ETV Bharat / state

କାରର ସିକ୍ରେଟ ଚାମ୍ବରରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ, 3 ଗିରଫ

author img

By

Published : Nov 22, 2022, 4:29 PM IST

excise department seized huge amount of cannabis in Cuttack
ସିକ୍ରେଟ ଚାମ୍ବରରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ, 3 ଗିରଫ

କାରର ସିକ୍ରେଟ ଚାମ୍ବରରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ । ଗାଡ଼ି ଯାଞ୍ଚ ବେଳେ ମାଡିବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । କଟକ ଟାଙ୍ଗି ଟୋଲ ଗେଟରୁ 120 କେଜି ଗଞ୍ଜେଇ ଜବତ ହୋଇଛି । ଅଧିକ ପଢ଼ନ୍ତୁ

କଟକ: ଦାମୀ କାରରେ ସିକ୍ରେଟ ଚାମ୍ବର କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ । ମାଡି ବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । କଟକ ଜିଲ୍ଲା ଟୋଲ ଗେଟରୁ ୧୨୦ କେଜି ଗଞ୍ଜେଇ ଜବତ ହୋଇଛି । ଏଥିରେ ୩ ଜଣଙ୍କୁ ଗିରଫ କରି ଚାଲାଣ ହେଉଥିବା ଦାମୀ କାର ମଧ୍ୟ ଜବତ କରାଯାଇଛି ।

ସିକ୍ରେଟ ଚାମ୍ବରରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଜବତ କାରର ମୁଖ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ଏନେଇ ଉପ ଅଧିକ୍ଷକ ପ୍ରତାପ କୁମାର ଦାସ ସୂଚନା ଦେଇ କହିଛନ୍ତି, "ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା । କଟକ ଟାଙ୍ଗି ଟୋଲଗେଟରେ ପାଟ୍ରୋଲିଂ ଚାଲୁଥିବାବେଳେ ଏକ ପଶ୍ଚିମବଙ୍ଗ ଗାଡ଼ିକୁ ଅଟକାଇ ଯାଇଥିଲା । ଗାଡ଼ିର ଯାଞ୍ଚ ପରେ ସିକ୍ରେଟ ଚାମ୍ବରରୁ ୧୨୦ କେଜି ଗଞ୍ଜେଇ ଜବତ ହୋଇଛି ।"

ଗିରଫ ହୋଇଥିବା ତିନି ଜଣ ଚାଲାଣକାରୀ ହେଲେ ରାଜେଶ ମଜୁମଦାର, ଧୃବ ମଣ୍ଡଳ ଓ ବିଜୟ ରଜତ । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଉପ ଅଧିକ୍ଷକ ପ୍ରତାପ କୁମାର ଦାସ ସୂଚନା ଦେଇଛନ୍ତି । ଗିରଫ ତିନି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ରହିଛି କି ? ସେନେଇ ଅଧିକ ଖୋଳତାଡ କରୁଛନ୍ତି ତଦନ୍ତ ଅବକାରୀ ଗୁଇନ୍ଦା ଟିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.