ETV Bharat / state

ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଠକେଇ, କୋଲକାତାରୁ 2 ଗିରଫ

author img

By

Published : Jul 8, 2021, 8:23 PM IST

ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଟଙ୍କା ଠକେଇ, କୋଲକାତାରୁ 2 ଗିରଫ
ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଟଙ୍କା ଠକେଇ, କୋଲକାତାରୁ 2 ଗିରଫ

ରିଲିଆନ୍ସ ଜିଓ ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଟଙ୍କାର ସାଇଵର ଠକେଇ । କୋଲକାତାରୁ 2 ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ..

କଟକ: ରିଲିଆନ୍ସ ଜିଓ ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଟଙ୍କାର ସାଇଵର ଠକେଇ। ଗତ ଏକବର୍ଷ ପୂର୍ବେ ଅର୍ଥାତ 2019 ରେ ଘଟିଥିବା ଏପରି ଏକ ଠକେଇର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଜଗତପୁର ଥାନାରେ ଏଭଳି ଏକ ଅଭିଯୋଗ ହେଵା ପରେ କମିଶନରେଟ ପୋଲିସର ସାଇଵର ଵିଭାଗ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ ୨୫ ଲକ୍ଷ ଟଙ୍କା ଉଦ୍ଧାର କରିଵାକୁ ସକ୍ଷମ ହୋଇଛି । କୋଲକାତାରୁ ଏହି ସାଇଵର ଠକ ଗ୍ୟାଙ୍ଗ ଅପରେଟ୍ କରୁଥିଲା । ଅଭିଯୁକ୍ତମାନେ ପ୍ରେସ ପରିଚୟ ଦେଇ ପୋଲିସ ଆଖିରେ ଧୂଳି ଦେଇ ଏପରି କାରନାମା କରୁଥିଲେ ଵୋଲି ପୋଲିସ କହିଛି ।

ଟାଓ୍ବାର ଵସାଇଵା ନାଁରେ ୩୯ ଲକ୍ଷ ଟଙ୍କା ଠକେଇ, କୋଲକାତାରୁ 2 ଗିରଫ

କୋଲକାତାରେ ଵିଧିଵଦ୍ଧ ଅଫିସ କରି ଓଡିଶାରେ ନିଜର ଠକ ସାମ୍ରାଜ୍ୟ ଵିସ୍ତାର କରିଥିଲା ଏହି ଗ୍ୟାଙ୍ଗ । ତେଵେ ଵାଲେଶ୍ବର ଜିଲ୍ଲା ଜଳେଶ୍ବରର ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଜଗତପୁର ଥାନାରେ ଏତଲା ଦେଵା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଵେଳେ କୋଲକାତାରେ ଏକ ଅଫିସ କରି ଏପରି ଠକେଇ ରାକେଟ କାମ କରୁଥିବା ଜାଣିବାକୁ ପାଇଥିଲା ପୋଲିସ ।

ଅଭିଯୋଗ ଅନୁସାରେ ଜିଓ ଟାଓ୍ବାର ଵସାଇଵା ପାଇଁ ଵିଭିନ୍ନ କ୍ଲିଅରାନ୍ସ ପାଇଁ ଫୋନ-ପେ ଓ ଵ୍ୟାଙ୍କ ଟ୍ରାନ୍ସଫର ଜରିଆରେ ପ୍ରାୟ ୩୯ଲକ୍ଷ ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ । କଟକ କମିଶନରେଟ ପୋଲିସର ସାଇବର ସେଲ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିଵାରେ ସଫଳ ହୋଇଛି । ଗିରଫ ସାଇଵର ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଭୟ ତିଓ୍ବାରୀ ଏଵେ କୋଲକାତା ପୋଲିସ କଵଜାରେ । ଅଭିଯୁକ୍ତ ଅଙ୍କିତ ରାୟ ଓ ଅନିଲେସ ଆନନ୍ଦକୁ ଧରି ପୋଲିସ କଟକ ଫେରିଛି । ଅଙ୍କିତ ଓ ଅନିଲେସ ପ୍ରେସ ଲେଖା ଯାଇଥିବା ଏହି ଫର୍ଚୁନର ଗାଡିକୁ ପୋଲିସ ଜଵତ କରିଛି । ସେପଟେ ଅଙ୍କିତ ଓ ଅନିଲେଶ୍ କୋଲକାତାରେ ରହି ଭୋଜପୁରୀ ଫିଲ୍ମ ନିର୍ମାଣ କରୁଥିଲେ ବୋଲି ଜଣାପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.