ETV Bharat / state

ଘାତକ ସାଜିବନି JN.1 ଭାରିଏଣ୍ଟ: ଡାକ୍ତର ଜୟନ୍ତ ପଣ୍ଡା

author img

By ETV Bharat Odisha Team

Published : Dec 24, 2023, 8:36 AM IST

ଘାତକ ସାଜିବନି JN.1 ଭାରିଏଣ୍ଟ :ଡାକ୍ତର ଜୟନ୍ତ ପଣ୍ଡା
ଘାତକ ସାଜିବନି JN.1 ଭାରିଏଣ୍ଟ :ଡାକ୍ତର ଜୟନ୍ତ ପଣ୍ଡା

Doctor Reaction On New Covid Variant: ନୂତନ କୋଭିଡ ଭାରିଏଣ୍ଟ ଅନେକ ଦେଶ ଏବଂ ରାଜ୍ୟରେ ଦେଖାଦେଲାଣି । ଏହା କୌଣସି ନୂଆ ନୁହେଁ । ଏହା ଓମିକ୍ରନର ସଫ୍ଟ ଭାରିଏଣ୍ଟ । କୌଣସି ଭୂତାଣୁ ନିଷ୍କ୍ରିୟ ହେଲେ ତାହା ନୂତନ ଭାବରେ ତିଆରି ହୋଇଥାଏ । ଏନେଇ ଭୟ କରିବାର ଆବଶ୍ୟକତା ନାହିଁ କହିଛନ୍ତି ଡାକ୍ତର । ଅଧିକ ପଢନ୍ତୁ

ଘାତକ ସାଜିବନି JN.1 ଭାରିଏଣ୍ଟ :ଡାକ୍ତର ଜୟନ୍ତ ପଣ୍ଡା

କଟକ: କୋଭିଡର ନୂଆ ଭାରିଏଣ୍ଟ JN.1କୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କିଏ କହୁଛି କୋଭିଡ଼ ପୁଣି ଫେରିଲା, ଆଉ କିଏ କହୁଛି ଏହା ସାଙ୍ଘାତିକ ହୋଇପାରେ । ଏଭଳି ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । ଆଉ ଏହା ହେବା ବି ସ୍ୱାଭାବିକ । କାରଣ କୋଭିଡର କୋପ ଆମେ ସମସ୍ତେ ଦେଖିଛେ । ଏହା କେତେ ଭୟଙ୍କର ହୋଇଥିଲା ଏକଥା ଆମେ ସମସ୍ତେ ଭଲ ଭାବରେ ଜାଣିଛେ । ତେବେ ଏହି ନୂତନ ଭାରିଏଣ୍ଟକୁ ନେଇ ଏବେ ଆଶ୍ବସ୍ତିକର ଖବର ଆସିଛି । ଏହି ଭାରିଏଣ୍ଟର ଭୟାବହତା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କଟକ ବଡ଼ ମେଡିକାଲର ଭେଷଜ ବିଜ୍ଞାନ(ମେଡ଼ିସିନ ) ଡାକ୍ତର ଜୟନ୍ତ ପଣ୍ଡା ।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ନୂତନ ଭାରିଏଣ୍ଟ JN.1 କେରଳରେ ଅଧିକ ବ୍ୟାପିଛି ଏବଂ ଅନେକ ଦେଶ ଏବଂ ରାଜ୍ୟରେ ଦେଖାଦେଲାଣି । ଏହା କୌଣସି ନୂଆ ନୁହେଁ, ଏହା ଓମିକ୍ରନର ସଫ୍ଟ ଭାରିଏଣ୍ଟ । କୌଣସି ଭୂତାଣୁ ନିଷ୍କ୍ରିୟ ହେଲେ ତାହା ନୂତନ ଭାବରେ ତିଆରି ହୋଇଥାଏ । ଏନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହା ପୂର୍ବ ଭଳି ବିପଦ କରିବ ନାହିଁ କିମ୍ବା ଏହା ପୂର୍ବଭଳି ବ୍ୟାପିବ ନାହିଁ । ଏହି ଭାରିଏଣ୍ଟ ମହାମାରୀ କରିବ ନାହିଁ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, " ଏହି ଋତୁରେ ଏହାର ପ୍ରଭାବ ପଡୁଛି । ପୂର୍ବରୁ ମଧ୍ୟ ଏହିଭଳି ଲକ୍ଷଣ ଦେଖାଯାଉଥିଲା । ମାତ୍ର ଏନେଇ ଭୟ କରିବା କଥା ନୁହେଁ । କାରଣ ଏହା ସାମାନ୍ୟ ଥଣ୍ଡା ଭଳି ପ୍ରଭାବ ରହିବ । ତଣ୍ଟି ଦରଜ ହେବା, ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ କେବଳ ରହିବ । ବଡ଼କଥା ହେଉଛି ଏହା କେବଳ ଗଳାରେ ସୀମିତ ରହିବ । ଛାତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।"

ଏହା ମଧ୍ୟ ପଢନ୍ତୁ...ଡିଜିଟାଲ ଡାଏଲଗ: ଚିନ୍ତା ବଢାଉଛି କୋରୋନା, ଟ୍ରାକିଂ ଟ୍ରେସିଂ ସହ ସତର୍କତା ଜରୁରୀ

ଏହି ନୂଆ ଭାରିଏଣ୍ଟ ବ୍ୟୟସ୍କ ବ୍ୟକ୍ତିମାନଙ୍କ ଉପରେ ଟିକେ ଅଧିକ ପ୍ରଭାବ ପକାଇବା । ତେଣୁ ଏନେଇ ସଚେତନ ରହିବାକୁ ପଡିବ । ବୟସ୍କ, ଗର୍ଭବତୀ ସ୍ତ୍ରୀ ଲୋକ, ଶିଶୁମାନଙ୍କୁ ସଚେତନ ରହିବାକୁ ପଡିବ । ଗହଳି ସ୍ଥାନକୁ ନଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଯେଉଁ ମୃତ୍ୟୁ ଘଟୁଛି ସେନେଇ ଚିନ୍ତା କରିବା କଥା ନୁହେଁ । କାରଣ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ପୂର୍ବରୁ ମଧ୍ୟ ଏହି ସମସ୍ୟା ଦେଖାଯାଉଥିଲା । ତେବେ ସବୁଠାରୁ ଆଶ୍ବସ୍ତିକର କଥା ହେଉଛି ଏହା ବ୍ୟାପିବାର ସମ୍ଭାବନା କମ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.