ETV Bharat / state

Job Scam: ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ, କେନ୍ଦ୍ରମନ୍ତ୍ରୀଙ୍କ ମିଛ PA ସାଜିଥିବା ଠକ ଗିରଫ

author img

By ETV Bharat Odisha Team

Published : Nov 11, 2023, 10:46 PM IST

govt job fraud boosted
ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ

ସାବଧାନ! ରାଜ୍ୟରେ ମାତିଛନ୍ତି ସାଇବର ଠକ । କେନ୍ଦ୍ରମନ୍ତ୍ରଙ୍କ PAର ପରିଚୟ ଦେଇ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ

କଟକ: ମନ୍ତ୍ରୀଙ୍କ ଘନିଷ୍ଠ କହି ସରକାରୀ ଚାକିରି କରାଇଦେବା ନାଁରେ ଠକେଇ । ପ୍ରାୟ ୬୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ତଥା ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ପରିଚୟ ଦେଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ କରିଛି ଅଭିଯୁକ୍ତ । ବେକାର ଯୁବକ ଯୁବତୀଙ୍କୁ ରେଳବାଇ, DRDO, IOCL ଏବଂ ପ୍ରତିରକ୍ଷା ବିଭାଗରେ ଚାକିରି କରାଇ ଦେବା ନାଁରେ ଏହି ଠକେଇ ହୋଇଛି । କଟକର ୭ ଜଣ ଅଭିଯୁକ୍ତଙ୍କଠାରୁ ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ବାସିନ୍ଦା ସନ୍ତୋଷ ମହୁରୀକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ ।

ସନ୍ତୋଷଠାରୁ ଡିଆରଡିଓ ଏବଂ ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଲ୍ୟାପଟପ, ଭାରତୀୟ ବାୟୁ ସେନାର ପରିଚୟ ପତ୍ର, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ ଓ ଚେକ ଭଳି ଅନେକ ସାମଗ୍ରୀକୁ ଜବତ କରିଛି ପୋଲିସ । ସୂଚନା ଅନୁସାରେ, କିଛି ମାସ ତଳେ ସନ୍ତୋଷ କଟକର ଜଣେ ସାଧୁ ବାବାଙ୍କ ସଂସ୍ପର୍ଶରେ ଆସିଥିଲା । ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ତଥା ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ମିଛ ପ୍ରତିଶୃତି ଦେଇଥିଲା ।

ଏହା ବି ପଢନ୍ତୁ...Cyber Fraud: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲ କରି ଠକେଇ, ଅଭିଯୁକ୍ତ କିନ୍ନରକୁ ବାନ୍ଧିଲା ପୋଲିସ

ଚାକିରି କରାଇଦେବା ଆଳରେ ୭ ଜଣ ବ୍ୟକ୍ତିଙ୍କ ଠାରୁ ମୋଟ ୬୦ ଲକ୍ଷ ଟଙ୍କା ଠକେଇ କରିବା ପରେ ସମସ୍ତଙ୍କୁ ଜାଲ ପ୍ରମାଣ ପତ୍ର ଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିକ୍ଷାଗତ ଯୋଗ୍ୟତା ନଥାଇ ଅନେକ ଲୋକ ସରକାରୀ ଚାକିରି କରିବାକୁ ପସନ୍ଦ କରନ୍ତି । ସବୁଠାରୁ ବଡ଼ କଥା ହେଉଛି କିଛି ଟଙ୍କା ଦେଇଦେଲେ ସରକାରୀ ଚାକିରି ମିଳିବା ପ୍ରଲୋଭନ ଆଜି ଅନେକଙ୍କୁ ଅଡୁଆରେ ପକାଇଛି । କିଛି ଦିନ ପୂର୍ବରୁ ମଧ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସ୍ବରରେ ଫୋନ କଲ୍ କରି ସାଇବର ଠକେଇ ହୋଇଥିଲା । ଏହିଭଳି ଭାବରେ ଠକେଇର ନୂଆ ତରିକା ଆପଣାଉଛନ୍ତି ଅଭିଯୁକ୍ତ । ତେବେ ସାଇବର ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କ ପ୍ରଚେଷ୍ଟା ଫଳରେ ଏଭଳି ସାଇବର ଠକକୁ ଗିରଫ କରାଯାଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.