ETV Bharat / state

ପୂର୍ବ ଶତ୍ରୁତାରୁ ଗାଁ ପାଲଟିଲା ଋଣକ୍ଷେତ୍ର, 8 ଆହତ

author img

By ETV Bharat Odisha Team

Published : Oct 8, 2023, 4:13 PM IST

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ
ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ପୂର୍ବ ଶତ୍ରୁତା ନେଇଛି ଉଗ୍ର ରୂପ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ପରେ ଗାଁ ପାଲଟିଲା ରଣକ୍ଷେତ୍ର । ଘଟଣାରେ 5 ଜଣ ଆହତ ଓ 3 ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ।

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ନିଆଳି: ପୂର୍ବ ଶତ୍ରୁତା ନେଇଛି ଉଗ୍ରରୂପ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ପରେ ଗାଁ ପାଲଟିଲା ରଣକ୍ଷେତ୍ର । ଘଟଣାରେ 5 ଜଣ ଆହତ ଓ 3 ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । କଟକ ଜିଲ୍ଲା ନିଆଳି ଥାନା ଷଣ୍ଢାଶ ପଞ୍ଚାୟତ ସରାକୋର ଗାଁରେ ଏଭଳି ସଂଘର୍ଷ ଘଟିଛି ।

ସୂଚନା ଅନୁସାରେ, ଦୀର୍ଘ ମାସ ଧରି ନିଆଳି ଥାନା ସରାକୋର ଗ୍ରାମ ଗୋଷ୍ଠୀ ବିବାଦକୁ ନେଇ ଅଶାନ୍ତ ରହି ଆସୁଛି । ବାରମ୍ବାର ବୋମାମାଡ ଏହି ଗ୍ରାମର ଏକ ନିତିଦିନିଆ କଥାରେ ପରିଣତ ହୋଇଛି । ସେହି ପୂର୍ବ ବିବାଦ ଉଗ୍ରରୂପ ନେଇ ଗ୍ରାମ ଅଶାନ୍ତ ହୋଇଛି । ଆଜି ସରାକୋର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଫଳରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ।

ତେବେ ସବର୍ଣ୍ଣ ଗୋଷ୍ଠୀର 60 ରୁ 70 ଜଣଙ୍କ ମରଣାତ୍ମକ ଆକ୍ରମଣ ଫଳରେ ଅନ୍ୟ ଗୋଷ୍ଠୀର 8 ଜଣ ଆହତ ହୋଇଛନ୍ତି । ଦଳିତ ଶ୍ରେଣୀର 8 ଜଣ ଲୋକ ନିଜ ଜମିକୁ ବିରି ବୁଣିବାକୁ ଯାଇଥିବା ବେଳେ ଅପର ଗୋଷ୍ଠୀ ଲୋକ ବୋମାମାଡ଼ କରିବା ସହ, ତେଣ୍ଟା, କୋଦାଳ, ଛୋଟ ଛୋଟ ପଥରରେ ଆକ୍ରମଣ କରିଥିଲେ । ଯେଉଁଥିରେ 5 ଜଣ ଆହତ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ 3 ଜଣଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ସେମାନେ କଟକ ସ୍ଥାନାନ୍ତର ହୋଇଛନ୍ତି । ଆହତ ଓ ଗୁରୁତରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଥିବା ବେଳେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ମୃତ

ପୂର୍ବରୁ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଲିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଇଥିଲା । ତେବେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ଆକ୍ରମଣ କରିଥିବା ବେଳେ ଏଥିରେ ଉଭୟ ପକ୍ଷରୁ 10ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ତେବେ ସମସ୍ତ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.