ETV Bharat / state

କଟକରେ ଡରାଇଲାଣି ଡେଙ୍ଗୁ, ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ କହିଲେ ମେୟର

author img

By

Published : Aug 14, 2023, 10:33 PM IST

dengue cases rise in cuttack
କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି

କଟକରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରରେ ବର୍ତ୍ତମାନ ସୁଦ୍ଧା ୧୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି

କଟକ: ସହରରେ ବଢୁଛି ଡେଙ୍ଗୁ ଆତଙ୍କ । ବିଶେଷ କରି ସିଡିଏ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ସହରରେ 100ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟା ସିଏମସି ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସବୁ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ଥିବା କହିଛନ୍ତି କଟକ ମେୟର ସୁବାସ ସିଂ । ସହରର ବିଭିନ୍ନ ଅଞ୍ଚଳରେ ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନକୁ ସଫା କରାଯାଇଥିବା ବେଳେ ସିଡିଏ ଅଞ୍ଚଳକୁ ବିଶେଷ ଗୁରୁତ୍ବ ଦିଆଯାଉଥିବା ମେୟର କହିଛନ୍ତି ।

ସିଡିଏ ଅଞ୍ଚଳରେ ସିଏମସି ପକ୍ଷରୁ ଅନେକ ସ୍ଥାନରେ ଅନାବନା ଗଛ କଟା ଯାଉଛି । ଘରେ ଘରେ ସିଏମସିର କର୍ମଚାରୀ ମାନେ ସଚେତନ କରେଇବା ସହ ଲୋକେ କିପରି ଡେଙ୍ଗୁ ରୋଗରୁ ରକ୍ଷା ପାଇବେ ତାହା ଉପରେଆଲୋଚନା କରୁଛନ୍ତି । ଯେଉଁଠି ପାଣି ଜମୁଛି, ସଙ୍ଗେସଙ୍ଗେ ନିଷ୍କାସନ କରିବା ପାଇଁ ସିଏମସି ପକ୍ଷରୁ କୁହାଯାଇଛି । ଖାଲି ସ୍ଥାନରେ ଅଳିଆ ଆବର୍ଜନା ପକାଇଲେ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସବୁ ପରିସ୍ଥିତି ପାଇ ସଜାଗ ଥିବା କଟକ ମେୟର କହିଛନ୍ତି । ଯଦି ଆଗମୀ ଦିନରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢେ ତେବେ ମେଡ଼ିକାଲ ଓ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକ ବେଡ଼ ମହଜୁତ ରହିବା ପାଇଁ ଯୋଜନା ଜାରି ରହିଛି ବୋଲି କହିଛନ୍ତି ମେୟର। ଏ ସମ୍ପର୍କରେ ସେ କହିଛନ୍ତି, "କଟକ ଡେଙ୍ଗୁ ଆକ୍ରାନ୍ତ ତାଲିକାରେ 4 ନମ୍ବର ସ୍ଥାନରେ ରହିଛି । ପ୍ରଥମେ ଭୁବନେଶ୍ୱର ଏହାପରେ ବାଲେଶ୍ଵର ଓ ପୁରୀ ରହିଥିବା ବେଳେ କଟକରେ କିଛି ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରକାର ଆତଙ୍କ ହେବାର କାରଣ ନାହିଁ । ଏହି ରୋଗ ୯୫% ଭଲ ହୋଇଯାଏ । ଅବଶିଷ୍ଟ ୫% ବିପଦ ସୃଷ୍ଟି କରିଥାଏ । କଟକ ମହାନଗର ଅଞ୍ଚଳରେ ବର୍ତ୍ତମାନ 100 ଜଣ ଏବଂ ଗ୍ରାମାଞ୍ଚଳରେ 42 ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ମଧ୍ୟ ଚାଲିଛି ।"

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଡେଙ୍ଗୁ ଚିନ୍ତା: ହସ୍ପିଟାଲରେ ବଢୁଛି ଲୋଡ୍, ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ

ସାଧାରଣତଃ ବର୍ଷା ଦିନରେ ମଶା ଅଣ୍ଡାଦେଇ ମଶା ବଂଶ ବୃଦ୍ଧି ପାଇଥାଏ । ତେଣୁ ମଶା ବଂଶ ଯେପରି ବୃଦ୍ଧି ନ ପାଏ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଅପରିଷ୍କାର ପାଣି, ଟିଣ ଡବା, ପୁରୁଣା ଟାୟାର ଥିବା ସ୍ଥାନରେ ପାଣି ଜମି ରହିଲେ ମଶା ବଂଶ ବୃଦ୍ଧି ପାଇଥାଏ । ତେଣୁ ଘର ବା ନାଳ ନର୍ଦ୍ଦମାରେ ଜମି ରହିଥିବା ଅପରିଷ୍କାର ପାଣିକୁ ନିଷ୍କାସନ କରିବା ପାଇଁ ପରାମର୍ଶ ଦିଆଯାଇଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା ଡାକ୍ତର ଖାନାରେ ୧୦ଟି ଏବଂ ପ୍ରତି ବ୍ଲକରେ ଦୁଇଟି ଲେଖା ବେଡ ଡେଙ୍ଗୁ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ୬୦ଟି ବେଡର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମକରନ୍ଦ ବେଉରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.