ETV Bharat / state

Durga Puja Special: ଏଥର କଟକ ଦଶହରାରେ ଚମକିବ ପିତ୍ତଳ ମେଢ଼

author img

By ETV Bharat Odisha Team

Published : Oct 18, 2023, 9:35 PM IST

first brass medha in odisha
ପ୍ରଥମ ଥର ପିତ୍ତଳ ମେଢ଼

ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ପିତ୍ତଳ ମେଢ଼ । ତେଲେଙ୍ଗାବଜାର ପୂଜା କମିଟି ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଅଧିକ ପଢନ୍ତୁ

ପ୍ରଥମ ଥର ପିତ୍ତଳ ମେଢ଼

କଟକ: ଦୁର୍ଗାପୂଜା ପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ସୁନା ଚାନ୍ଦି ମେଢରେ ଝଲସୁଥିବା କଟକ ସହରରେ ଏଥର ଦେଖିବାକୁ ମିଳିବ ନିଆରା ଦୃଶ୍ୟ । କାରଣ ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ପିତ୍ତଳ ମେଢ଼ । କଟକ ତେଲେଙ୍ଗା ବଜାର ପୂଜା ମଣ୍ଡପରେ ପ୍ରଥମ ଥର ପାଇଁ ଏହି ପିତ୍ତଳ ମେଢ଼ ଦେଖିବାକୁ ମିଳିବ । ଏହା ରାଜ୍ୟର ପ୍ରଥମ ପିତ୍ତଳ ମେଢ ବୋଲି କୁହାଯାଉଛି । ତେଲେଙ୍ଗାବଜାର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ପିତ୍ତଳ ମେଢ଼ରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।" ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ମେଢ ସମସ୍ତଙ୍କ ଆକର୍ଷଣ ପାଲଟିବ । ଏହାଦ୍ବାରା ପିତ୍ତଳ କାରିଗରମାନେ ମଧ୍ୟ ଉପକୃତ ହେବେ" ବୋଲି ପୂଜା କମିଟିର ସମ୍ପାଦକ କହିଛନ୍ତି ।

ସୁନା ଚାନ୍ଦି ମେଢ ପରେ କଟକ ସହର ଯୋଡି ହୋଇଛି ପ୍ରଥମ ପିତ୍ତଳ ମେଢ । ତେଲେଙ୍ଗାବଜାର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ମେଢର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ଦେଢ କୁଇଣ୍ଟାଲ ପିତ୍ତଳରେ ନିର୍ମାଣ କରାଯାଇଥିବା ଏହି ମେଢ ଅବିକଳ ସୁନା ମେଢ ଭଳି ଭ୍ରମ ମଧ୍ୟ ସୃଷ୍ଟି କରୁଛି । ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଏହି ମେଢ଼ ନିର୍ମାଣ କରାଯାଉଛି । ସବୁଠାରୁ ବଡ଼ କଥା ହେଉଛି ପିତ୍ତଳ କାରିଗରମାନଙ୍କୁ ଏହା ରୋଜଗାରକ୍ଷମ କରିବ । ତେବେ ଯେଉଁ ପୂଜା ମଣ୍ଡପ ଗୁଡିକ ଚାନ୍ଦି ମେଢ଼ ନିର୍ମାଣ କରିବାକୁ ସକ୍ଷମ ନ ହେବେ ସେମାନେ ସ୍ବଳ୍ପ ବ୍ୟୟରେ ଏହି ପିତ୍ତଳ ମେଢ଼ କରିପାରିବେ । ଏହି ମେଢ ଚଳିତ ବର୍ଷ କଟକ ପାଇଁ ଏକ ନୂତନ ଆକର୍ଷଣ ପାଲଟିବ ବୋଲି ପୂଜା କମିଟି ସମ୍ପାଦକ ଆଶା ରଖିଛନ୍ତି ।

ଏହା ବି ପଢନ୍ତୁ...DurgaPuja Special: ସମଲେଶ୍ବରୀ ପୀଠକୁ କେମିତି ଆସିଲେ ମା’ ପାଟଣେଶ୍ବରୀ ?

"ଦିନକୁ ଦିନ ପିତ୍ତଳର ଚାହିଦା କମିବାରେ ଲାଗିଛି । ଯାହା ଫଳରେ ପିତ୍ତଳ କାରିଗରମାନେ କାମ ନପାଇ ଦୀର୍ଘ ବର୍ଷ ହେବ ହାତବାନ୍ଧି ଘରେ ବସି ରହୁଥିଲେ । ହେଲେ ଏହିଭଳି ପିତ୍ତଳ ମେଢ଼ ଅର୍ଡର ଆସିବା ଦ୍ବାରା ପୁଣି ଥରେ ରୋଜଗାର ନେଇ ଆଶା ବଢିଛି । ଗୋଟିଏ ପିତ୍ତଳ ମେଢ଼ ନିର୍ମାଣ କରବାକୁ ଅତି କମରେ ୬ ରୁ ୭ ମାସ ସମୟ ଲାଗେ। ଆଉ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିଛୁ" ବୋଲି କହିଛନ୍ତି ପିତ୍ତଳ କାରିଗର । ଦଶହରା ପାଇଁ ଏବେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ପିତ୍ତଳ ମେଢ଼ର ଚାହିଦା ଆଗକୁ ବଢିବ ବୋଲି ଆଶାବାଦୀ ରହିଛନ୍ତି ପିତ୍ତଳ କାରିଗର । ସେପଟେ କଟକରେ ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ସହରରେ ଯେପରି ଟ୍ରାଫିକ ଜାମ ନହୁଏ, ସେଥିପାଇଁ ଟ୍ରାଫିକ କଟକଣା କଡାକଡି କରିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.