ETV Bharat / state

କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

author img

By

Published : Nov 6, 2022, 3:13 PM IST

କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ
କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ । କଟକରୁ ପୁଣିଥରେ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଲାଲବାଗ ଥାନା ପୋଲିସ । ଏହି ଘଟଣାରେ ଦୁଇଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

କଟକ : ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ । ପୁଣିଥରେ କଟକରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଲାଲବାଗ ଥାନା ପୋଲିସ (Brown sugar seized in Cuttack) । ଏହି ଘଟଣାରେ ଦୁଇଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାସହ ଦୁଇଟି ମୋବାଇଲ ଓ ବ୍ରାଉନ ସୁଗାର ବ୍ୟବସାୟୀ ବ୍ୟବହାର କରୁଥିବା ଦୁଇଟି ବାଇକକୁ ମଧ୍ୟ ଜବତ କରାଯାଇଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ବାରିକ । ପ୍ରଶାନ୍ତ ଓ ଜ୍ୟୋତିରଞ୍ଜନ ବ୍ରାଉନ ସୁଗାର ବ୍ୟବସାୟ ନେଇ ଉଭୟ କଥାବାର୍ତ୍ତା ହେଉଥିବା ବେଳେ ମାଡି ବସିଥିଲା ପୋଲିସ । ତେବେ ଏହି ବ୍ରାଉନ ସୁଗାର କେଉଁଠାରୁ ଆଣିଥିଲେ ଏବଂ କେଉଁ ମାନଙ୍କୁ ବିକ୍ରି କରିବାକୁ ଯୋଜନା କରୁଥିଲେ ତାହାର ତଦନ୍ତ କରୁଛି ପୋଲିସ । ସେହିପରି ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏହିପରି ଅପରାଧିକ ମାମଲା ରହିଛି ନାଁ ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.