କଲେଜ ଅଧ୍ୟକ୍ଷଙ୍କ ବିବାଦୀୟ ଭିଡିଓ ଭାଇରାଲ, ତାତିଲେ ଛାତ୍ରଛାତ୍ରୀ

କଲେଜ ଅଧ୍ୟକ୍ଷଙ୍କ ବିବାଦୀୟ ଭିଡିଓ ଭାଇରାଲ, ତାତିଲେ ଛାତ୍ରଛାତ୍ରୀ
ନିଆଳି ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷଙ୍କ ନାମରେ ଛାତ୍ରୀ ଓ ଅଧ୍ୟାପିକାଙ୍କ ସହ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ ହୋଇଛି । କଲେଜରୁ ଅଧ୍ୟକ୍ଷଙ୍କୁ ତଡିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ
ନିଆଳି: କଲେଜରେ କ୍ଲାସରୁମ ଭିତରେ ପ୍ରିନ୍ସିପାଲଙ୍କ ମଦ୍ୟପାନ । ଖାଲି ସେତିକି ନୁହେଁ ଅଧ୍ୟାପିକାଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିବା ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି । ଯାହାକୁ କଲେଜ ଛାତ୍ରଛତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଲେଜ ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷଙ୍କ ନାମରେ ଏପରି ଅଭିଯୋଗ ହୋଇଛି ।
କଲେଜ ଭିତରେ ଅଧ୍ୟକ୍ଷ ଓ ଅଧ୍ୟାପିକାଙ୍କ ଅଶ୍ଲୀଳ ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଅଧ୍ୟକ୍ଷଙ୍କୁ ଧକ୍କା ମାରି ବାହାର କରିଛନ୍ତି ସ୍ଥାନୀୟ ଲୋକେ ଓ ଛାତ୍ର । ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶିରୋନାମା ପାଲଟିଲାଣି ଗୁରୁମାନଙ୍କ କଳଙ୍କିତ ଛବି । କେଉଁଠି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଜେଲ ଯିବା ଏବଂ ସହକର୍ମୀଙ୍କୁ ଅସଦାଚରଣ କରି ଧରା ପଡିବା ଘଟଣା ନଜରକୁ ଆସୁଛି । ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ଏପରି କିଛି ଅଭିଯୋଗ ହୋଇଛି । ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକ ପ୍ରତିନିଧି ଓ ଛାତ୍ର ଛାତ୍ରୀ ଧକ୍କା ମାରି କଲେଜ ଅଧ୍ୟକ୍ଷଙ୍କୁ ବାହର କରିଛନ୍ତି। ଘଟଣା ସ୍ଥଳରେ ଏମିତି ଉତ୍ତେଜନା ଦେଖାଦେଲା ଯେ, ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା
ସୂଚନାମୁତାବକ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦାସ୍ଥିତ ଦୋଳ ଗୋବିନ୍ଦ ବ୍ରଜ କିଶୋର ସରକାରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାଧାକାନ୍ତ ରାଉତ ଓ ଜଣେ ଅଧ୍ୟାପିକାଙ୍କ ସହ ଅଶ୍ଳୀଳ ଭିଡିଓ ସିସିଟିଭିରେ କଏଦ ହୋଇଛି । ପରେ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କଲେଜର ଛାତ୍ରଛାତ୍ରୀମାନେ ଘଟଣାକୁ ନିନ୍ଦା କରିବା ସହିତ କଲେଜ ପରିସରରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଠେଲି ଠେଲି ବାହାର କରି ଦେଇଛନ୍ତି। ପବିତ୍ର ଶିକ୍ଷାନୁଷ୍ଠାନରେ ମଦ୍ୟପାନ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। କଥା ଉଠୁଛି ଏତେ ସବୁ ଘଟଣା ଘଟୁଥିଲେ ସୁଦ୍ଧା କଲେଜର ଅନ୍ୟ କର୍ମଚାରୀଙ୍କ ନଜରକୁ ଆସୁ ନଥିଲା ନାଁ ସବୁ ଦେଖି ସବୁ ନିରବଦ୍ରଷ୍ଟା ସାଜିଥିଲେ। ତେବେ ସିସିଟିଭି ଭିଡିଓ ମହାବିଦ୍ୟାଳୟ ପରିସରରୁ କେଉଁ ପରିସ୍ଥିତିରେ ପଦାକୁ ଆସିଲା ଏ କଥାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।
ଇଟିଭି ଭାରତ, କଟକ
