ETV Bharat / state

ଅନୁସରଣ ନୁହେଁ ଅନୁକରଣ କରନ୍ତୁ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ଶିକ୍ଷାର ପରିଭାଷା ବୁଝାଇଲେ ରାଜ୍ୟପାଳ

author img

By

Published : May 9, 2023, 11:24 AM IST

silver jubilee of Ernch High School
silver jubilee of Ernch High School

ଏରଞ୍ଚ ହାଇସ୍କୁଲର ରୌପ୍ୟ ଜୟନ୍ତୀରେ ସାମିଲ ହେଲେ ରାଜ୍ୟପାଳ। ଶିକ୍ଷା ବିନା ଉନ୍ନତି ଅସମ୍ଭବ ବୋଲି ମତ ରଖିଥିଲେ ରାଜ୍ୟପାଳ। ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନ ଓ ଶିକ୍ଷାର ପରିଭାଷା ବୁଝାଇଲେ ରାଜ୍ୟପାଳ

ନିଆଳି: ଦେବୀ ଦ୍ବିପାଞ୍ଚଳର ଏରଞ୍ଚ ଲକ୍ଷ୍ମୀ ନୃସିଂହ ସରକାରୀ ବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି ୭୫ତମ ରୌପ୍ୟ ଜୟନ୍ତୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଶିକ୍ଷା ବିନା ଉନ୍ନତି ଅସମ୍ଭବ ବୋଲି ମତ ରଖିଥିଲେ। ସୋମବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ରାଜ୍ୟପାଳ। ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ହୃଷିକେଶ ସେନାପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-Power Outage Issue: ରାଜ୍ୟପାଳଙ୍କ ରିପୋର୍ଟ ତଲବ, ୭ଦିନରେ ଉତ୍ତର ଦେବେ ରାଜ୍ୟ ସରକାର

ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି, "ଶିକ୍ଷାର ବିକାଶ ଘଟିଲେ ଉନ୍ନତି ସମ୍ଭବ। ଜଗନ୍ନାଥଙ୍କ ବିନା ଏଠାରେ ସବୁ ଅଧୁରା । ଶିକ୍ଷାନୁଷ୍ଠାନରୁ ହିଁ ଜଣେ ଉତ୍ତମ ଛାତ୍ର ହେବା ସହ ଭବିଷ୍ୟତ ତିଆରି ହୋଇପାରିବ । ଶିକ୍ଷା ବିନା ସମାଜର ଉନ୍ନତି ଏବଂ ପ୍ରଗତି ଅସମ୍ଭବ ।‌ ତେବେ ନିଜକୁ ନିଜେ ଚିହ୍ନିବା ହିଁ ଅସଲ ଶିକ୍ଷା । ଏହାସହ ସେବା ମନୋଭାବ ଶିକ୍ଷାର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ ରାଜ୍ୟପାଳ ।"

ଏହା ମଧ୍ୟ ପଢନ୍ତୁ-ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା

ସେହିପରି ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କ ନିକଟରେ ପ୍ରତିଭା ରହିଛି। ନିଜ ପିଲା ମାନଙ୍କୁ ଅନ୍ୟମାନଙ୍କ ପରି ହେବାକୁ କହିବା ଭଲ କଥା କିନ୍ତୁ କାହାକୁ ଅନୁସରଣ କରିବା ବଦଳରେ ନିଜେ ଅନୁକରଣୀୟ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଗାଁରେ ବହିଲାଣି ନିର୍ବାଚନୀ ହାୱା, ଅସନ୍ତୁଷ୍ଟ କର୍ମୀଙ୍କ ନିକଟତର ବିଜେଡି ନେତା

ରାଜ୍ୟପାଳଙ୍କ ବ୍ୟତିତ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାର ବିକାଶ ଦିଗରେ ନିଜର ମତ ରଖିଥିଲେ । ଏହି ଅମୃତ ମହୋତ୍ସବ ଆସନ୍ତା ୧୨ ତାରିଖରେ ଉଦଯାପିତ ହେବ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ଏଥିରେ ଯୋଗ ଦେଇଥିଲେ । ଲକ୍ଷ୍ମୀ ନୃସିଂହ ସରକାରୀ ବିଦ୍ୟାଳୟ ୧୯୪୭ ମସିହାରେ ସ୍ବଗର୍ତ ଅବଧୂତ ମହାପାତ୍ରଙ୍କ ଦ୍ବାରା ନିର୍ମିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Agharia Samaj Voter: ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର?

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.