ETV Bharat / state

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଏତଲା

author img

By

Published : Jan 6, 2023, 6:23 PM IST

ମହିଳାଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ । କଟକ ଟାଙ୍ଗୀ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ (FIR filed against Tangi Police Officer) । ଅଧିକ ପଢନ୍ତୁ

Tangi Police Station IIC
Tangi Police Station IIC

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

କଟକ: ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ମାମଲା ରୁଜୁ (FIR filed against Tangi Police Officer) । ଜଣେ ଅସବର୍ଣ୍ଣ ମହିଳାଙ୍କୁ ଘରେ ପଶି ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ମାମଲା ରୁଜୁ ହେବା ପରେ ଏହାର ସ୍ବତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ଵାର SDPO ସତ୍ୟବ୍ରତ ଲେଙ୍କା (Choudwar SDPO Satyabrata Lenka) ।

ସୂଚନା ମୁତାବକ ଟାଙ୍ଗୀ ଇଲେକ୍ଟ୍ରି ଅଫିସରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କୋଟସାହିର କିଛି ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏହି ମାମଲା ପରେ କୋଟସାହିର କିଛି ଯୁବକଙ୍କୁ ଟାଙ୍ଗୀ ପୋଲିସ ଗିରଫ କରିଥିଲା ଆଉ କିଛି ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ ବିଭିନ୍ନ ଜାଗାରେ ଛାପା ମାରୁଥିବା ବେଳେ କୋଟ ସାହିର ଅଭିଯୁକ୍ତ ବିଷ୍ଣୁ ଚରଣଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲା । ଘର କବାଟ ବାଡ଼େଇବାରୁ ବିଷ୍ଣୁଙ୍କ ପତ୍ନୀ ରୀନା ବେହେରା ଆସି ସ୍ବାମୀ ନାହାଁନ୍ତି ବୋଲି କହିଥିଲେ ।

ଏହା ବି ପଢନ୍ତୁ- ଫାର୍ମାସିଷ୍ଟଙ୍କୁ ଏସସିବି ଫାଣ୍ଡି ଭିତରେ ମାଡ଼ ଘଟଣା: ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଅଟକ

ରୀନାଙ୍କର କହିବା ଅନୁଯାୟୀ ପୋଲିସକୁ ଘରେ କେହି ନାହାଁନ୍ତି ମନା କରିବା ସତ୍ତ୍ବେ ପୋଲିସ ଘର କବାଟ ଭାଙ୍ଗି ଜୋର ଜବରଦସ୍ତ ଘରେ ପଶି ରୀନାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିବା ରୀନା ଅଭିଯୋଗ ଆଣିଛନ୍ତି । ଏହା ପରେ ଅଭିଯୋଗକାରିଣୀ ରୀନା ବେହେରା ଟାଙ୍ଗୀ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ ହେବା ପରେ ଏହାର ସ୍ବତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ଵାର SDPO ସତ୍ୟବ୍ରତ ଲେଙ୍କା । ଏନେଇ ଅଭିଯୋଗକାରିଣୀ ରୀନା କହିଛନ୍ତିି, "ସେପ୍ଟେମ୍ବର ୩୦ ତାରିଖ ରାତି ୨ଟାରେ ଆସି ସେମାନେ ମୋ ଘର ଗେଟ ବାଡେଇ ସ୍ବାମୀଙ୍କୁ ଖୋଜିଥିଲେ । ମୁଁ କହିଥିଲି ଯେ ସ୍ବାମୀ ଘରେ ନାହାନ୍ତି । ଏହାପରେ ସେମାନେ ଗେଟ ଡେଇଁ ମୋ ଘରେ ପଶିବାକୁ ଚେଷ୍ଟା କରିଥିଲେ । ଏହାପରେ ମୋ ଦିଅର ଆସି କବାଟ ଖୋଲିଥିଲେ । ଦିଅର ଘରେ ଥିବାରୁ ସେ ମୋତେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାସହିତ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଥିଲେ । ମୋ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାପରେ କିଛି ମହିଳା ପୋଲିସ ମୋତେ ମାଡ଼ ମାରିଛନ୍ତି । ମୋତେ ନ୍ୟାୟ ମିଳୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.