ETV Bharat / state

Illegal Sex Determination: ଆକ୍ସନ ମୋଡରେ CDMO, ଏଣିକି ସୂଚନା ମିଳିଲେ ରେଡ୍

author img

By

Published : May 25, 2023, 7:52 PM IST

ବେଆଇନ ଭୃଣ ନିରୂପଣ କଲେ କାର୍ଯ୍ୟାନୁଷ୍ଠାନ
ବେଆଇନ ଭୃଣ ନିରୂପଣ କଲେ କାର୍ଯ୍ୟାନୁଷ୍ଠାନ

କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ବେଆଇନ ଅଲଟ୍ରାସାଉଣ୍ଡ ଏକ ଦଣ୍ଡନୀୟ ଅପରାଧ ଦର୍ଶାଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି CDMO । ଅଧିକ ପଢନ୍ତୁ

ବେଆଇନ ଭୃଣ ନିରୂପଣ କଲେ କାର୍ଯ୍ୟାନୁଷ୍ଠାନ

କଟକ: କଟକରେ ଡାକ୍ତରଙ୍କ ଘରେ ବେଧଡକ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ । ବେଆଇନ ଅଲଟ୍ରାସାଉଣ୍ଡ କରିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ଚଢ଼ାଉ ହେବା ପରେ ଆକ୍ସନ ମୋଡରେ ଆସିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ସୂଚନା ମିଳିଲେ ଚଢ଼ାଉ ହେବା ସହିତ ଏଣିକି ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣାରେ ବ୍ୟବହୃତ ମେସିନ ଜବତ ହୋଇଥିବାବେଳେ ଜଣେ ଡାକ୍ତର ଅଟକ ରହିଥିଲେ । ଅଭିଯୁକ୍ତ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ଚଢ଼ାଉ ହେବା ପରେ ଆକ୍ସନ ମୋଡ ରେ ଆସିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଏଣିକି ହେବ ଆଇନଗତ କାର୍ଯ୍ୟନୁଷ୍ଠାନ । ସୂଚନା ମିଳିଲେ ହେବ ଚଢ଼ାଉ କହିଲେ ସିଡିଏମଓ ।

ସୂଚନା ଅନୁସାରେ, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ପୁଣ୍ୟ ଶ୍ଳୋକ ଦାସ୍ ନାମକ ଜଣେ ଡାକ୍ତର ତାଙ୍କର ଘରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବାର ଅଭିଯୋଗ ଆସିଥିଲା । ଖବର ପାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ , ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ ଲିଙ୍ଗ ନିରୂପଣ କାର୍ଯ୍ୟ ଚାଲିଥିବାବେଳେ ହିଁ ରେଡ୍ ହ୍ୟାଣ୍ଡରେ ଧରାପଡିଥିଲେ ଅଭିଯୁକ୍ତ ଡାକ୍ତର।ଏହି ସମୟରେ ଡାକ୍ତରଙ୍କ ଘରେ ପାଖାପାଖି ୧୦ ଜଣ ଗର୍ଭବତୀ ମହିଳା ଉପସ୍ଥିତ ଥିଲେ। ଚଢାଉ ସମୟରେ ନିରୂପଣ କରିବା ପାଇଁ ବ୍ୟବହାର କରାଯାଉଥିବା କେମିକାଲ, ପୋର୍ଟେବୁଲ୍ ମେସିନ ସମେତ ଅନ୍ୟ ଯନ୍ତ୍ରପାତି ଗୁଡ଼ିକୁ ଜବତ କରାଯାଇଛି। ଡାକ୍ତର ଜଣକ ପୁରୀ ଅଞ୍ଚଳରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ନିଜର ଆବାସରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଜଣାପଡିଛି ।

ଏଭଳି କାର୍ଯ୍ୟକୁ ରୋକିବା ଲାଗି ରେଗୁଲାର ଯାଞ୍ଚ ଜାରି ରହିଥିବାବେଳେ ଯଦି କିଛି ତଥ୍ୟ ମିଳେ ତେବେ ତୁରନ୍ତ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ। କନ୍ୟା ଭୃଣ ହତ୍ୟା ରୋକିବା ନିମନ୍ତେ ଭୃଣ ନିରୂପଣ ନିଷେଧ କରାଯାଇଛି । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚାଇଛନ୍ତି କଟକ ସିଡିଏମଓ ।

ହେଲେ କିଛି ଅସାଧୁ ତଥା ଅର୍ଥ ଲୋଭି ଡାକ୍ତର ଏଭଳି ବେଆଇନ କାରବାରରେ ଲିପ୍ତ ଅଛନ୍ତି। ଏହି ଘଟଣା ସାମ୍ନାକୁ ଆସିଲା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଲଟ୍ରାସାଉଣ୍ଡ ମେସିନ ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ତେବେ ଅଭିଭାବକଙ୍କ ପୃତ୍ର ପ୍ରାପ୍ତିର ମୋହ ଏବଂ କେତେକ ପରିବାରରେ ଥିବା ଦୁର୍ବଳ ମାନସିକତା ପାଇଁ ଏହି ଘଟଣା ଘଟୁଥିବା କହି ସମସ୍ତଙ୍କୁ ସଚେତନ କରାଇଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.