ETV Bharat / state

କଟକର ନିଆରା ପରମ୍ପରା, ଘାଣ୍ଟ ଭୋଗ ଲାଗିବା ପରେ ମେଲାଣି ନିଅନ୍ତି ବୁଢା ଗଣେଶ

author img

By ETV Bharat Odisha Team

Published : Oct 7, 2023, 7:37 PM IST

କଟକରେ ଦ୍ବିତୀୟା ଘାଣ୍ଟ ପରମ୍ପରା  , କାଲି ବିସର୍ଜନ ହେବେ ବୁଢା ଗଣେଶ
କଟକରେ ଦ୍ବିତୀୟା ଘାଣ୍ଟ ପରମ୍ପରା , କାଲି ବିସର୍ଜନ ହେବେ ବୁଢା ଗଣେଶ

କଟକ ସହରରେ ଦ୍ବିତୀୟା ଘାଣ୍ଟ ପରମ୍ପରା । ଆସନ୍ତାକାଲି ଶେଷ ପର୍ଯ୍ୟାୟର ଗଣେଶ ଭସାଣି । ଅଧିକ ପଢନ୍ତୁ

କଟକରେ ଦ୍ବିତୀୟା ଘାଣ୍ଟ ପରମ୍ପରା , କାଲି ବିସର୍ଜନ ହେବେ ବୁଢା ଗଣେଶ

କଟକ: ସହରରେ ଦ୍ବିତୀୟା ଘାଣ୍ଟ ପରମ୍ପରା । ଆସନ୍ତାକାଲି କଟକରେ ହେବାକୁ ଯାଉଛି ତୃତୀୟ ତଥା ଶେଷ ପର୍ଯ୍ୟାୟର ଗଣେଶ ଭସାଣି । ଘାଣ୍ଟ ତରକାରୀ ସହର ଗଣେଶ ପୂଜାର ରହିଛି ଅନେକ ନିବିଡ ସମ୍ପର୍କ । ଏହାର ବିଶେଷତ୍ବ ହେଲା ସହରର ପ୍ରତେକ ପୂଜା ମଣ୍ଡପରେ ଦ୍ବିତୀୟା ଘାଣ୍ଟ ଭୋଗ ଲାଗିଲା ପରେ ହିଁ ଗଣେଶ ଭସାଣି କରାଯିବାର ପରିମ୍ପରା ରହିଛି । ଆଜି ସହରର ମଙ୍ଗଳାବାଗ ବଣିଆ ସାହିର ବୁଢ଼ା ଗଣେଶଙ୍କ ସମେତ ସମସ୍ତ ସାହିର ପୂଜା ମଣ୍ଡପରେ ଘାଣ୍ଟ ଭୋଗ ଲାଗିଛି ।

ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଦ୍ବିତୀୟା ଓଷା । ଦ୍ବିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଏହି ହିସାବରେ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେଉଛି ଦ୍ବିତୀୟା ଘାଣ୍ଟ ତରକାରୀ ।ଏହି ଦ୍ବିତୀୟା ଘାଣ୍ଟ ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସୁଥିବାବେଳେ ଆଜିର ଯୁବପୀଢି ମଧ୍ୟ ଏହାକୁ ବଜାୟ ରଖିଆସିଛନ୍ତି ।

କଟକ ସହରର ବକ୍ସିବଜାର, ଯୋବ୍ରା, ନୂଆପାଟଣା ବଣିଆ ସାହିରେ କାହିଁ କେତେ ବର୍ଷ ବର୍ଷ ଧରି ପୂଜା ପାଉଛନ୍ତି ବୁଢ଼ା ଗଣେଶ । ଗଜାନନଙ୍କ ମସ୍ତକକୁ ମହାଦେବ ଛେଦନ କରିବା ବେଳେ ଦେହର ରଙ୍ଗ ଅନୁସାରେ ବୁଢ଼ା ଗଣେଶଙ୍କ ରଙ୍ଗ ଲାଲ ରହିଛି । ସହରର ବୁଢ଼ା ଗଣେଶ ଶହଶହ ବର୍ଷରୁ ଦ୍ବିତୀୟା ଘାଣ୍ଟ ଖାଇବା ପର ଦିନ ବିସର୍ଜନ ନିମନ୍ତେ ଯାଇଥାଆନ୍ତି । ଏହି ପରମ୍ପରାକୁ ଏବେ ମଧ୍ୟ ପୂଜା କମିଟିର ସଦସ୍ୟମାନେ ପାଳନ କରିଆସୁଛନ୍ତି। ପାଖାପାଖି ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଅଛି ।

ଏହା ମଧ୍ୟ ପଢନ୍ତୁ...ମାଆ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ସମ୍ପନ୍ନ, ଆରମ୍ଭ ହେଲା ଷୋଡଶ ଉପଚାର ପୂଜା

ଅନ୍ୟପଟେ କଟକ ସହରରେ ପାଖାପାଖି 15 ଟି ଗଣେଶ କ୍ଲବଗୁଡିକରୋେରେ ଦ୍ବିତୀୟା ଘାଣ୍ଟ ଭୋଗ ଲାଗିଲା ପରେ ହିଁ ବିସର୍ଜନ କରାଯାଇଥାଏ । ସେହିଭଳି ଶଗଡ଼ିଆ ସାହିର ଟାର୍ଗେଟ କ୍ଲବ୍ ପକ୍ଷରୁ ମଧ୍ୟ ଗଜାନନଙ୍କୁ ଘାଣ୍ଟ ଭୋଗ ଲଗାଯାଇଛି । ପାଖାପାଖି ୩୫ ବର୍ଷ ଧରି କ୍ଲବ୍ ସଦସ୍ୟ ମାନେ ଏହି ପରମ୍ପରା ବଜାୟ ରଖିଥିବା ଜଣାପଡିଛି । ତେବେ ଓଡିଆ ଘରର ପର୍ବ ଦ୍ବିତୀୟା ଘାଣ୍ଟ ପରମ୍ପରାକୁ ଆଜି ସହରର ଘରେ ଘରେ ପାଳନ କରାଯାଇଛି । ବିଭିନ୍ନ ପ୍ରକାର ପନିପରିବା ସହିତ ବୁଟ,ମଟର,ମୁଗ,ବିରି ପକାଇ ସୁଆଦିଆ ଘାଣ୍ଟ ତରକାରୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.