ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରିଲା ନାଏବ ସରପଞ୍ଚ ନିର୍ବାଚନ

author img

By

Published : Nov 25, 2022, 8:42 PM IST

Updated : Nov 25, 2022, 9:36 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରିଲା ନାଏବ ସରପଞ୍ଚ ନିର୍ବାଚନ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରିଲା ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ । ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜେପି ସମର୍ଥିତ ୱାର୍ଡସଭ୍ୟ ନବଘନ ସ୍ବାଇଁ । ଅଧିକ ପଢ଼ନ୍ତୁ

ନିଆଳି: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସରିଲା ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ । ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ୮ ନମ୍ବର ୱାର୍ଡର ବିଜେପି ସମର୍ଥିତ ୱାର୍ଡସଭ୍ୟ ନବଘନ ସ୍ବାଇଁ । ସୁରକ୍ଷା ଦୃଷ୍ଟିରୁ ନିଆଳି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରିଲା ନାଏବ ସରପଞ୍ଚ ନିର୍ବାଚନ

କଟକ ଜିଲ୍ଲା ନିଆଳି ବ୍ଲକର ଜଲ୍ଲାରପୁର ପଞ୍ଚାୟତ ପାଇଁ ପୂର୍ବରୁ ଦୁଇ ଥର ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ‌ନିର୍ବାଚନ ସମୟରେ ପକ୍ଷପାତିତାକୁ ନେଇ ଗୋଟିଏ ଗୋଷ୍ଠୀ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ନିଆଳି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ‌

ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।‌ ଦିନ ୧୨ଟା ବେଳେ ସରିଥିଲା । ଜଲ୍ଲାରପୁର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ପାଇଁ ଏକାକି ୮ ନମ୍ବର ୱାର୍ଡର ବିଜେପି ସମର୍ଥିତ ୱାର୍ଡସଭ୍ୟ ନବଘନ ସ୍ବାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନ ପରେ ବିଜୟ ଉଲ୍ଲାସ ପାଳନ କରିଛନ୍ତି ଜଲ୍ଲାରପୁର ପଞ୍ଚାୟତର ନୂତନ ନାଏବ ସରପଞ୍ଚ, ସରପଞ୍ଚ ଏବଂ ବିଜେପି ନେତୃବୃନ୍ଦ ।

ଇଟିଭି ଭାରତ, ନିଆଳି

Last Updated :Nov 25, 2022, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.