ETV Bharat / state

ଟିଟୋ ସହଯୋଗୀ କାଲା ବାବୁ ଗିରଫ

author img

By

Published : Oct 23, 2020, 10:49 PM IST

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋର ସହଯୋଗୀ କାଲାବାବୁକୁ ଗିରଫ କରିଛି ପୋଲିସ । ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଟିଟୋ ସହଯୋଗୀ କାଲା ବାବୁ ଗିରଫ
ଟିଟୋ ସହଯୋଗୀ କାଲା ବାବୁ ଗିରଫ

କଟକ: ଜଣେ କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଶେଖ କାଲା ବାବୁକୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା କାଲା ବାବୁ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋର ସହଯୋଗୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ କାଲା ବାବୁ କଟକରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଥିଲା । ରାହାଜାନି, ଲୁଟ୍, ଦାଦାବଟି ହତ୍ୟା ଧମକ ଭଳି ସଙ୍ଗୀନ ଅପରାଧିକ ମାମଲାରେ କାଲା ବାବୁ ସାମିଲ ଥିଲା । ତେବେ ଦୁର୍ଗାପୂଜା ସମୟରେ ଦାଦାବଟି ମାଗିବା କାଲା ବାବୁକୁ ମହଙ୍ଗା ପଡିଛି । ଦୁର୍ଗାପୂଜା ସମୟରେ ଦାଦାବଟି ମାଗୁ ଥିବାବେଳେ ପୋଲିସ କାଲା ବାବୁକୁ ଗିରଫ କରିଛି ।

କାଲା ବାବୁ ନାଁରେ କଟକର ବିଭିନ୍ନ ଥାନାରେ 21ଟି ମାମଲା ରହିଛି । ଅନ୍ୟପଟେ ଚିତ୍ତରଞ୍ଜନ ମହାନ୍ତି ଓରଫ ବାବୁକୁ ମଧ୍ୟ ଆଜି(ଶୁକ୍ରବାର) ଦାଦାବଟି ମାଗିବା ମାମଲାରେ ପୋଲିସ ଗିରଫ କରିଛି । ଏଥିସହ ପୋଲିସ ତାଙ୍କ ନିକଟରୁ ନଗଦ 14 ହଜାର ଟଙ୍କା ଓ ଦାମୀ ମୋବାଇଲ ଫୋନ ଜବତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.