ETV Bharat / state

ଲଗାଣ ବର୍ଷାରେ ବେହାଲ କଟକ, ମାଛ ଧରିବାବେଳେ ଭାସିଗଲେ ଯୁବକ

author img

By

Published : Sep 13, 2021, 10:52 PM IST

ଲଗାଣ ବର୍ଷାରେ ଭାସିଗଲେ ଯୁବକ, ମୃତ ନା ଜୀବିତ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ଖୋଜଖବର । ପୋଲିସ ଓ ଦମକଳବାହିନୀ ଖୋଜାଖୋଜି ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

havey-rain-fall-in-cuttack
ଲଗାଣ ବର୍ଷାରେ ବେହାଲ କଟକ, ମାଛ ଧରିବାବେଳେ ଭାସିଗଲେ ଯୁବକ

କଟକ: ସିଲଭରସିଟିରେ ଅଘଟଣ । ଲଗାଣ ବର୍ଷାରେ ଯୁବକ ନିଖୋଜ। ଯୁବକ ଜଣକ ମାଛ ଧରୁଥିବାବେଳେ ପାଣି ଭାସିଯାଇଥିବା ସନ୍ଦେହ କରାଯାଉଛି ।

ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷାରେ ରାଜ୍ୟର ସ୍ଥିତି ବେହାଲ ହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକେଇ ଗ୍ରାମର ପାଟଣାଳୀ ନିକଟରୁ ଜାଲ ପକାଇ ମାଛ ଧରୁଥିବା ବେଳେ ଯୁବକ ନିଖୋଜ । ସ୍ଥାନୀୟ ଗ୍ରାମର ଯଶବନ୍ତ ରାଉତଙ୍କ ପୁଅ ସଞ୍ଜୟ ରାଉତ ନିଖୋଜ ଥିବା ଜଣାପଡିଛି। ନିଶ୍ଚିନ୍ତକୋଇଲି ପୋଲିସ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ଖୋଜାଖୋଜି କରୁଥିବା ଜଣାପଡ଼ିଛି।

ଲଗାଣ ବର୍ଷାରେ ବେହାଲ କଟକ, ମାଛ ଧରିବାବେଳେ ଭାସିଗଲେ ଯୁବକ

ସୂଚନା ଅନୁଯାୟୀ ଲଗାଣ ବର୍ଷାରେ ବିଲ ପାଟଣାଳୀରେ ପ୍ରବଳ ପାଣି ଯୋଗୁଁ ମାଛ ଧରିଲା ବେଳେ ଭାସି ଯାଉଥିବା ଅନୁମାନ କରାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.