ETV Bharat / state

ତେଜିଲା ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ବିବାଦ, ରାସ୍ତା ରୋକ୍ କଲେ ସ୍ଥାନୀୟ ଯୁବକ

author img

By ETV Bharat Odisha Team

Published : Sep 10, 2023, 6:58 PM IST

ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ଦାବି
ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ଦାବି

ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ଯୁବକ । କଟକକୁ ଅଣଦେଖା କରାଯାଉଥିବା ଅଣିଲେ ଅଭିଯୋଗ । ଅଧିକ ପଢନ୍ତୁ

ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ଦାବି

କଟକ: ନେତାଜୀ ବସ ଟର୍ମିନାଲ ନିଯୁକ୍ତି ନେଇ ତେଜିଲା ବିବାଦ । କଟକକୁ ଅଣଦେଖା କରାଯାଉଥିବା କହି ରାଜରାସ୍ତାକୁ ଓହ୍ଲାଇ ନ୍ୟାୟ ମାଗିଛନ୍ତି ସ୍ଥାନୀୟ ଲୋକେ । ତେବେ ଖାନନଗରରେ ନବନିର୍ମିତ ନେତାଜୀ ବସ୍‌ ଟର୍ମିନାଲରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ରାଜା ବଗିଚା ସର୍ବୋଦୟ ପୁର ନିକଟରେ ଏହି ରାସ୍ତା ରୋକ କରିଯାଇଥିଲା । ଯାହାଫଳରେ ବାଦାମବାଡ଼ିରୁ ଖାନନଗର ରାସ୍ତାରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ଠପ ହୋଇଯାଇଥିଲା ।

ସରକାର ନେତାଜୀ ବସ ଟର୍ମିନାଲର ପରିଚାଳନା ରାଜ୍ଯ ବାହାରର ଏକ କମ୍ପାନୀକୁ ଦେଇଥିବା ବେଳେ ସମସ୍ତ ବାହାର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାରୋକ ସ୍ଥଳରେ କଟକ ଜିଲ୍ଲା ବିଜେଡି ସଭାପତି ପହଞ୍ଚି ବୁଝାସୁଝା କରିବା ସହ ମେୟରଙ୍କୁ ଡକାଇ ଆଲୋଚନା କରିଥିଲେ । ପୂର୍ବରୁ ଟର୍ମିନାଲର ସମୀକ୍ଷା ସମୟରେ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ଆଜି ଏହାର ତୀବ୍ର ରୂପ ଧାରଣ କରିଥିଲା । ବର୍ତ୍ତମାନ ସମୟରେ ଯେଉଁ ନିଯୁକ୍ତି ଟର୍ମିନାଲରେ ରହିବ ତାହା ଟେଣ୍ଡର ହୋଇଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ.. ଚାକିରି ନିୟମିତ ଓ ଦରମା ବୃଦ୍ଧି ଦାବି, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

ମେୟର ସୁବାଷ ସିଂ କହିଛନ୍ତି, "ସ୍ଥାନୀୟ ଲୋକଙ୍କୁ ପ୍ରଥମେ ନିଯୁକ୍ତି ସୁଯୋଗ ମିଳିବ । ଆସନ୍ତା 13 ତାରିଖରେ ଏନେଇ ସିଡିଏ ଚେୟାରମ୍ୟାନ ଓ ଭିସିଙ୍କ ସହ ଆଲୋଚନା କରାଯିବ । ଡ୍ରାଇଭର, ହେଲପର, ସଫେଇ କାର୍ଯ୍ୟ ତଥା ମେଣ୍ଟେନାନ୍ସ ଦାୟିତ୍ବରେ ରହିବେ । ନିର୍ମାଣ ଚାଲିଥିବା ବସ ଟର୍ମିନାଲରେ ଡ୍ରାଇଭର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ହେଲପରମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବିଶ୍ରାମ ଗୃହ, ଆହାର କେନ୍ଦ୍ର , ବସ ରହଣି ସ୍ଥାନ ଇତ୍ୟାଦି ସମୀକ୍ଷା ଶେଷ ହୋଇଛି । ହାତରେ ଆଉ କମ ସମୟ ରହୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବସ ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ‘ମୋ ବସ୍‌’ ସହ ମୋଟ 191ଟି ବସ୍‌ ମଧ୍ୟ ରହଣୀର ସୁବିଧା ରହିଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ 6 ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.