ଫାର୍ମାସିଷ୍ଟଙ୍କୁ ଏସସିବି ଫାଣ୍ଡି ଭିତରେ ମାଡ଼ ଘଟଣା: ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଅଟକ

author img

By

Published : Oct 20, 2022, 5:23 PM IST

ଫାର୍ମାସିଷ୍ଟଙ୍କୁ ଏସସିବି ଫାଣ୍ଡି ଭିତରେ ମାଡ଼ ଘଟଣା:  ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଅଟକ

ଏସସିବିରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ଫାର୍ମାସିଷ୍ଟଙ୍କୁ ଏସସିବି ଫାଣ୍ଡି ଭିତରେ ମାଡ଼ ଘଟଣା । କଟକ ଏସସିବି ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଏହି ଦାଦାଗିରି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

କଟକ : ଏସସିବିରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । କଟକ ଏସସିବି ମେଡ଼ିକାଲରେ ଗତକାଲି(ବୁଧବାର) ସିକ୍ୟୁରିଟି ଗାର୍ଡଙ୍କ ଏହି ଦାଦାଗିରି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି,'' ଏସସିବି ମେଡ଼ିକାଲରେ ଯେଉଁ ଅଘଟଣ ଘଟିଛି ତାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ଏହି ଘଟଣାରେ ସିକ୍ୟୁରିଟି ଗାର୍ଡ ରତ୍ନାକରକୁ ଥାନାରେ ଅଟକ ରଖାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।'' ସିକ୍ୟୁରିଟି ଗାର୍ଡ ରତ୍ନାକର ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ନାଁ ବିଶ୍ବଜିତ ମହାରଣା ଓ ସେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ନେଇ ଗତକାଲି ଅପରାହ୍ନରେ ଏସସିବି ଆଣିଥିଲେ ।

ଫାର୍ମାସିଷ୍ଟଙ୍କୁ ଏସସିବି ଫାଣ୍ଡି ଭିତରେ ମାଡ଼ ଘଟଣା: ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଅଟକ

ସୂଚନାନୁସାରେ ବୁଧବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ଏସସିବି ଆଣିଥିଲେ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣା । ଏସସିବି ମେଡ଼ିକାଲରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣାଙ୍କ ସହ ସିକ୍ୟୁରିଟି ଗାର୍ଡ ରତ୍ନାକରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ରତ୍ନାକର ମେଡ଼ିକାଲ ପୋଲିସ ଫାଣ୍ଡି ଭିତରେ ଫାର୍ମାସିଷ୍ଟ ବିଶ୍ୱଜିତଙ୍କୁ ବନ୍ଦ କରି ଦେଇଥିଲେ । ଏହା ସହ ବିଶ୍ବଜିତଙ୍କୁ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ: SCBରେ ସିକ୍ୟୁରିଟିଙ୍କ ଦାଦାଗିରି, ଫାର୍ମାସିଷ୍ଟକୁ ଫାଣ୍ଡିରେ ବନ୍ଦ କରି ମାଡ଼

ଏନେଇ କଟକ ମଙ୍ଗଳବାଗ ଥାନାରେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଶ୍ୱଜିତ୍ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଏସସିବିରେ କାର୍ଯ୍ୟରତ ସୁରକ୍ଷା କର୍ମୀକୁ ଥାନାକୁ ଆଣି ଅଟକ ରଖିଛି । ଏହାସହ କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ଫାଣ୍ଡି ଭିତରେ ଏଭଳି ଘଟଣା ଘଟାଇଲେ ଏବଂ ଫାର୍ମାସିଷ୍ଟଙ୍କୁ ମାଡ଼ ମାରିଲେ ସେନେଇ ପଚରାଉଚରା କରୁଛି ପୋଲିସ । ତେବେ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ SCB ପ୍ରଶାସନିକ ଅଧିକାରୀ ଡ଼କ୍ଟର ଅବିନାଶ ରାଉତ କହିଛନ୍ତି, ''ମାଡ଼ ମାରିଥିବା ଏସସିବି ମେଡ଼ିକାଲର ସିକ୍ୟୁରିଟି ଗାର୍ଡ ରତ୍ନାକରକୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି SCB କର୍ତ୍ତୃପକ୍ଷ । ସେପଟେ ଅଭିଯୁକ୍ତ ରତ୍ନାକର ବିରୋଧରେ ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା ଏତଲା ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସେପଟେ ସିକ୍ୟୁରିଟି ଗାର୍ଡ ରତ୍ନାକର ଫାର୍ମାସିଷ୍ଟ ବିଶ୍ବଜିତଙ୍କୁ ମାଡ଼ ମାରୁଥିବା ସମୟର ଭିଜୁଆଲ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏନେଇ ବିଶ୍ବଜିତ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସେପଟେ ରତ୍ନାକର ପେସାରେ ଜଣେ ହୋମଗାର୍ଡ । ସେ ରାତିରେ ହୋମଗାର୍ଡ ଭାବେ ଡ୍ୟୁଟି କରୁଥିବା ବେଳେ ଦିନ ବେଳେ SCB ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି ।

ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛି କଟକ ବଡ ମେଡିକାଲ । କେତେବେଳେ ଏସସିବିରୁ ଶିଶୁ ଚୋରି ଘଟଣା ହେଉ ତ ପୁଣି କେତେବେଳେ ରୋଗୀଙ୍କ ଠାରୁ କୌଶଳକ୍ରମେ ଲାଂଚ ନେବା ଘଟଣା ହେଉ । ଏବେ ପୁଣି ଏସିସିବିରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଗତକାଲି ରାତିରେ ଏସସିବିର ସୁରକ୍ଷାକର୍ମୀ ରତ୍ନାକର ପୋଲିସ ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟକୁ ବନ୍ଦ କରି ପିଟିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.