ଉଠିଲା ସମ୍ମେଟିଭ ପାର୍ଟନ; ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

author img

By

Published : May 24, 2023, 5:29 PM IST

Updated : May 24, 2023, 5:39 PM IST

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ପୁଣି ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଣିକି ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷରେ ଗୋଟିଏ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଅଧିକ ପଢ଼ନ୍ତୁ

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ: ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଣିକି ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷରେ ଗୋଟିଏ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଅର୍ଥାତ ମାଟ୍ରିକ ପରୀକ୍ଷାର୍ଥୀ ଏଥର ଗୋଟିଏ ଥରରେ ୬୦୦ ମାର୍କର ପରୀକ୍ଷା ଦେବେ । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପୂର୍ବଭଳି ତ୍ରୟମାସିକ ପରୀକ୍ଷା ହେବ । ଏହି ପରୀକ୍ଷା ସ୍କୁଲସ୍ତରରେ କରାଯିବ । ଏହାର ଫଳାଫଳର ୨୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରେ ଯୋଡାହେବ ବୋଲି ବୋର୍ଡ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ତେବେ କୋରୋନା ପାଇଁ ପୂର୍ବରୁ ବିକଳ୍ପ ଭାବରେ ଯେଉଁ ସମ୍ମେଟିଭ ପରୀକ୍ଷାର ଆୟୋଜନ କରାଯାଉଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି । ସେହିପରି ପ୍ରତ୍ୟେକ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା ୨୬ରୁ ଫର୍ମ୍‌ ପୂରଣ କରାଯିବ । ଏହି ପ୍ରକ୍ରିୟା ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିବ । ତେବେ ଜୁଲାଇ ୩ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ସପ୍ଲିମେଣ୍ଟାରୀ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ପ୍ରେସମିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି, "ମାଟ୍ରିକ୍‌ ପରୀକ୍ଷା ଢାଞ୍ଚାରେ ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ୍‌ ପରୀକ୍ଷା ଆଉ କରାଯିବ ନାହିଁ । କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଛାତ୍ରଛାତ୍ରୀମାନେ ଷଡ଼ମାସିକ ପରୀକ୍ଷା ଦେଉଥିଲେ, ସେହି ପ୍ରକ୍ରିୟା ଜାରି ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ କରାଯିବ । ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ‌ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ।"

ପ୍ରକାଶ ଥାଉ କି, ୨୦୨୦ ମସିହାରେ କୋରୋନା ମହାମାରୀ ବ୍ୟାପିଥିବା ସମୟରେ ମାଟ୍ରିକ୍‌ ପରୀକ୍ଷା ସମ୍ପୂର୍ଣ୍ଣ କରାଯାଇ ପାରିନଥିଲା । ସେହିଭଳି ‌କୋଭିଡ୍‌ ସଂକ୍ରମଣ ଭୟରେ ୨୦୨୧ ମାଟ୍ରିକ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀ ଦେଇପାରିନଥିଲେ । ସେଥିପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରାଯାଇ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିଲା । ସଂକ୍ରମଣ ଓ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ସମ୍ମେଟିଭ ପରୀକ୍ଷା ଢାଞ୍ଚା ଆପଣାଇଥିଲା । ଯାହାକୁ ଏବେ ପୁଣିଥରେ ପରିବର୍ତ୍ତନ କରାଯାଇଛି ।

ଇଟିଭି ଭାରତ, କଟକ

Last Updated :May 24, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.