓଡ଼ିଆ ଖେଳାଳିଙ୍କ ଉପରେ ଉଭୟଙ୍କ ନଜର ରହିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଓସିଏ ଆଗାମୀ ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ: ଓସିଏ ସମ୍ପାଦକ

ଅନେକ ବର୍ଷ ହେବ ଜାତୀୟ ଦଳ ଓ ଆଇପିଏଲରେ ସ୍ଥାନ ପାଇ ନାହାନ୍ତି ଓଡ଼ିଆ ଖେଳାଳି । ତେବେ ଏହି ଦୁଇ ଦକ୍ଷ ଵ୍ୟକ୍ତି ବିସିସିଆଇ ସ୍ତରରେ ପଦବୀ ହାସଲ କଲା ପରେ ଓସିଏ ପାଇଁ ନିଶ୍ଚୟ ଆନନ୍ଦର କଥା । ଏହାସହ ଟିସିଏମ କମ୍ପାନୀ ମଧ୍ୟ ଓସିଏ ସହ 3 ବର୍ଷ ଚୁକ୍ତି ସ୍ୱକ୍ଷରିତ କରିଛି । ଯେତେ ବି ମେଗା ଇଭେଣ୍ଟ ଖେଳାଯିବ ତାହାକୁ ପରିଚଳାନା କରିବ ଟିସିଏମ । ତେବେ ଓସିଏଲର ସମସ୍ତ ମ୍ୟାଚ ଫ୍ୟାନ କୋର୍ଡରେ ଲାଇଭ ଦେଖି ପାରିବେ ଫ୍ୟାନ୍ସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.